ହନିଟ୍ରାପ୍‌ରେ ଫସିଗଲେ ଶିକ୍ଷକ: ଶାରୀରିକ ସଂପର୍କର ଲୋଭ ଦେଖାଇ ୬୦ ହଜାର ଲୁଟିନେଲା ଫେସବୁକ୍‌ ବାନ୍ଧବୀ

Advertisment
ହନିଟ୍ରାପ୍‌ରେ ଫସିଗଲେ ଶିକ୍ଷକ: ଶାରୀରିକ ସଂପର୍କର ଲୋଭ ଦେଖାଇ ୬୦ ହଜାର ଲୁଟିନେଲା ଫେସବୁକ୍‌ ବାନ୍ଧବୀ

Deccan Herald

ଚନ୍ଦ୍ରଶେଖରପୁର: ହନିଟ୍ରାପ୍‌ରେ ଫସି ଜରେ ଯୁବକ ୬୦ ହଜାର ଟଙ୍କା ହରାଇଛନ୍ତି। ଲୁଟ୍‌ର ଶିକାର ଯୁବକଜଣଙ୍କ ଇନ୍‌ଫୋସିଟି ଅଞ୍ଚଳରେ ଥିବା‌ ଏକ ଘରୋଇ ଶିକ୍ଷାନୁଷ୍ଠାନରେ କାର୍ଯ୍ୟରତ। ନଗ୍ନ ଫଟୋ ଦେଖାଇବା ସହ ଶାରୀରିକ ସଂପର୍କର ପ୍ରଲୋଭନ ଦେଖାଇ ଜଣେ ଯୁବତୀ ତାଙ୍କଠାରୁ ୩ଟି ପର୍ଯ୍ୟାୟରେ ଏହି ଟଙ୍କା ଠକି ନେଇଥିବା ସେ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଛନ୍ତି।

ଅଭିଯୋଗ ଅନୁଯାୟୀ, କିଛି ଦିନ ତଳେ ଜଣେ ଯୁବତୀଙ୍କ ସହ ଫେସ୍‌ବୁକ୍‌ରେ ତାଙ୍କର ବନ୍ଧୁତା ହୋଇଥିଲେ। ଯୁବତୀଜଣଙ୍କ ଚାଟିଂ ଓ ଭିଡିଓ କଲ ମଧ୍ୟ କରୁଥ‌‌ିଲେ। ଉଭୟଙ୍କ ମଧ୍ୟରେ ସମ୍ପର୍କ ବଢ଼ିବାରୁ ଯୁବତୀଜଣଙ୍କ ତାଙ୍କୁ ଶାରୀରିକ ସମ୍ପର୍କ ପାଇଁ ପ୍ରଲୋଭନ ଦେଖାଇଥିଲେ। ଏଥିପାଇଁ ସେ ଯୁବକଙ୍କଠାରୁ ୩ଟି ପର୍ଯ୍ୟାୟରେ ମୋଟ ୬୦ ହଜାର ଟଙ୍କା ନେଇଥିଲେ। ଟଙ୍କା ପାଇଯିବା ପରେ ସେ ଉକ୍ତ ଫେସବୁକ୍ ଆକାଉଣ୍ଟଟି ଉଭାନ୍‌ ହୋଇଯାଇଥିଲା। ଯୁବତୀଙ୍କ ସହ ଅନ୍ୟ ସବୁପ୍ରକାର ଯୋଗାଯୋଗ ମଧ୍ୟ ବନ୍ଦ ହୋଇଯାଇଥିଲା। ସେ ଠକାମିର ଶିକାର ହୋଇଥିବା ଜାଣିବା ପରେ ଚନ୍ଦ୍ରଶେଖରପୁର ଥାନା ପୁଲିସର ଦ୍ବାରସ୍ଥ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe