ଭୁବନେଶ୍ବର: ଚଣ୍ଡିପ୍ରସାଦ ଏବଂ ଅଭୟ ଇନ୍ଦୁମତୀ ପ୍ରତିଷ୍ଠାନ ଟ୍ରଷ୍ଟ୍ ପକ୍ଷରୁ ତନୁଶ୍ରୀ ସଂଗୀତ ସନ୍ଧ୍ୟା ଏବଂ କନ୍ୟାଶ୍ରୀ ୨୦୧୮ ଓ ସେବା ସମ୍ମାନ ପ୍ରଦାନ ଉତ୍ସବ ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇଛି। ଶିଶୁ କଣ୍ଠଶିଳ୍ପୀ ତନୁଶ୍ରୀ ଜେନାଙ୍କ ମନଛୁଆଁ ସଂଗୀତରୁ ଆରମ୍ଭ ହୋଇଥିଲା ସାଂସ୍କୃତିକ ସନ୍ଧ୍ୟା। ଏହି ଅବସରରେ ସଂଗୀତଜ୍ଞ ଦେବେନ୍ଦ୍ର ନାରାୟଣ ଶତପଥୀ, ବସନ୍ତ ପାତ୍ର, ସନ୍ତୋଷ କର, କୃଷ୍ଣଚନ୍ଦ୍ର ମଲ୍ଲିକଙ୍କୁ ସମ୍ବର୍ଧତ କରାଯାଇଥିଲା। କଣ୍ଠଶିଳ୍ପୀ ତନୁଶ୍ରୀ ଜେନାଙ୍କୁ କନ୍ୟାଶ୍ରୀ ୨୦୧୮ ସମ୍ମାନ ଏବଂ ଏସିଡ୍ ପୀଡ଼ିତା ପ୍ରମୋଦିନୀ ପରିଡ଼ାଙ୍କୁ ସେବା ସମ୍ମାନ ପ୍ରଦାନ କରାଯାଇଥିଲା। ତନୁଶ୍ରୀଙ୍କ ସହ କଣ୍ଠଶିଳ୍ପୀ ସିଦ୍ଧାନ୍ତ, ସାଇନା, ପ୍ରତ୍ୟାଶା, ମୃଣାଳ ସଂଗୀତ ପରିବେଷଣ କରିଥିଲେ। ଟ୍ରଷ୍ଟ୍ର ନିର୍ଦେଶିକା ଅମିୟବାଳା ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଶିଷ୍ଟ ସଂଗୀତ ନିର୍ଦେଶକ ପ୍ରଫୁଲ୍ଲ କର, ପୂର୍ବତନ ସଂସ୍କୃତି ସଚିବ ଗୋପୀନାଥ ମହାନ୍ତି, ଶିଶୁ ସାହିତ୍ୟିକ ଶରତ ନାୟକ, ଇଷ୍ଟ୍ ଇଂଜିନିୟରିଂ କଲେଜ୍ର ଏମ୍ଡି ସନତ ନାୟକ, ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦର ନିର୍ଦେଶକ ଅମରେନ୍ଦ୍ର ପଟ୍ଟନାୟକ, ଶୁଭଶ୍ରୀ ଦାଶ, କନ୍ୟା ଅନ୍ମୋଲ୍ ହୈ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ସରୋଜ ଦାଶ ପ୍ରମୁଖ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ପ୍ରିୟରଂଜନ ମହାନ୍ତି ସଂଗୀତ ପରିଚାଳନା କରିଥିବା ବେଳେ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ଗୁଲସନ୍ ନଦିମ୍ ଓ ଚୁମ୍କି ଚାଟାର୍ଜୀ। ପିୟୁଷ ମହାନ୍ତି ଓ ସାଗର ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us