ଘଣ୍ଟ ବଜାଇ ପ୍ରତିବାଦ କଲେ ମନ୍ଦିର ସେବାୟତ

Advertisment
ଘଣ୍ଟ ବଜାଇ ପ୍ରତିବାଦ କଲେ ମନ୍ଦିର ସେବାୟତ

ଭୁବନେଶ୍ବର : ବାରମ୍ବାର ଦାବି ପରେ ମଧ୍ୟ ସରକାର ମନ୍ଦିର ସେବାୟତଙ୍କୁ ସହାୟତା ଦେଲେ ନାହିଁ କି ମନ୍ଦିର ‌ଖୋଲିଲେ ନାହିଁ। ତେଣୁ ଆଜି ରାମମନ୍ଦିର ସମ୍ମୁଖରେ ଘଣ୍ଟ ବାଡ଼େଇ ଏହାର ପ୍ରତିବାଦ କରିଛନ୍ତି ଓଡ଼ିଶା ମନ୍ଦିର ସେବାୟତ ସଂଘର ସେବାୟତବୃନ୍ଦ। ପ୍ରତିବାଦ ସଭାରେ ବିଭିନ୍ନ ମନ୍ଦିରର ସେବାୟତମାନେ ଉପସ୍ଥିତ ରହି ୫ଦଫା ଦାବି ରଖିଥିଲେ। ଭକ୍ତଙ୍କୁ ମନ୍ଦିର ପ୍ରବେଶ ଅନୁମତି, ସେବାୟତଙ୍କୁ ସହାୟତା, ପରିଚୟପତ୍ର ପ୍ରଦାନ, ଭତ୍ତା ବ୍ୟବସ୍ଥା ସହ ସେମାନଙ୍କୁ ବୀମାଭୁକ୍ତ କରିବାକୁ ଦାବି କରାଯାଇଥିଲା। ପ୍ରତିବାଦ ସଭା ଆୟୋଜନ ପରେ ପୁଲିସ୍‌ ପକ୍ଷରୁ ସେମାନଙ୍କୁ ଡକାଇ ଆଲୋଚନା କରାଯାଇଛି।

ସଂଘର ରାଜ୍ୟ ସମ୍ପାଦକ ସିଂହାରୀ ଆଲୋକ ଖୁଣ୍ଟିଆ କହିଛନ୍ତି, ଆମେ ଇତିମଧ୍ୟରେ ୩ଥର ଦାବି ଉପସ୍ଥାପନ କରିବାକୁ ରାଜରାସ୍ତାକୁ ଓହ୍ଲାଇ ସାରିଛୁ। ବିଭିନ୍ନ ମାଧ୍ୟମରେ ସରକାରଙ୍କ ନିକଟରେ ସେବାୟତଙ୍କ ଦୁଃଖ ଦୁର୍ଦ୍ଦଶା କଥା ପହଞ୍ଚାଇ ସାହାଯ୍ୟ ଲୋଡ଼ିଛୁ। ମାତ୍ର ଥରେ ମଧ୍ୟ ସରକାର ଆମକୁ ଡାକି ଆମ ଅସୁବିଧା ସମ୍ପର୍କରେ ଆଲୋଚନା କଲେ ନାହିଁ। ପ୍ରଶାସନ ସହ ଆଲୋଚନା ପାଇଁ ପ୍ରତିଶ୍ରୁତି ମିଳିବା ପରେ ଆଜିର ଆନ୍ଦୋଳନକୁ ସ୍ଥଗିତ ରଖାଯାଇଛି ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe