ଧରାପଡ଼ିଲା ତଣ୍ଟିକଟା ଲୁଟେରା

ଧରାପଡ଼ିଲା ତଣ୍ଟିକଟା ଲୁଟେରା

ଭୁବନେଶ୍ବର : ସୋମବାର ମହିଳାଙ୍କ ତଣ୍ଟି କାଟି ମୋବାଇଲ୍ ଓ ସୁନାଗହଣା ଲୁଟ୍ ଉଦ୍ୟମ କରିଥିବା ଲୁଟେରାକୁ ସ୍ପେସାଲ୍ ସ୍କ୍ବାଡ୍ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଉଛି ରେଣ୍ଟାଲ୍ କଲୋନିସ୍ଥିତ ବେହେରା ବସ୍ତିର ଅମର ଦିଗାଲ୍। ଲୁଟ୍ ବେଳେ ସିସି କ୍ୟାମେରାରେ କଏଦ ହୋଇଥିବା ଚିତ୍ର ଓ ବିଶ୍ବସ୍ତ ସୂତ୍ରକୁ ଆଧାର କରି ଅମରକୁ ପୁଲିସ୍ ଗିରଫ କରିବାରେ ସଫଳ ହୋଇଛି।

ଗତ ମେ’ ୩୧ରେ ସିଆର୍‌ପି ଛକ ନିକଟରେ ଅଂଶୁ ଗୁପ୍ତା ସକାଳୁ ଚାଲିବାକୁ ଯାଇଥିବା ବେଳେ ଲୁଟେରା ଅମର ତାଙ୍କୁ ମୋବାଇଲ୍ ଓ ହାତରେ ପିନ୍ଧିଥିବା ସୁନା ଚୁଡ଼ି ମାଗିଥିଲା। ଅଂଶୁ ନ ଦେବାରୁ ଅମର ତାଙ୍କ ବେକକୁ ଏକ ଧାରୁଆ ଅସ୍ତ୍ରରେ କାଟି ଦୌଡ଼ିଥିଲା। ଏହାପରେ ପୁଣି ଫେରି ମହିଳାଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲା। ଅଂଶୁ ବଡ଼ ପାଟି କରି ଦୌଡ଼ିବାରୁ ଅମର ଭୟରେ ଘଟଣାସ୍ଥଳ ଛାଡ଼ି ଫେରାର୍ ହୋଇଯାଇଥିଲା। ଏହି ଘଟଣା ପରେ ପୁଲିସ୍‌ର ଦକ୍ଷତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ମାତ୍ର ୫୦ ଘଣ୍ଟା ମଧ୍ୟରେ ପୁଲିସ୍ ଅଭିଯୁକ୍ତକୁ ଗିରଫ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe