ଚନ୍ଦ୍ରଶେଖରପୁର: ମଞ୍ଚେଶ୍ୱର ଡେଲ୍ଟା ପ୍ରାଚୀ କେନାଲ ବନ୍ଧ ଭୋଟପଡ଼ା ପଟିଆ ରାସ୍ତା ସାଇପନ୍ ନିକଟରେ ଆଜି ଏକ ମ୍ୟାଜିକ୍ ଗାଡ଼ି ବନ୍ଧ ତଳକୁ ଖସିପଡ଼ିଛି। ଫଳରେ ଏହି ଗାଡ଼ିରେ ଥିବା ୧୧ଜଣ ଶ୍ରମିକଙ୍କ ମଧ୍ୟରୁ ୬ଜଣ ଗୁରୁତର ଭାବରେ ଆହତ ହୋଇଛନ୍ତି। ଆହତମାନେ ହେଲେ ସୀତାନଥ ବସ୍ତିର ଅଶୋକ ମହଲା, ଦୀପକ ମହଲା, କଣ୍ଡୁରି ବେହେରା, ଶିବ ନାୟକ, ଭବାନୀ ନାୟକ ଓ ଅନାମ ଦାସ। ଗାଡ଼ି ଚାଳକ ଅବନି ବରାଳଙ୍କ ସୂଚନା ମୁତାବକ ସେ କିଛି ଶ୍ରମିକଙ୍କୁ ନେଇ ପଟିଆ ଅଞ୍ଚଳରେ ହେଉଥିବା ଏକ ନିର୍ମାଣାଧୀନ କୋଠା କାମପାଇଁ ଯାଉଥିବା ବେଳେ ହଠାତ ଗାଡ଼ିଟି ନିୟନ୍ତ୍ରଣ ହରାଇ ସାଇଫନ୍ ନିକଟରେ ତଳକୁ ଖସିପଡ଼ିଥିଲା। ଗାଡ଼ିଟି ପ୍ରାୟ ୧୦ଫୁଟ୍ ତଳକୁ ଓଲଟି ଏକ ଗଛରେ ଲାଖିଯାଇଥିଲା। ଫଳରେ ଅଧିକ ଧନଜୀବନ ହାନି ହୋଇନଥିଲା। ସ୍ଥାନୀୟ ଲୋକେ ଶ୍ରମିକମାନଙ୍କୁ ଉଦ୍ଧାର କରିବା ସହିତ ନିକଟସ୍ଥ ଘରୋଇ ହସ୍ପିଟାଲ୍ କିମ୍ସରେ ଚିକିତ୍ସା ପାଇଁ ଭର୍ତି କରିଥିଲେ। ଚିକିତ୍ସା ପରେ ପ୍ରାଥମିକ ଚିକିତ୍ସା ପରେ ଆହତମାନଙ୍କ ସ୍ୱାସ୍ଥାବସ୍ଥା ଭଲଥିବା ଠିକାଦାର ପ୍ରକାଶ କରିଛନ୍ତି। କ୍ରେନ୍ ସହାୟତାରେ ଗାଡ଼ିଟିକୁ ବାହାରକୁ ଉଠାଯାଇଥିଲା।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us