ଓପେପା କାର୍ଯ୍ୟାଳୟ ସମ୍ମୁଖରେ ଶିକ୍ଷକଙ୍କ ଧାରଣା

ଓପେପା କାର୍ଯ୍ୟାଳୟ ସମ୍ମୁଖରେ ଶିକ୍ଷକଙ୍କ ଧାରଣା

ଭୁବନେଶ୍ୱର : ୩ ଦଫା ଦାବି ନେଇ ଆଜି ଅଲ୍‌ ଓଡ଼ିଶା ହିନ୍ଦୀ, ସଂସ୍କୃତ, ପିଇଟି, କଳା, ବିଜ୍ଞାନ ତାଲିମପ୍ରାପ୍ତ ବେକାରୀ ଶିକ୍ଷକ ସଂଘ ପକ୍ଷରୁ ଓପେପା କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା। ସଂଘର ବିଭିନ୍ନ ସ୍ଥାନରୁ ଆସିଥିବା ଶିକ୍ଷକମାନେ ଏଥିରେ ସାମିଲ ହୋଇଥିଲେ। ତାଲିମପ୍ରାପ୍ତ ବେକାର ଯୋଗ୍ୟ ବିଏଡ୍‌ ଡିଗ୍ରିଧାରୀମାନଙ୍କୁ ତୁରନ୍ତ ନିଯୁକ୍ତି, ଅତିଥି ଶିକ୍ଷକ ଭଳି ପ୍ରଥାକୁ ସମ୍ପୂର୍ଣ୍ଣ ବନ୍ଦ କରିବା ଏବଂ ବର୍ଷ ବର୍ଷ ଧରି ଅପେକ୍ଷାରତ ଆଶାୟୀ ପ୍ରାର୍ଥୀଙ୍କ ବୟସ ସୀମା କୋହଳ କରିବାକୁ ସଂଘ ଦାବି କରିଛି।

ସଂଘ ପକ୍ଷରୁ କୁହାଯାଇଛି ଯେ, ବର୍ତ୍ତମାନ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ୧୪ ହଜାରରୁ ଊର୍ଦ୍ଧ୍ୱ ପଦବି ଖାଲି ରହିଛି। ସରକାର ନୂତନ ବିଜ୍ଞପ୍ତି ଜାରି ନକରି ଅତିଥି ଶିକ୍ଷକ ଓ ଅବସରପ୍ରାପ୍ତ ଶିକ୍ଷକଙ୍କୁ ନିଯୁକ୍ତି ଦେଉଛନ୍ତି। ଆସନ୍ତା ସପ୍ତାହକ ମଧ୍ୟରେ ଦାବି ପୂରଣ ନହେଲେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ସଂଘ ଚେତାବନୀ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe