ପାଳିରେ ଚାଲିଛି ପାଠପଢ଼ା: ରାଜଧାନୀରେ ୫-ଟି ସ୍କୁଲ୍‌ ଏମିତି...

Advertisment

ବିଦ୍ୟାଳୟର ଗୁରୁତ୍ବକୁ ଅନୁଭବ କରି ତିନି ବର୍ଷ ତ‌ଳେ ୫-ଟି ରୂପାନ୍ତରୀକରଣ କାର୍ଯ୍ୟକ୍ରମରେ ବିଦ୍ୟାଳୟର କ୍ଲାସରୁମ୍‌ ସହ କୋଠାରେ ରଙ୍ଗ ବୋଳା ଯାଇ ଚକାଚକ୍‌ କରାଯାଇଥିଲା। ଯାହାକି ପିଲାଙ୍କୁ ବେଶ୍‌ ଆକୃଷ୍ଟ କରିଥିଲା।

ବିଦ୍ୟାଳୟର ଗୁରୁତ୍ବକୁ ଅନୁଭବ କରି ତିନି ବର୍ଷ ତ‌ଳେ ୫-ଟି ରୂପାନ୍ତରୀକରଣ କାର୍ଯ୍ୟକ୍ରମରେ ବିଦ୍ୟାଳୟର କ୍ଲାସରୁମ୍‌ ସହ କୋଠାରେ ରଙ୍ଗ ବୋଳା ଯାଇ ଚକାଚକ୍‌ କରାଯାଇଥିଲା। ଯାହାକି ପିଲାଙ୍କୁ ବେଶ୍‌ ଆକୃଷ୍ଟ କରିଥିଲା।

dgdagdgr

ଖଣ୍ଡଗିରି: ପୁରାତନ ଛାତ୍ରଛାତ୍ରୀଙ୍କୁ ନେଇ ସମୃଦ୍ଧ ୪୮ବର୍ଷର ବିଦ୍ୟାଳୟ। ଆଉ ଦୁଇ ବର୍ଷ ପରେ ସୁବର୍ଣ୍ଣ ଜୟନ୍ତୀ ପାଳନ କରିବ। ବିଦ୍ୟାଳୟର ଗୁରୁତ୍ବକୁ ଅନୁଭବ କରି ତିନି ବର୍ଷ ତ‌ଳେ ୫-ଟି ରୂପାନ୍ତରୀକରଣ କାର୍ଯ୍ୟକ୍ରମରେ ବିଦ୍ୟାଳୟର କ୍ଲାସରୁମ୍‌ ସହ କୋଠାରେ ରଙ୍ଗ ବୋଳା ଯାଇ ଚକାଚକ୍‌ କରାଯାଇଥିଲା। ଯାହାକି ପିଲାଙ୍କୁ ବେଶ୍‌ ଆକୃଷ୍ଟ କରିଥିଲା। ଲାଗୁଥିଲା ୫୦ ବର୍ଷ ଛୁଇଁଲା ବେଳକୁ ବିଦ୍ୟାଳୟ ସଫଳତାର ଶୀର୍ଷ ଛୁଉଁଥିବ। ମାତ୍ର ସ୍କୁଲର ବର୍ତ୍ତମାନ ସ୍ଥିତି ଅତ୍ୟନ୍ତ ଦୟନୀୟ। ଷଷ୍ଠରୁ ଦଶମ ଶ୍ରେଣୀ ମଧ୍ୟରେ ପଢ଼ୁଥିବା ୬୦୦ ପିଲାଙ୍କ ପାଇଁ ମାତ୍ର ୫ଟି ଶ୍ରେଣୀଗୃହ ରହିଛି। ସ୍ଥାୟୀ ପ୍ରଧାନଶିକ୍ଷକ ନାହାନ୍ତି। ବର୍ଷ ବର୍ଷ ଧରି କ୍ୟାମ୍ପସ ଭିତରେ ବିପଦସଙ୍କୁଳ କୋଠା ରହିଥିଲେ ମଧ୍ୟ ତାହାକୁ ଭଙ୍ଗାଯାଉ ନାହିଁ କି ମରାମତି ହେଉନି। ଏଭଳି ଦୟନୀୟ ସ୍ଥିତି ଲୋକସେବା ଭବନଠାରୁ ମାତ୍ର ୮ କିମି ଦୂରରେ ଜାତୀୟ ରାଜପଥକୁ ଲାଗି ରହିଥିବା ତମାଣ୍ଡୋ ଭ୍ରମରବର ସରକାରୀ ଉଚ୍ଚ ବିଦ୍ୟାଳୟରେ ଦେଖିବାକୁ ମିଳୁଛି। ଭାତ ହାଣ୍ଡି‌ରୁ ଗୋଟିଏ ଭାତ ଚିପିଲା ଭଳି ଯଦି ରାଜ୍ୟ ରାଜଧାନୀରେ ଏଭଳି ସ୍ଥିତି ତାହା ହେଲେ ଉପାନ୍ତ ଅଞ୍ଚଳରେ ଥିବା ବିଦ୍ୟାଳୟଗୁଡ଼ିକର ସ୍ଥିତି କ’ଣ ହୋଇଥିବ ଏଥିରୁ ସ୍ପଷ୍ଟ ଅନୁମେୟ।

୧୯୭୬ରେ ପ୍ରତିଷ୍ଠା ହୋଇଥିବା ଏହି ବିଦ୍ୟାଳୟରେ ପୂର୍ବରୁ ୮ମରୁ ୧୦ମ ଶ୍ରେଣୀ ଥିଲା। ସ୍କୁଲ ମିଶ୍ରଣ ସମୟରେ ଶୈଳବାଳା ଉଚ୍ଚପ୍ରାଥମିକ ବିଦ୍ୟାଳୟ ଏହା ସହ ମିଶିଲା। ମିଶ୍ରଣ ପରେ ଷଷ୍ଠରୁ ଦଶମ ଶ୍ରେଣୀ ଯାଏ ଏଠାରେ ପାଠପଢ଼ା ହେଉଛି। କେବଳ ଦଶମ ଶ୍ରେଣୀରେ ୧୨୫ଜଣ ଛାତ୍ରଛାତ୍ରୀ ରହିଛନ୍ତି। ଷଷ୍ଠ, ସପ୍ତମ, ଅଷ୍ଟମ ଓ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମିଶାଇ ମୋଟ ୫୬୦ ଜଣ ଶିକ୍ଷାଗ୍ରହଣ କରୁଛନ୍ତି। ବିଦ୍ୟାଳୟରେ ଏତେ ସଂଖ୍ୟକ ପିଲା ଥିବାରୁ ଏକକାଳୀନ ସମସ୍ତଙ୍କୁ କ୍ଲାସରୁମ୍‌ ଯୋଗାଇ ଦିଆଯାଇପାରୁ ନାହିଁ। ତେଣୁ ସଂଖ୍ୟା ଅଧିକ ଥିବା ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଦୁଇଟି ବିଭାଗ କରାଯାଇଛି। ୯ମ ଓ ୧୦ମ ଛାତ୍ରଛାତ୍ରୀଙ୍କ ପାଠପଢ଼ା ସକାଳ ୧୦ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଏବଂ ୬ଷ୍ଠରୁ ୮ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ସକାଳ ସମୟରେ ହେଉଛି।

ଦୁଇଟି ସ୍କୁଲ ଦାୟିତ୍ବରେ ଜଣେ ପ୍ରଧାନଶିକ୍ଷକ
ବିପଦସଙ୍କୁଳ ଘର, ବାଜି ଲାଗୁଛି ପିଲାଙ୍କ ଜୀବନ

ସମସ୍ୟା ଏତିକିରେ ସରି ନାହିଁ। ବର୍ଷକ ‌ତଳେ କ୍ୟାମ୍ପସରେ ଥିବା ଏକ ପୁରୁଣା ଆଜବେଷ୍ଟସ୍‌ ଘରେ ଛାତ୍ରଛାତ୍ରୀ ବିପଜ୍ଜନକ ଭାବେ ପଢ଼ୁଥିଲେ। ଲଗାଣ ବର୍ଷାରେ ଶ୍ରେଣୀଗୃହରୁ ଆଜବେଷ୍ଟସ୍‌ ଖସିଥିଲା। ତେଣୁ ସେହି ଘରଗୁଡ଼ିକୁ ସମ୍ପୂର୍ଣ୍ଣ ବନ୍ଦ କରି ଦିଆଯାଇଛି। ମାତ୍ର ବିଦ୍ୟ‌ାଳୟ ପରିସର‌ରେ କୋଠାଟି ଏବେ ମଧ୍ୟ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଏହାକୁ ଭାଙ୍ଗିବାକୁ ବିଦ୍ୟାଳୟକୁ ଅନୁମତି ମିଳିଛି। ମାତ୍ର କୋଠାରେ ଲାଗିଥିବା ଆନୁସଙ୍ଗିକ ସାମଗ୍ରୀ ବିକ୍ରିକୁ ନେଇ ପରିଚାଳନା କମିଟି ଓ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ମଧ୍ୟରେ ବିବାଦ ଛିଣ୍ଡୁ ନଥିବାରୁ ତାହା ଭଙ୍ଗାଯାଇ ପାରୁ ନାହିଁ। ଏହା ପାଖରେ ଛାତ୍ରଛାତ୍ରୀ ଖେଳୁଛନ୍ତି। ଗଣେଶ ପୂଜା କରୁଛନ୍ତି। ଆବଶ୍ୟକୀୟ ସାମଗ୍ରୀ ରଖିବ‌ା ଭଳି ଯାବତୀୟ କାମ ଏହି କୋଠା ବ୍ୟବହାର ହେଉଛି। ଯଦି କେ‌ବେ କୋଠାର କାନ୍ଥ କିମ୍ବା ଆଜବେଷ୍ଟସ୍‌ କାହା ଉପରେ ପ‌‌ଡ଼େ ତାହା ହେଲେ ପରିସ୍ଥିତି କେତେ ଜଟିଳ ହେବ, କେହି କଳ୍ପନା ମଧ୍ୟ କରିପାରିବେ ନାହିଁ।
ସେହିପରି ଗତ ଦେଢ଼ ବର୍ଷ ହେଲା ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କ ବଦଳି ହୋଇଛି। ତାଙ୍କ ସ୍ଥାନରେ ନୂଆ ପ୍ରଧାନଶିକ୍ଷକ ନିଯୁକ୍ତ ହୋଇ ନାହାନ୍ତି। ତେଣୁ ବିଦ୍ୟାଳୟଠାରୁ ୪ କିମି ଦୂରରେ ଥିବା ଯଦୁପୁର ସୟଦ ମମତାଜ୍‌ ଅଲ୍ଲୀ ସରକାରୀ ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷକ ନକୁଳ କୁମାର ମଲ୍ଲିକଙ୍କୁ ଏଠାକାର ଦାୟିତ୍ବ ଦିଆଯାଇଛି। ଦୁଇଟି ବିଦ୍ୟାଳୟ ଦାୟିତ୍ବ‌ରେ ଜ‌ଣେ ପ୍ରଧାନଶିକ୍ଷକ ଥିବାରୁ ସେ ମଧ୍ୟ ବାଧ୍ୟ ହୋଇ ପାଳି କରି ଏଠାରୁ ଅସୁଛନ୍ତି। ସକାଳ ସମୟରେ ନିଜ ବିଦ୍ୟାଳୟର ସମସ୍ତ କାମ ସାରି ଅପରାହ୍ଣରେ ଏଠାକୁ ଆସୁଥିବାରୁ ବିଦ୍ୟାଳୟ କାର୍ଯ୍ୟ ପ୍ରଭାବିତ ହେଉଛି। ଏନେଇ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀ ମଲ୍ଲିକ କହିଛନ୍ତି ଉଭୟ ବିଦ୍ୟାଳୟର ଦାୟିତ୍ବରେ ଥିବାରୁ ଅପରାହ୍ଣରେ ବିଦ୍ୟାଳୟ ଆସୁଛି। ଗତବର୍ଷ ଘର ଭାଙ୍ଗିବା ପରେ ସମ୍ପୂର୍ଣ୍ଣ ଘରକୁ ଭାଙ୍ଗିବାକୁ ଡିଇଓ କହିଥିଲେ। ମାତ୍ର ବିଭିନ୍ନ କ‌ାରଣରୁ ତାହା ଭଙ୍ଗାଯାଇ ପାରିନାହିଁ। ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ଅସୁବିଧା ହେଉ ଥିବାରୁ ଦୁଇଟି ସିଫ୍ଟରେ ଶିକ୍ଷାଦାନ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe