ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ କ୍ରୀଡ଼ା ଉତ୍ସବ

Advertisment
ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ କ୍ରୀଡ଼ା ଉତ୍ସବ

ଭୁବନେଶ୍ୱର: ଗାଡ଼କଣ ଆଦିମତା କଲୋନିରେ ଥିବା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଷୋଡ଼ଶ ବାର୍ଷିକ କ୍ରୀଡ଼ା ଉତ୍ସବ ୯ ତାରିଖରେ ଅନୁଷ୍ଠିତ ହୋଇଯାଇଛି। ପରିଚାଳନା ସମିତିର ସଂପାଦକ ପ୍ରସନ୍ନ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଇଏସ୍‌ଆଇର ପରିଚାଳକ ଡାକ୍ତର ଅରବିନ୍ଦ ମହାନ୍ତି, ସମ୍ମାନିତ ଅତିଥି ଭାବେ ଷ୍ଟେଟ୍‌ବ୍ୟାଙ୍କର ମ୍ୟାନେଜର୍‌ ପ୍ରମୋଦ କୁମାର ରଥ ଓ ମୁଖ୍ୟବକ୍ତା ରୂପେ ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଚେସ୍‌ ଖେଳାଳି ପଦ୍ମିନୀ ରାଉତ ଯୋଗ ଦେଇଥିଲେ।

ବରିଷ୍ଠ ଆଚାର୍ଯ୍ୟ ଦୀପ୍ତିମୟ ରଥ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିବା ବେଳେ ପ୍ରଧାନାଚାର୍ଯ୍ୟ ପବିତ୍ର ମୋହନ ନାୟକ ସ୍ୱାଗତ ଭାଷଣ ଦେଇଥିଲେ। ବିଦ୍ୟାଳୟର କ୍ରୀଡ଼ା ସଂଯୋଜକ ମନୋଜ ଗୁରୁଜୀଙ୍କ ସଂଯୋଜନାରେ ଶିଶୁମାନଙ୍କ ଦ୍ୱାରା ଶାରୀରିକ ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା। ପରିଶେଷରେ ବିଦ୍ୟାଳୟର ସମସ୍ତ ଶିକ୍ଷକ,ଶିକ୍ଷୟିତ୍ରୀଙ୍କ ସହଯୋଗରେ ଏହି ବାର୍ଷିକ ଉତ୍ସବ ସମାପନ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe