ଆତଙ୍କ ଖେଳାଇଲେ ଫାଇନାନ୍ସ କର୍ମଚାରୀ, ୨ ଭାଇଙ୍କ ମୁଣ୍ଡକୁ ଖଣ୍ଡା ଚୋଟ

Advertisment
ଆତଙ୍କ ଖେଳାଇଲେ ଫାଇନାନ୍ସ କର୍ମଚାରୀ, ୨ ଭାଇଙ୍କ ମୁଣ୍ଡକୁ ଖଣ୍ଡା ଚୋଟ

ଭୁବନେଶ୍ବର : ଗାଡ଼ି ଛଡ଼ାଇବାକୁ ଯାଇ ରବିବାର ଏକ ଘରୋଇ ଫାଇନାନ୍ସ କମ୍ପାନିର କର୍ମଚାରୀମାନେ ଦୁଇ ଭାଇଙ୍କୁ ଖଣ୍ଡାରେ ହାଣି ଲହୁଲୁହାଣ କରିଛନ୍ତି। ଆହତ ଦୁଇ ଭାଇ ହେଲେ, ସୁପ୍ରଭାସ ମାନ୍ଧତା ଓ ତାଙ୍କ ଭାଇ ସୌମ୍ୟରଂଜନ। ଏନେଇ ଭରତପୁର ଥାନା‌ରେ ଅଭିଯୋଗ ହୋଇଛି ଓ ପୁଲିସ ଅଭିଯୁକ୍ତମାନଙ୍କୁ ଖୋଜୁଥିବା ଜଣାପଡ଼ିଛି। ମାତ୍ର ଅଭିଯୁକ୍ତମାନେ ଫେରାର୍‌ ଥିବାରୁ କାହାକୁ ଗିରଫ କରାଯାଇନାହିଁ।

ମିଳିଥିବା ସୂଚନାନୁସାରେ, ସୁପ୍ରଭାସ ସ୍ବିଗି ଡେଲିଭରି-ବୟ ଭାବେ କାମ କରନ୍ତି। ରବିବାର ମଧ୍ୟାହ୍ନରେ ସେ ଫାୟାରଷ୍ଟେସନ୍ ଛକରେ ଅପେକ୍ଷା କରିଥିବା ବେଳେ ରାଜା ନାମକ ଜଣେ ଯୁବକ ୫ରୁ ୬ଜଣ ସହଯୋଗୀଙ୍କ ସହ ସେଠାରେ ପହଞ୍ଚିଥିଲେ। ଫାଇନାନ୍ସ କିସ୍ତି ନ ଦେଇଥିବା ଅଭିଯୋଗ କରି ବାଇକ୍‌ ଛଡ଼ାଇବାକୁ ଉଦ୍ୟମ କରିଥିଲେ। ସୁପ୍ରଭାସ କୌଣସି ଫାଇନାନ୍‌ସ କମ୍ପାନିରୁ ଋଣ କରିନାହାନ୍ତି ବୋଲି ବୁଝାଇଥିଲେ ବି ରାଜା କିଛି ଶୁଣିନଥିଲା। ତେଣୁ ସୁପ୍ରଭାସ ବିକଳରେ ତାଙ୍କ ଭାଇ ସୌମ୍ୟଙ୍କୁ ଡକାଇଥିଲା। ଭାଇକୁ ଡାକିବାରୁ ରାଜା ଓ ତା ସହଯୋଗୀମାନେ ରାଗି ଯାଇଥିଲେ। ଘଟଣାସ୍ଥଳରେ ସୌମ୍ୟ ପହଞ୍ଚିବା ମାତ୍ରେ ରାଜା ଗୋଷ୍ଠୀ ଅତର୍କିତ ଭାବେ ଖଣ୍ଡାରେ ଦୁଇ ଭାଇଙ୍କୁ ଆକ୍ରମଣ କରିଥିଲେ। ଫଳରେ ଦୁଇ ଭାଇଙ୍କ ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ରାଜା ଗୋଷ୍ଠୀ ସେଠାରୁ ଫେରାର୍‌ ହୋଇଯାଇଥିଲେ। ରାଜା ଓ ତା’ ସହ ଥିବା ମିଲନ୍ ନାଁରେ ପୂର୍ବରୁ ଖଣ୍ଡଗିରି ଥାନାରେ ବହୁ ମାମଲା ଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe