ଭୁବନେଶ୍ବରର ସ୍ବାତୀ ହଲ୍‌ର ଅତ୍ୟାଧୁନିକ ପରିପାଟୀ, ଦେଖିବାକୁ ମିଳିବ ମଲ୍ଟିପ୍ଲେକ୍ସର ଛାପ

Advertisment
ଭୁବନେଶ୍ବରର ସ୍ବାତୀ ହଲ୍‌ର ଅତ୍ୟାଧୁନିକ ପରିପାଟୀ, ଦେଖିବାକୁ ମିଳିବ ମଲ୍ଟିପ୍ଲେକ୍ସର ଛାପ

ଭୁବନେଶ୍ବର: କରୋନା କଟକଣା କୋହଳ ହେଲା ପରେ ରାଜଧାନୀରେ ସିନେମା ହଲ୍‌ଗୁଡ଼ିକ ଖୋଲିଛି। ଏହି ସମୟ ମଧ୍ୟରେ ରାଜଧାନୀର ଅନ୍ୟତମ ଲୋକପ୍ରିୟ ପ୍ରେକ୍ଷାଳୟ ‘ଏସ୍‌ କମ୍ପ୍ଲେକ୍ସ’ ପରିସରରେ ଥିବା ‘ସ୍ବାତୀ’ ହଲ୍‌ର ପରିପାଟୀ ବଦଳି ଯାଇଛି। ସମ୍ପୂର୍ଣ୍ଣ ନୂଆ ରୂପରେ ଏହା ଏବେ ଦର୍ଶକଙ୍କ ପ୍ରମୁଖ ମନୋରଞ୍ଜନର କେନ୍ଦ୍ର ପାଲଟିଛି। ମେଟ୍ରୋ ସହରର ଅତ୍ୟାଧୁନିକ ମଲ୍ଟିପ୍ଲେକ୍ସର ଛାପ ଦିଆଯାଇ ହଲ୍‌ର ନବୀକରଣ କରାଯାଇଛି। ହଲ୍‌ର ସିଟ୍‌, ପରଦା ଓ ସାଉଣ୍ଡ୍‌ ବ୍ୟବସ୍ଥା ସବୁ ନୂଆ କରି କରାଯାଇଛି। ଆରାମଦାୟକ ସିଟ୍‌ରେ ବସି ଦର୍ଶକମାନେ ସିନେମା ଦେଖିବା ସମୟରେ ଡଲ୍‌ବି ଅଟମସ୍‌ ସାଉଣ୍ଡ୍‌ର ମଜା ନେଇପାରିବେ।

କରୋନା ପୂର୍ବରୁ ସ୍ବାତୀ ହଲ୍‌ର ଲବିର ନବୀକରଣ କରାଯାଇଥିଲା। କରୋନା ସମୟରେ ହଲ୍‌ ଭିତରର ଆଧୁନିକୀକରଣ କରାଯାଇଛି। ‌ହଲ୍‌ରେ ମୋଟ୍‌ ୩୭୫ ସିଟ୍‌ ରହିଛି। ବର୍ତ୍ତମାନ କୋଭିଡ୍‌ କଟକଣା ଯୋଗୁଁ ଅଧା ସିଟ୍‌ରେ ଦର୍ଶକଙ୍କୁ ଅନୁମତି ଦିଆଯାଉଛି। ସ୍ବାତୀ ହଲ୍‌ର ନୂଆ ରୂପ ନିଶ୍ଚିତ ଭାବେ ରାଜଧାନୀର ସିନେପ୍ରେମୀଙ୍କୁ ସିନେମା ଦେଖିବାର ଭିନ୍ନ ଅନୁଭବ ଦେବ ବୋଲି ଏସ୍‌ କମ୍ପ୍ଲେକ୍ସର ପରିଚାଳନା ନିର୍ଦ୍ଦେଶକ ବିଜେନ୍ଦ୍ର ମହାନ୍ତି କହିଛନ୍ତି। ଆଗାମୀ ଦିନରେ ଶ୍ରୀୟା ଓ ସ୍ତୁତି ହଲ୍‌କୁ ମଧ୍ୟ ଆଧୁନିକୀକରଣ କରାଯିବାର ଯୋଜନା ରହିଛି ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe