Advertisment

ପୁଣି ବାଲିପାଟଣାରେ ମନ୍ଦିର ଲୁଟ୍‌: ନେଇଗଲେ ସୁନା ଓ ଅଷ୍ଟଧାତୁର ୪ ମୂର୍ତ୍ତି

Advertisment

ରାଜଧାନୀ ଉପକଣ୍ଠ ବାଲିପାଟଣା ଅଞ୍ଚଳରୁ ମନ୍ଦିର ଲୁଟ୍‌ ଥମିବା ନାଁ ଧରୁନାହିଁ। ଦୁର୍ବୃତ୍ତମାନେ ଏହି ଅଞ୍ଚଳର ପ୍ରାଚୀନ ମନ୍ଦିରମାନଙ୍କୁ ଟାର୍ଗେଟ୍‌ କରି ଲୁଟୁଛନ୍ତି। କେତେବେଳେ ଦେବଦେବୀଙ୍କ ଅଳଙ୍କାର ଓ ପୂଜାରେ ବ୍ୟବହୃତ ଉପକରଣ ଚୋରି ହେଉଛି ତ କେବେ ପୁଣି ଧାତବ ମୂର୍ତ୍ତି ଲୁଟ୍‌ ହେଉଛି।

ରାଜଧାନୀ ଉପକଣ୍ଠ ବାଲିପାଟଣା ଅଞ୍ଚଳରୁ ମନ୍ଦିର ଲୁଟ୍‌ ଥମିବା ନାଁ ଧରୁନାହିଁ। ଦୁର୍ବୃତ୍ତମାନେ ଏହି ଅଞ୍ଚଳର ପ୍ରାଚୀନ ମନ୍ଦିରମାନଙ୍କୁ ଟାର୍ଗେଟ୍‌ କରି ଲୁଟୁଛନ୍ତି। କେତେବେଳେ ଦେବଦେବୀଙ୍କ ଅଳଙ୍କାର ଓ ପୂଜାରେ ବ୍ୟବହୃତ ଉପକରଣ ଚୋରି ହେଉଛି ତ କେବେ ପୁଣି ଧାତବ ମୂର୍ତ୍ତି ଲୁଟ୍‌ ହେଉଛି।

gdgjgjgj

ବାଲିପାଟଣା: ରାଜଧାନୀ ଉପକଣ୍ଠ ବାଲିପାଟଣା ଅଞ୍ଚଳରୁ ମନ୍ଦିର ଲୁଟ୍‌ ଥମିବା ନାଁ ଧରୁନାହିଁ। ଦୁର୍ବୃତ୍ତମାନେ ଏହି ଅଞ୍ଚଳର ପ୍ରାଚୀନ ମନ୍ଦିରମାନଙ୍କୁ ଟାର୍ଗେଟ୍‌ କରି ଲୁଟୁଛନ୍ତି। କେତେବେଳେ ଦେବଦେବୀଙ୍କ ଅଳଙ୍କାର ଓ ପୂଜାରେ ବ୍ୟବହୃତ ଉପକରଣ ଚୋରି ହେଉଛି ତ କେବେ ପୁଣି ଧାତବ ମୂର୍ତ୍ତି ଲୁଟ୍‌ ହେଉଛି। ଗତକାଲି ରାତିରେ ପୁଣି ଏକ ବଡ଼ଧରଣର ମନ୍ଦିର ଲୁଟ୍‌ ହୋଇଛି। ଦୁର୍ବୃତ୍ତମାନେ କୁଶଭଦ୍ରା ନଦୀ ତଟ ଶିଶୁମଠସାହି ମଦନମୋହନଦେବଙ୍କ ମନ୍ଦିରରୁ କୋଟିକୋଟି ଟଙ୍କା ମୂଲ୍ୟର ଚାରି ଚାରିଟି ମୂର୍ତ୍ତି ଉଠାଇ ନେଇଛନ୍ତି। ଆଜି ସକାଳୁ ଏହି ମନ୍ଦିରରୁ ୪ମୂର୍ତ୍ତି ଚୋରି ହୋଇଥିବା ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ପୁଲିସ ଘଟଣାସ୍ଥଳକୁ ଆସି ଛାନ୍‌ଭିନ୍‌ କରି ଫେରିଛି। ମାତ୍ର ପୁଲିସର ଏଭଳି ତଦନ୍ତ କେବଳ ଔପଚାରିକତା ବୋଲି ଲୋକେ ଅଭିଯୋଗ କରିଛନ୍ତି। 

ଗତକାଲି ରାତିରେ ଦୁର୍ବୃତ୍ତମାନେ ମନ୍ଦିର ପଛ ଫାଟକର ତାଲା ଭାଙ୍ଗି ଭିତରେ ପଶିଥିବା ଜଣାପଡ଼ିଛି। ଏହାପରେ ମନ୍ଦିରର ୨ ମୁଖ୍ୟ ଫାଟକ ତାଲା ଭାଙ୍ଗିଛନ୍ତି। ପ୍ରଭୁ ମଦନମୋହନଙ୍କ ଦାରୁମୂର୍ତ୍ତିର ଗହଣାତକ କାଢ଼ି ନେଇଛନ୍ତି। ଏଥିସହିତ ମଦନମୋହନଙ୍କ ପ୍ରାଚୀନ ଅଷ୍ଟଧାତୁ ମୂର୍ତ୍ତି, ଲକ୍ଷ୍ମୀ ଠାକୁରାଣୀଙ୍କ ସୁନା ମୂର୍ତ୍ତି, ରାଧାକୃଷ୍ଣ ଓ ଭୂଦେବୀଙ୍କ ପିତ୍ତଳ ମୂର୍ତ୍ତି ନେଇଯାଇଛନ୍ତି। ମନ୍ଦିର ଆଲ୍‌ମିରା ତାଡ଼ି ଦେଇଥିଲେ ହେଁ ଲକର୍‌ ଭାଙ୍ଗି ନଥିବା ଜଣାପଡ଼ିଛି। କାହିଁ କେଉଁ ଆବହମାନ କାଳର ଏସବୁ ପ୍ରାଚୀନ ମୂର୍ତ୍ତିଗୁଡ଼ିକର ଦାମ୍‌ କୋଟିଏରୁ ଅଧିକ ଟଙ୍କା ହେବ ବୋଲି ଗ୍ରାମବାସୀମାନେ କହିଛନ୍ତି। ମନ୍ଦିରରୁ ମୂର୍ତ୍ତି ସବୁ ଚୋରି ହୋଇଥିବା ଖବର ଗାଁରେ ଖେଳିଯିବା ପରେ ଶହଶହ ଲୋକଙ୍କ ଭିଡ଼ ଜମିଥିଲା। ଗାଁର ଆରାଧ୍ୟ ଠାକୁରଙ୍କୁ କେହି ଚୋରି କରି ନେଇଥିବାରୁ ଲୋକେ ବ୍ୟଥିତ ହୋଇଥିଲେ। ବାରମ୍ବାର ଏହି ଅଞ୍ଚଳର ମନ୍ଦିରମାନଙ୍କରୁ ଚୋରି ହେଉଥିବାରୁ ପୁଲିସ ନିଷ୍କ୍ରିୟତାକୁ ଲୋକେ ଦାୟୀ କରିଥିଲେ। 

ଗତ ମାସ ୨୫ ତାରିଖରେ ଆମଣାକୁଦ ନିକଟ କୁଦପାଟଣା ଗାଁର ଶନିମନ୍ଦିରରୁ ଚୋରି ହୋଇଥିଲା। ଦୁର୍ବୃତ୍ତମାନେ ଶନିଦେବଙ୍କ ସୁନା ଆଖି ତାଡ଼ି ନେବା ସହ ମନ୍ଦିରରେ କଳାକନା ବୁଲାଇଦେଇଥିଲେ। ସିସିଟିଭିରେ ଲୁଟ୍‌ର ଦୃଶ୍ୟ କଏଦ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପୁଲିସ ସେମାନଙ୍କ ଟେର୍ ପାଇନାହିଁ। ସେହିଭଳି ଗତମାସରେ ମା’ ଦୁର୍ଗାଙ୍କ ‌‌ଷୋଳପୂଜା ବେଳେ ଭାପୁର ବେଲେଶ୍ବର ମନ୍ଦିର ଓ ବନମା‌ଳୀପୁର ଦେବାନପାଟଣା ମା’ ଦୁଲ୍ଲାଦେବୀଙ୍କ ମନ୍ଦିରରୁ ବିପୁଳ ଅଳଙ୍କାର, ମୂର୍ତ୍ତି ଚୋରି ହୋଇଥିଲା। ମା’ ଦୁଲ୍ଲାଦେବୀଙ୍କ ମନ୍ଦିରରୁ ଚୋରି କରି ପଳାଉଥିବା ବେଳେ ଜଗତସିଂହପୁର ଚଢ଼େଇଗାଁର ୨ ଭାଇ ସାରଦା ଆଚାର୍ଯ୍ୟ ଓ ବରଦା ଆଚାର୍ଯ୍ୟ ଗାଁ ଲୋକଙ୍କ ହାବୁଡ଼ରେ ପଡ଼ିଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe