କଟକ: ପ୍ରଦ୍ୟୁମ୍ନ ବଳ ସ୍ମୃତି ସଂସଦ ପକ୍ଷରୁ ଦୈନିକ ‘ସମ୍ବାଦ’ ଓ ‘କନକ ନ୍ୟୁଜ୍‌’ର ସମ୍ପାଦକ ତନୟା ପଟ୍ଟନାୟକଙ୍କୁ ଚଳିତ ବର୍ଷର ସମ୍ମାନଜନକ ‘ପ୍ରଦ୍ୟୁମ୍ନ ବଳ ପ୍ରତିଭା ସମ୍ମାନ’ ପ୍ରଦାନ କରାଯିବ। ଶ୍ରୀମତୀ ପଟ୍ଟନାୟକ ଦୀର୍ଘ ଦୁଇ ଦଶନ୍ଧି ଧରି ଗଣମାଧ୍ୟମ ଜଗତରେ କାର୍ଯ୍ୟରତ ଅଛନ୍ତି।

Advertisment

One-day workshop: କୁଳପତି ଓ ଅଧ୍ୟକ୍ଷଙ୍କ ଦିନିକିଆ କର୍ମଶାଳା,‘ପ୍ରତି ଜିଲ୍ଲାରେ ହେବ ବିଶ୍ବବିଦ୍ୟା‌ଳୟ’

Dispute over the river: ନଦୀକୁ ନେଇ ବିବାଦ

 ଓଡ଼ିଶାର ସଂସ୍କୃତି, ପରମ୍ପରା ଓ ସମକାଳୀନ ଜୀବନଧାରାକୁ ନେଇ ତାଙ୍କ ରଚିତ ଓ ପ୍ରକାଶିତ ଆଲେଖ୍ୟ ‘ପ୍ରଥମ ସ୍ତମ୍ଭ’ ବିଭିନ୍ନ ମହଲରେ ପ୍ରଶଂସିତ। ପରିବେଶ ସୁରକ୍ଷା ପାଇଁ  ‘ପୁନଶ୍ଚ ପୃଥିବୀ’ କାର୍ଯ୍ୟକ୍ରମ ତାଙ୍କୁ ଲୋକପ୍ରିୟ କରାଇଛି। ସାମ୍ବାଦିକତା କ୍ଷେତ୍ରରେ ତାଙ୍କ ଦକ୍ଷତା ଓ କୃତିତ୍ୱକୁ ସ୍ବୀକାର କରି ଓଡ଼ିଶାର ସର୍ବକନିଷ୍ଠ ତରୁଣ ସମ୍ପାଦକ ଭାବେ ତନୟା ପଟ୍ଟନାୟକଙ୍କୁ ଏହି ସମ୍ମାନ ପ୍ରଦାନ କରା‌ଯିବ। ୨୧ ଡିସେମ୍ବର ସନ୍ଧ୍ୟା ୬ଟାରେ ଶ୍ରୀରାମଚନ୍ଦ୍ର ଭବନରେ ଆୟୋଜିତ ପ୍ରଦ୍ୟୁମ୍ନ ବଳଙ୍କ ୨୬ତମ ସ୍ମୃତି ଉତ୍ସବରେ ଏହି ସମ୍ମାନ ପ୍ରଦାନ କରାଯିବ ବୋଲି ସ୍ମୃତି ସଂସଦର ସମ୍ପାଦକ ସେକ୍‌ ମସୁଦ ଅଲ୍ଲୀ ଜଣାଇଛନ୍ତି।