ସ୍ୱସ୍ତିକ-୨୦୧୮ ଅନୁଷ୍ଠିତ

Advertisment
ସ୍ୱସ୍ତିକ-୨୦୧୮ ଅନୁଷ୍ଠିତ

ଭୁବନେଶ୍ୱର : ଗଣେଶ ଗ୍ରୁପ୍‌ ଅଫ୍‌ ଇନ୍‌ଷ୍ଟିଚ୍ୟୁଟ୍‌ର ବାର୍ଷିକ ଉତ୍ସବ ‘ସ୍ୱସ୍ତିକ୍‌-୨୦୧୮’ ଅନୁଷ୍ଠିତ ହୋଇଯାଇଛି। ଉତ୍ସବରେ ବିଏମ୍‌ସି ମେୟର ଅନନ୍ତ ନାରାୟଣ ଜେନା ମୁଖ୍ୟଅତିଥି, ଲେଖିକା ଡ. ଶକୁନ୍ତଳା ବଳିୟାରସିଂ ମୁଖ୍ୟବକ୍ତା, ଓପିଟିସିଏଲ୍‌(ଆଇଟି)ର ଡିଜିଏମ୍‌ ସୁବ୍ରତ କୁମାର ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ। ଭୁବନେଶ୍ୱର ସାଂସଦ ଡ. ପ୍ରସନ୍ନ ପାଟ୍ଟଶାଣୀ ଓ ଅଭିନେତ୍ରୀ ଅନୁଭା ସୌର୍ଯ୍ୟା ଉତ୍ସବକୁ ଉଦ୍‌ଘାଟନ କରିବା ସହ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ଲାଗି ପରାମର୍ଶ ଦେଇଥିଲେ। ଗଣେଶ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜିର ଅଧ୍ୟକ୍ଷ ପ୍ରଫେସର ପ୍ରସନ୍ନ କୁମାର ବେହେରା ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ର୍ରଦାନ କରିଥିବା ବେଳେ ଅନୁଷ୍ଠାନର ଚେୟାରମ୍ୟାନ୍‌ ଇଂ. ବିଭୂତି ଭୂଷଣ ତ୍ରିପାଠୀ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe