‘ସ୍ତନଂ ତୁ ଜୀବନଂ, ମରଣ ତଦାଭାବେ ଚ’

Advertisment
‘ସ୍ତନଂ ତୁ ଜୀବନଂ, ମରଣ ତଦାଭାବେ ଚ’

ଭୁବନେଶ୍ୱର : କୋମଳମତି ଶିଶୁମାନଙ୍କ ବହୁବିଧ ରୋଗ ଓ ଅପପୁଷ୍ଟିଜନିତ ମୃତ୍ୟୁର କରୁଣଚିତ୍ର ସମଗ୍ର ଦେଶକୁ ବିଚଳିତ କରିଛି। ଏପରିକି ଜନ୍ମରୁ ୫ ବର୍ଷ ବୟସର ଶିଶୁମାନେ ଅଧିକ ମାତ୍ରାରେ ଏଥିରେ ଆକ୍ରାନ୍ତ ହେଉଛନ୍ତି। ଏହାକୁ ଦୁଷ୍ଟିରେ ରଖି ‘ସ୍ୱାସ୍ଥ୍ୟ ଚେତନା’ର ଏ ସଂଖ୍ୟାରେ ପ୍ରକାଶ ପାଇଛି ‘ଶିଶୁସ୍ୱାସ୍ଥ୍ୟ ବିଶେଷାଙ୍କ’।

ଶିଶୁଶଲ୍ୟ ବିଭାଗର ପ୍ରଖ୍ୟାତ ଡାକ୍ତର ବନୋଜ କୁମାର ରାୟଙ୍କ ‘ଶିଶୁର ଯତ୍ନ’ ଓ ଡାକ୍ତର ସରୋଜିନୀ ଷଡ଼ଙ୍ଗୀଙ୍କ ‘ଶିଶୁର ଖାଦ୍ୟ’ ଶିଶୁସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଗୁରୁତ୍ୱ ବହନ କରେ। ବରିଷ୍ଠ ଡାକ୍ତର ନିତ୍ୟାନନ୍ଦ ସ୍ୱାଇଁ ଓ ଡାକ୍ତର ଦ୍ୱିଜେଶ କୁମାର ପଣ୍ଡା ମୋଟା ଶିଶୁମାନଙ୍କ ଉପରେ ବହୁ ତାତ୍ତ୍ୱିକ ଏବଂ ମାର୍ମିକ ତଥ୍ୟ ଉପସ୍ଥାପନା କରିଛନ୍ତି।

‘ସ୍ତନଂ ତୁ ଜୀବନଂ, ମରଣ ତଦାଭାବେ ଚ’ ଅର୍ଥାତ୍‌ ମା’ କ୍ଷୀର ହିଁ ଜୀବନ ଏବଂ ଏହାର ଅଭାବରେ ମରଣ। ଏହି ଅମୃତ ପାନୀୟ ‘ମା’ କ୍ଷୀର’ ଏକ ସ୍ୱୟଂ ସମ୍ପୂର୍ଣ୍ଣ ଖାଦ୍ୟ ହୋଇଥିବାରୁ ଏହା ସବୁ ଅଭାବକୁ ପୂରଣ କରିବାରେ ସମର୍ଥ ହୋଇଥାଏ। ଆୟୁର୍ବେଦ ଡାକ୍ତର ବାସୁଦେବ ପ୍ରଧାନ ଶିଶୁ ଜନ୍ମର ପ୍ରଥମ ଏକ ବର୍ଷ କିଭଳି ଭାବେ ଗୁରୁତ୍ୱପୂର୍ଣ୍ଣ ତାହା ପ୍ରାଞ୍ଜଳ ଭାବେ ଆଲୋଚନା କରିଛନ୍ତି।
ଏକ ସରଳ ସ୍ମିତହାସ୍ୟର ଅଭାବରେ ମୁଖମଣ୍ଡଳର ସମସ୍ତ ଆକର୍ଷଣ କିଭଳି ଭାବେ ହରାଇବାକୁ ପଡ଼ିଥାଏ ତାହାକୁ ନେଇ ‘ସ୍ମାଇଲ୍‌ ପ୍ଲିଜ୍‌!’ ଶିରୋନାମାରେ ସୁନ୍ଦର ଭାବେ ଉପସ୍ଥାପନା କରିଛନ୍ତି ଡାକ୍ତର ଅନୁରାଗ ଶତପଥୀ। ଦୀର୍ଘ ଦିନର ସେବା ଓ ଅନୁଭୂତିକୁ ନେଇ ଡାକ୍ତର ସିନ୍ଧୁ ନନ୍ଦିନୀ ତ୍ରିପାଠୀଙ୍କ ‘ସମସ୍ୟା ଘେରରେ କିଶୋରୀ ଜୀବନ’ ଏକ ସମୟପୋଯୋଗୀ ଆଲେଖ୍ୟ।
ଦୈନନ୍ଦିନ ଜୀବନରେ ବ୍ୟବହୃତ ଚାଉଳକୁ ନେଇ ସମ୍ପାଦକ ଡକ୍ଟର ଗିରୀଶ ଚନ୍ଦ୍ର ଶତପଥୀ ଲେଖିଛନ୍ତି ‘ବାସୁମତୀ ଚାଉଳ ଓ ସ୍ୱାସ୍ଥ୍ୟ’।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe