ଆଦିତ୍ୟ ବିର୍ଲା ପବ୍ଲିକ୍‌ ସ୍କୁଲରେ ଶିକ୍ଷକ ପ୍ରଶିକ୍ଷଣ କର୍ମଶାଳା

Advertisment
ଆଦିତ୍ୟ ବିର୍ଲା ପବ୍ଲିକ୍‌ ସ୍କୁଲରେ ଶିକ୍ଷକ ପ୍ରଶିକ୍ଷଣ କର୍ମଶାଳା

ଭୁବନେଶ୍ବର: ଆଦିତ୍ୟ ବିର୍ଲା ପବ୍ଲିକ୍‌ ସ୍କୁଲରେ ଶିକ୍ଷକ ପ୍ରଶିକ୍ଷଣ କର୍ମଶାଳା ବିଦ୍ୟାଳୟର ଅଧ୍ୟକ୍ଷ ଲକ୍ଷ୍ମୀନାରାୟଣ ଦାଶଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟର ପ୍ରେସ୍‌ ଇଣ୍ଡିଆ ଟ୍ରେଣ୍ଡ ଶିକ୍ଷକ ଶିକ୍ଷା ବିଶାରଦ ଡ. ସୋନାଲି ଭଟ୍ଟାଚାର୍ଯ୍ୟ ଯୋଗ ଦେଇଥିଲେ। ନୂତନ ପଦ୍ଧତି ଦ୍ବାରା କିପରି ପିଲାମାନଙ୍କୁ ଶିକ୍ଷା ପ୍ରଦାନ କରାଯାଇପାରିବ, ତାହା ଉପରେ କର୍ମଶାଳାରେ ଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା। ଅତ୍ୟାଧୁନିକ ଶିକ୍ଷା ପଦ୍ଧତି ଦ୍ବାରା ଶିକ୍ଷାଦାନ ପାଇଁ ନିଆଯାଇଥିବା ପଦକ୍ଷେପକୁ ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଶିକ୍ଷା ବିଭାଗର ଉପଦେଷ୍ଟା ଡ. ଏସ୍‌. ଗାଙ୍ଗୁଲି ପ୍ରଶଂସା କରିଥିଲେ। କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପ୍ରଶାସକ ଏନ୍‌. ସାହୁ ଓ ଇଂରାଜୀ ବିଭାଗର ଶିକ୍ଷକ ଆନନ୍ଦ ମୁଖାର୍ଜୀ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe