ଚନ୍ଦ୍ରଶେଖରପୁର: କେବଳ ପାଠ ପଢ଼ାଇଦେଲେ କେହି ଗୁରୁ ହୋଇଯାଏନି, ଭଲ ମଣିଷ ହେବା ପାଇଁ ଜବୀନର ସବୁ ମୋଡ଼ରେ ଯିଏ ମାର୍ଗ ଦର୍ଶନ କରାଇଥାଏ, ସେ ହିଁ ପ୍ରକୃତ ଗୁରୁ। ପୁଲିସ କମିସନର୍ ସତ୍ୟଜିତ୍ ମହାନ୍ତି ଆଜି ଏପରି ମତ ପ୍ରକାଶ କରିଛନ୍ତି। କଳିଙ୍ଗ ଆଡଭାନ୍ସଡ଼୍ ଏଜୁକେସନ୍ ଆଣ୍ଡ ଚାରିଟେବୁଲ୍ ଟ୍ରଷ୍ଟ, ଭୁବନେଶ୍ୱର ପକ୍ଷରୁ ଆଜି ସ୍ଥାନୀୟ ସିଓ୍ଵାଇଏସ୍ଡି ସଭାକକ୍ଷରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଗୁରୁଦିବସ ସମାରୋହରେ ଶ୍ରୀ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗୁର-ଶିଷ୍ୟର ପ୍ରାଚୀନ ପରମ୍ପରା ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ନରେନ୍ଦ୍ର କୁମାର ସ୍ୱାଇଁ ବିଶିଷ୍ଟ ଅତିଥି, ସାମ୍ବାଦିକ ଓମ୍ ପ୍ରକାଶ ମୁଖ୍ୟବକ୍ତା ଓ ସମାଜସେବୀ ପ୍ରସନ୍ନ କୁମାର ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ସ୍ତମ୍ଭକାର ସୁଜ୍ଞାନ ଚୌଧରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଂପାଦକ ଡ. ସୁଶାନ୍ତ ଦାସ ଅତିଥିଙ୍କୁ ସ୍ୱାଗତ କରିଥିଲେ। ଆବାହକ କାଳୀଚରଣ ସିଂ ସଭା ପରିଚାଳନ କରିଥିଲେ। ଏହି ଅବସରରେ ଟ୍ରଷ୍ଟ ପକ୍ଷରୁ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ମୋଟ ୪ଜଣ ଶିକ୍ଷକ ଓ ଜଣେ ଶିକ୍ଷୟିତ୍ରୀଙ୍କୁ ଶ୍ରେଷ୍ଠ ଗୁରୁ ସମ୍ମାନରେ ସମ୍ମାନିତ କରାଯାଇଥିଲା
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us