ଜାଗମରାରେ ବାସି ଖାଦ୍ୟ ବିକ୍ରି ଅଭିଯେ‌ାଗ : ଦୋକାନୀକୁ ୫ଶହ ଟଙ୍କା ଜରିମାନା

Advertisment
ସୁଗାର ଫ୍ରି ମିଠାରେ ଚିନି! ରାଜଧାନୀରେ ଲୋକଙ୍କୁ ଠକୁଛନ୍ତି ଅସାଧୁ ମିଠା ବ୍ୟବସାୟୀ

www.cgiar.org

ଭୁବନେଶ୍ବର : ଜାଗମରା ଅଞ୍ଚଳର ଏକ ଦୋକାନୀ ବାସି ମିଠା ବିକ୍ରି କରୁଥିବା ନଜରକୁ ଆସିବା ପରେ ସଂପୃକ୍ତ ଦୋକାନୀକୁ ଜରିମାନା କରାଯାଇଛି। ଖାଦ୍ୟ ସୁରକ୍ଷା ପକ୍ଷରୁ ଆଜି ସ୍ଥାନୀୟ ଅଞ୍ଚଳରେ ଯାଞ୍ଚ କରାଯିବା ସମୟରେ ଏହା ନଜରକୁ ଆସିବା ପରେ ଦୋକାନୀଙ୍କଠାରୁ ୫ ଶହ ଟଙ୍କା ଜରିମାନା ଆଦାୟ ହୋଇଛି। ଏହାସହ ସ୍ଥାନୀୟ ଅଞ୍ଚଳରେ ୬ଟି ଖାଦ୍ୟ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଇ ଦିଆଯାଇଥିବା ଖାଦ୍ୟ ସୁରକ୍ଷା ପକ୍ଷରୁ ସୂଚନା ମିଳିଛି।

ଆଜି ଜାଗମରା ଅଞ୍ଚଳରେ ଥିବା ହୋଟେଲ ଓ ଅନ୍ୟ ଖାଦ୍ୟ ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକରେ ଯାଞ୍ଚ କରାଯାଇଥିଲା। ଏହି ସମୟରେ ୧୦/୧୨ଟି ହୋଟେଲରେ ଚଢ଼ାଉ ହୋଇଥିଲା।

ଯାଞ୍ଚ ସମୟରେ ସ୍ଥାନୀୟ ଏକ ଦୋକାନୀ ବାସି ମିଠା ବିକ୍ରି କରୁଥିବାରୁ ତାଙ୍କଠାରୁ ଜରିମାନା ଆଦାୟ ହୋଇଥିଲା। ଏହା ପୂର୍ବରୁ ମଧ୍ୟ ରାଜଧାନୀର ଏକ ହୋଟେଲ ବାସି ଖାଦ୍ୟ ବିକ୍ରି କରୁଥିବା ଅଭିଯୋଗରେ ୫ଶହ ଟଙ୍କା ତଣ୍ଡ ଗଣିଥିଲା।

ତେବେ ରାଜଧାନୀରେ ବିଭିନ୍ନ ସମୟରେ ଚଢ଼ାଉ ଜାରି ରହିଥି‌ଲେ ହେଁ ହେଟେଲ ଗୁଡ଼ିକରେ ଖାଦ୍ୟ‌େ ସୁଧାର ଆସୁନାହିଁ। ଖାଦ୍ୟରେ ମନଇଚ୍ଛା ରଂଗ ମିଶାଇବା ସହିତ ବାସି ଖାଦ୍ୟ ମଧ୍ୟ ବିକ୍ରି କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe