ଏବେ ବି ସମାଜରେ ପୁରୁଷଙ୍କ ଦବଦବା ରହିଛି: ତସଲିମା ନସରିନ

ମୁଁ ସେହି ଲୋକଙ୍କ ହୃଦୟରେ ଅଛି, ଯେଉଁମାନେ ନାରୀଙ୍କ ଅଧିକାର ପାଇଁ ଲଢୁଛନ୍ତି। ବର୍ତ୍ତମାନ ସମାଜରେ ଅନେକ ପରିବର୍ତ୍ତନ ହୋଇଛି। ବିଶେଷ କରି ଧର୍ମନିରପେକ୍ଷ ଦେଶରେ ମହିଳାଙ୍କୁ କିଛିଟା ସ୍ୱାଧୀନତା ମିଳିଛି।

New Project (23)

ଭୁବନେଶ୍ବର: ମୁଁ ସେହି ଲୋକଙ୍କ ହୃଦୟରେ ଅଛି, ଯେଉଁମାନେ ନାରୀଙ୍କ ଅଧିକାର ପାଇଁ ଲଢୁଛନ୍ତି। ବର୍ତ୍ତମାନ ସମାଜରେ ଅନେକ ପରିବର୍ତ୍ତନ ହୋଇଛି। ବିଶେଷ କରି ଧର୍ମନିରପେକ୍ଷ ଦେଶରେ ମହିଳାଙ୍କୁ କିଛିଟା ସ୍ୱାଧୀନତା ମିଳିଛି। ହେଲେ ଏବେ ବି ସମାଜରେ ପୁରୁଷଙ୍କ ଦବଦବା ରହିଛି। ଆଉ ମହିଳା ନିଜ ଅଧିକାର ପାଇଁ ଲଢ଼ୁଛନ୍ତି। ବିଶିଷ୍ଟ ଲେଖିକା ତସଲିମା ନସରିନ ଏହା କହିଛନ୍ତି। 

ନିଜ ଦେଶକୁ ନ ଯିବାର ଦୁଃଖ ରହିଛି। କିନ୍ତୁ ଏହି ଜୀବନ କାଳରେ ସେ କେବେବି ବାଂଲାଦେଶ ଫେରିପାରିବେନି ବୋଲି ତସଲିମା ନସରିନ କହିଛନ୍ତି। ତାଙ୍କ ଲେଖା ଚିନ୍ତାଧାରା କୌଣସି ପାଶ୍ଚାତ୍ୟ ସଂସ୍କୃତିରୁ ଅନୁପ୍ରାଣିତ ହୋଇନାହିଁ ବରଂ ନିଜ ଜୀବନର ସଂଘର୍ଷ, ଝିଅଙ୍କ ପ୍ରତି ବନ୍ଧନ, ବିଶେଷ କରି ଧର୍ମକୁ ନେଇ ଝିଅ ମାନଙ୍କ ଉପରେ ଥିବା ବନ୍ଧନରୁ ସେ ଅନୁପ୍ରାଣିତ ହୋଇଛନ୍ତି ବୋଲି ସେ କହିଛନ୍ତି। 

ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ତସଲିମା ନସରିନ ନିଜ ଜୀବନର ସଂଘର୍ଷଭରା କାହାଣୀ ଉପରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇଥିଲେ। ୩୧ବର୍ଷ ହେଲେଣି  ନିଜ ଦେଶରୁ ନିର୍ବାସିତ ହୋଇଥିବା ତସଲିମା ନିଜ ଚିନ୍ତାଧାରା ଓ ଲେଖନୀ ପାଇଁ ତାଙ୍କୁ ଜୀବନରୁ ମାରିଦେବାକୁ ବି ଉଦ୍ୟମ ହୋଇଛି ବୋଲି କହିଥିଲେ।

ରାଜଧାନୀ ଭୁବନେଶ୍ବରର ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ତସଲିମା ନସରିନ ନିଜ ଜୀବନର ସଂଘର୍ଷଭରା କାହାଣୀ ଉପରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇଥିଲେ। ୩୧ବର୍ଷ ହେଲେଣି  ନିଜ ଦେଶରୁ ନିର୍ବାସିତ ହୋଇଥିବା ତସଲିମା ନିଜ ଚିନ୍ତାଧାରା ଓ ଲେଖନୀ ପାଇଁ ତାଙ୍କୁ ଜୀବନରୁ ମାରିଦେବାକୁ ବି ଉଦ୍ୟମ ହୋଇଛି ବୋଲି କହିଥିଲେ। କିନ୍ତୁ ସେ ହାର ମାନି ନାହାନ୍ତି, ମହିଳାଙ୍କ ଅଧିକାର ପାଇଁ ତାଙ୍କ ସଂଘର୍ଷ ଜାରି ରହିଛି।ନିଜ ଲେକ୍ଚର ସିରିସରେ କହିଥିଲେ ସେ ଜଣେ ଏମିତି ଏକ ମହିଳା ଯାହାଙ୍କର କୌଣସି ଦେଶ ନାହିଁ ବୋଲି ମଧ୍ୟ କହିଥିଲେ। 

Bhubaneswar

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe