ଭୁବନେଶ୍ୱର: ‘କନ୍ଫିଡେରେସନ୍ ଅଫ୍ ଓଡ଼ିଶା ପବ୍ଲିକ୍ ସ୍କୁଲ’ ପକ୍ଷରୁ ସତ୍ୟନଗରସ୍ଥିତ ହୋଟେଲ ରୟାଲ୍ ସୁଇଟ୍ସ୍ଠାରେ ‘ରାଜ୍ୟସ୍ତରୀୟ ଗୁରୁ ସମ୍ମାନ ଉତ୍ସବ’ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଓଡ଼ିଶାର ଘରୋଇ ବିଦ୍ୟାଳୟଗୁଡ଼ିକର ଶ୍ରେଷ୍ଠ ଶିକ୍ଷକମାନଙ୍କୁ ‘ରାଜ୍ୟସ୍ତରୀୟ ଗୁରୁ ସମ୍ମାନ’ ପ୍ରଦାନ କରାଯାଇଛି। ଅନୁଷ୍ଠାନର ଅଧ୍ୟକ୍ଷ ବଦ୍ରିନାଥ ପଟ୍ଟନାୟକଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ସଭାରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ସ୍ୱାମୀ ଶଙ୍କରାନନ୍ଦ ଗିରି, ସାଇ ଇଣ୍ଟରନ୍ୟାସ୍ନାଲ୍ ସ୍କୁଲ ଅଧ୍ୟକ୍ଷ ବିଜୟ ସାହୁ, ସୈନିକ ସ୍କୁଲ ଅଧ୍ୟକ୍ଷ କଞ୍ଚନ ମୁଖାର୍ଜୀ ପ୍ରମୁଖ ଯୋଗ ଦେଇଥିଲେ। ଅନୁଷ୍ଠାନର ସାଧାରଣ ସମ୍ପାଦକ ସୌରେନ୍ଦ୍ର କୁମାର ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ପ୍ରାୟ ୫୦ଟି ସ୍କୁଲର ଶିକ୍ଷକଙ୍କୁ ସମ୍ବର୍ଧିତ କରାଯାଇଥିଲା।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us