ସ୍ବାମୀ ଶିବାନନ୍ଦ ସରସ୍ବତୀଙ୍କ ୧୩୫ତମ ଜନ୍ମ ଉତ୍ସବ

Advertisment
ସ୍ବାମୀ ଶିବାନନ୍ଦ ସରସ୍ବତୀଙ୍କ ୧୩୫ତମ ଜନ୍ମ ଉତ୍ସବ

ଖଣ୍ଡଗିରି: ଟଙ୍କା ନୁହେଁ, ସେବାରେ ହିଁ ଆଶୀର୍ବାଦ ମିଳେ। ଯେଉଁମାନଙ୍କଠାରେ ଦୟା, ଧର୍ମ, ସେବା ଓ ସ୍ନେହ ନାହିଁ ସେ ଜୀବନ ସ୍ବୟଂସମ୍ପୂର୍ଣ୍ଣ ନୁହେଁ। ନିଜେ ଜ୍ଞାନୀ ହେଲେ ଚଳିବ ନାହିଁ, ଅନ୍ୟକୁ ଜ୍ଞାନ ବାଣ୍ଟିଲେ ହିଁ ଜୀବନରେ ସାର୍ଥକତା ଆସିବ। ସ୍ବାମୀ ଶିବାନନ୍ଦ ସରସ୍ବତୀଙ୍କ ମାର୍ଗକୁ ଯଦି ଆମେ କିଞ୍ଚିତ ବି ଆମ ଜୀବନରେ ଉପଯୋଗ କରିପାରିବା ତେବେ ସଫଳ ବ୍ୟକ୍ତିତ୍ବ ହୋଇପାରିବା। ସ୍ବାମୀ ଶିବାନନ୍ଦ ସରସ୍ବତୀ ମହାରାଜଙ୍କ ୧୩୫ତମ ଜନ୍ମ ଉତ୍ସବରେ ଉନ୍ନୟନ କମିସନର ପ୍ରଦୀପ କୁମାର ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି। ଶିବାନନ୍ଦ ଶତବାର୍ଷିକ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ଜେନା ଛାତ୍ରମାନଙ୍କୁ ଜ୍ଞାନ ବଢ଼ାଇବା ସହ ବିତରଣ କରିବା ପାଇଁ ଉପଦେଶ ଦେଇଥିଲେ।

ସ୍ବାମୀ ଶିବାନନ୍ଦ ସରସ୍ବତୀ ମହାରାଜ ପିଲାବେଳୁ ଭଗବତ ପ୍ରେମରେ ମଗ୍ନ ରହୁଥିବା ବେଳେ ଗରିବ ଓ ଅଭାବୀ ଲୋକଙ୍କ ପ୍ରତି ସଦୟ କାରୁଣିକ ଥିଲେ। ମେଡିକାଲ୍ କଲେଜରୁ ଉତ୍ତୀର୍ଣ୍ଣ ହେବା ପରେ ରୋଗୀ ସେବା ପାଇଁ ମାଳୟ ଯାଇଥିଲେ ମଧ୍ୟ ଶେଷରେ ଋଷିକେଶରେ ଆଶ୍ରମ ପ୍ରତିଷ୍ଠା କରି ସମାଜ କଲ୍ୟାଣ ପାଇଁ ନିଜକୁ ଉତ୍ସର୍ଗ କରିଥିଲେ। ତେଣୁ ସ୍ବାମୀଜୀଙ୍କ ସେବା ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଅତିଥିମାନେ କହିଥିଲେ।

ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସୂଚନା କମିସନର ଜଗଦାନନ୍ଦ, ସଭାପତି ସ୍ବାମୀ ନିର୍ଲିପ୍ତାନନ୍ଦ ସରସ୍ବତୀ ମହାରାଜ, ଉପସଭାପତି ଚୌଧୁରୀ ଗୌରହରି ମିଶ୍ର, ବିଦ୍ୟାଳୟ ସମ୍ପାଦକ ଶିବଚିଦାନନ୍ଦ ସରସ୍ବତୀ ମହାରାଜ, ଯୁଗ୍ମ ସମ୍ପାଦକ ଜଗନ୍ନାଥାନନ୍ଦ ସରସ୍ବତୀ ମହାରାଜ, ପରିଚାଳକ ସତ୍ୟେନ୍ଦ୍ର ନାରାୟଣ ତ୍ରପାଠୀ ଏବଂ ପରିଚାଳନା କମିଟି ସଦସ୍ୟ ରାଜୀବ ଲୋଚନ ସାହୁ ପ୍ରମୁଖ ସ୍ବାମୀ ଶିବାନନ୍ଦଙ୍କ ମହତ୍ ବାଣୀ ଓ ପ୍ରେରଣାଦାୟୀ ବ୍ୟକ୍ତିତ୍ବ ବାବଦରେ ଆଲୋକପାତ କରିବା ସହ ପିଲାମାନଙ୍କୁ ଅନୁପ୍ରାଣିତ କରିଥିଲେ। ଏହି ପରିପ୍ରେକ୍ଷୀରେ ୨୫ ଜଣ ଗରିବ ଓ ମେଧାବୀ ଛାତ୍ରଙ୍କୁ ମାଗଣାରେ ଏକାଦଶ ଶ୍ରେଣୀ ବାଣିଜ୍ୟରେ ପଢ଼ିବା ପାଇଁ ଛାତ୍ରବୃତ୍ତି ପ୍ରଦାନ କରାଯିବ ବୋଲି ବିଦ୍ୟାଳୟର ସମ୍ପାଦକ ଘୋଷଣା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe