ଶତାବ୍ଦୀର କଳାକାର ଦ୍ବାରା ‘ପ୍ରତିଭା’

Advertisment

୧୯୨୧ ମସିହାରେ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ଇଂରେଜ ଶାସନ ବିରୋଧରେ ଚାଲିଥିଲା ଅସହଯୋଗ ଅହିଂସା ଆନ୍ଦୋଳନ। ଖାଲି ଇଂରେଜଙ୍କ ବିରୋଧରେ ନୁହେଁ, ଭାରତରେ ଇଂରେଜଙ୍କ ଛତ୍ରଛାୟା ତଳେ ରହି ଅତ୍ୟାଚାର ଚଳାଇଥିବା ରାଜା...

୧୯୨୧ ମସିହାରେ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ଇଂରେଜ ଶାସନ ବିରୋଧରେ ଚାଲିଥିଲା ଅସହଯୋଗ ଅହିଂସା ଆନ୍ଦୋଳନ। ଖାଲି ଇଂରେଜଙ୍କ ବିରୋଧରେ ନୁହେଁ, ଭାରତରେ ଇଂରେଜଙ୍କ ଛତ୍ରଛାୟା ତଳେ ରହି ଅତ୍ୟାଚାର ଚଳାଇଥିବା ରାଜା...

fshfffhhfs

ଭୁବନେଶ୍ବର: ୧୯୨୧ ମସିହାରେ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ଇଂରେଜ ଶାସନ ବିରୋଧରେ ଚାଲିଥିଲା ଅସହଯୋଗ ଅହିଂସା ଆନ୍ଦୋଳନ। ଖାଲି ଇଂରେଜଙ୍କ ବିରୋଧରେ ନୁହେଁ, ଭାରତରେ ଇଂରେଜଙ୍କ ଛତ୍ରଛାୟା ତଳେ ରହି ଅତ୍ୟାଚାର ଚଳାଇଥିବା ରାଜା, ଜମିଦାର ବିରୋଧରେ ମଧ୍ୟ ଆନ୍ଦୋଳନ ଚାଲିଥିଲା। ଏହି ଆନ୍ଦୋଳନର ପ୍ରଭାବ ଓଡ଼ିଶାରେ ମଧ୍ୟ ଅନୁଭୂତ ହୋଇଥିଲା। ଓଡ଼ିଶାର ଶିକ୍ଷିତ ଯୁବକ ତଥା ବିତ୍ତଶାଳୀ ଜମିଦାର ଘରର ମହିଳାମାନେ କେମିତି ଗାନ୍ଧୀଜୀଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ଆନ୍ଦୋଳନରେ ଯୋଗ ଦେଇଥିଲେ, ସେହି ବିଷୟବସ୍ତୁକୁ ନେଇ ମଞ୍ଚସ୍ଥ ହୋଇଛି ନାଟକ ‘ପ୍ରତିଭା’। ହରେକୃଷ୍ଣ ମହାତାବଙ୍କ ୧୨୫ ତମ ଜୟନ୍ତୀ ଉପଲକ୍ଷେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ‘ଶତାବ୍ଦୀର କଳାକାର’ ଦ୍ୱାରା ମଞ୍ଚସ୍ଥ ହୋଇଥିବା ଏହି ନାଟକକୁ ନାଟ୍ୟରୂପ ଗୋପାଳ ଛୋଟରାୟ ଦେଇଥିବା ବେଳେ ଧୀର ମଲ୍ଲିକ ନିର୍ଦ୍ଦେଶନା ଦେଇଛନ୍ତି।

ମହାତାବଙ୍କ ମୂଳ କାହାଣୀର ଏହି ‌ନାଟ୍ୟରୂପ ଏତେ ବର୍ଷ ପରେ ମଧ୍ୟ ଦର୍ଶକମାନଙ୍କୁ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖିଥିଲା। ଏଥି‌ରେ ସୌମ୍ୟ, ସୁତନୁ, ଅମୀୟ, ଅନିଲ, କାଳିପ୍ରସନ୍ନ, ଅରବିନ୍ଦ, ନରେନ୍ଦ୍ର, ଅଶୋକ, ପ୍ରକାଶ, ଋତୁରାଜ, ଚିଣ୍ଟୁ, ଶୁଭମ୍, ପିଂତୁ, ଆଶିଷ, ମମତା, ଭାଗ୍ୟଶ୍ରୀ, ଯାଜ୍ଞସେନୀ ଓ ମଳୟ ପ୍ରମୁଖ ଅଭିନୟ କରିଥିଲେ। କାର୍ଯ୍ୟକ୍ରମରେ ଅତିଥିଭାବେ ବିଶିଷ୍ଟ କଥାକାର  ଗୌରହରି ଦାସ ଓ ପ୍ରଫେସର ବିଜୟ ଶତପଥୀ ଯୋଗଦେଇଥିଲେ। ଶ୍ରୀ ଦାସ ନିଜ ଅଭିଭାଷଣରେ ମହତାବଙ୍କ ଅମଳରେ ହୋଇଥିବା ଓଡ଼ିଶାର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ସମ୍ପର୍କରେ କହିଥିଲେ। ଶ୍ରୀ ଶତପଥୀ ଅନୁଷ୍ଠାନର ଉଦ୍ୟମ ଓ ନାଟକର ପ୍ରଶଂସା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe