ବିଏମ୍‌ସି ନୂଆ କୋଠା ପାଇଁଁ ଟେଣ୍ଡର୍‌

Advertisment

ଖର୍ଚ୍ଚ ହେବ ୬୭ କୋଟି, ୨୪ ମାସରେ ସରିବ କାମ, ଭଙ୍ଗାଯିବ ୧୨ଟି ସରକାରୀ କ୍ୱାର୍ଟର୍ସ, ଗୋଟିଏ ଗୋଦାମ

ଖର୍ଚ୍ଚ ହେବ ୬୭ କୋଟି, ୨୪ ମାସରେ ସରିବ କାମ, ଭଙ୍ଗାଯିବ ୧୨ଟି ସରକାରୀ କ୍ୱାର୍ଟର୍ସ, ଗୋଟିଏ ଗୋଦାମ

ବିଏମ୍‌ସି ନୂଆ କୋଠା ପାଇଁଁ ଟେଣ୍ଡର୍‌

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)ର ନୂତନ କୋଠା ତଥା ଇଣ୍ଟେଲିଜେଣ୍ଟ ସିଟି ଅପରେସନ୍‌ ଆଣ୍ଡ ମ୍ୟାନେଜ୍‌ମେଣ୍ଟ ସେଣ୍ଟର୍‌ (ଆଇସିଓଏମ୍‌ସି) ନିର୍ମାଣ ପାଇଁ ଡକାଗଲା ଟେଣ୍ଡର୍‌। ୟୁନିଟ୍‌-୯ ଅଞ୍ଚଳରେ ଇଞ୍ଜିନିୟରିଂ ପ୍ରୋକ୍ୟୁରମେଣ୍ଟ କନ୍‌ଷ୍ଟ୍ରକ୍‌ସନ୍‌ (ଇପିସି) ମୋଡ୍‌ରେ ହେବାକୁ ଥିବା ଏହି କୋଠା ପାଇଁ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌(ବିଏସ୍‌ସିଏଲ୍‌) ପକ୍ଷରୁ ଟେଣ୍ଡର୍‌ ଆହ୍ଵାନ କରାଯାଇଛି। ୪.୦୪ ଏକର ପରିମିତ ଅଞ୍ଚଳରେ ୨ ଲକ୍ଷ ୩୧ ହଜାର ବର୍ଗ ଫୁଟ୍‌ରେ ବିଏମ୍‌ସି କାର୍ଯ୍ୟାଳୟ ଓ ଆଇସିଓଏମ୍‌ସିର ପ୍ରତିଷ୍ଠା ହେବ। ୬୭ କୋଟି ଟଙ୍କା ବ୍ୟୟରେ ନିର୍ମର୍ାଣ ହେବାକୁ ଥିବା ଏହି କାର୍ଯ୍ୟାଳୟରେ ପାର୍କିଂ ବ୍ୟବସ୍ଥା ସହ ବିଏମ୍‌ସି କାର୍ଯ୍ୟାଳୟ, ପ୍ରଥମ ଓ ଦ୍ୱିତୀୟ ମହଲାରେ ଆଇସିଓଏମ୍‌ସି ସୁବିଧା ରହିବ। ୩ୟ ମହଲାରେ କାଫେଟେରିଆ ସୁବିଧା ଉପଲବ୍ଧ ହେବ। ବିଏସ୍‌ସିଏଲ୍‌ ଟେଣ୍ଡର୍‌ ଅନୁଯାୟୀ ସେପ୍ଟେମ୍ବର ୧(ଶନିବାର)ଠାରୁ ଟେଣ୍ଡର୍‌ ଡକ୍ୟୁମେଣ୍ଟ ଉପଲବ୍ଧ ହେବ। ଅକ୍ଟୋବର ୪ ତାରିଖ ପର୍ଯ୍ୟନ୍ତ େଓ୍ଵବ୍‌ ପୋର୍ଟାଲ ଖୋଲା ରହିବ। ଅକ୍ଟୋବର ୫ ସୁଦ୍ଧା ଆଗ୍ରହୀ ସଂସ୍ଥାମାନେ ଉପଯୁକ୍ତ ତଥ୍ୟ ସହ ଅର୍ଥ ଡିପୋଜିଟ୍‌ କରିପାରିବେ। ସେପ୍ଟେମ୍ବର ୧୭ରେ ପ୍ରି-ବିଡ୍‌ ବୈଠକ ହେବ। ଅକ୍ଟୋବର ୯ରେ ଟେକ୍ନିକାଲ ବିଡ୍‌ ଓପନ୍‌ ହେବ। ଏନେଇ ସବିଶେଷ ତଥ୍ୟ ‘tendersodisha.gov.in’ରେ ଉପଲବ୍ଧ ହେଉଥିବା ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ ଯେ ଗତବର୍ଷ ସ୍ୱାୟତ୍ତଶାସନ ଦିବସରେ ଏନେଇ ଘୋଷଣା ହେବା ସହ ଟେଣ୍ଡର୍‌ ମଧ୍ୟ ଡକାଯାଇଥିଲା। ହେଲେ ଏହାକୁ ବାତିଲ୍‌ କରାଯାଇ ପୁଣିଥରେ ଏବେ ଟେଣ୍ଡର୍‌ ହୋଇଛି। ୟୁନିଟ୍‌-୯ ଅଞ୍ଚଳରେ ପ୍ରତିଷ୍ଠା ହେବାକୁ ଥିବା ଏହି ବିଲ୍‌ଡିଂ ପାଇଁ ସାଧାରଣ ପ୍ରଶାସନ ବିଭାଗର ଦୁଇଟି କ୍ୱାର୍ଟର୍ସ ଭଙ୍ଗାଯାଇଛି। ଅଗଷ୍ଟ ୮ ତାରିଖଠାରୁ ବିଏମ୍‌ସି ଓ ବିଡିଏ ପକ୍ଷରୁ ମିଳିତ ଭାବେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି। ଏହି କୋଠା ପାଇଁ ୪ଟି ଫୋରଆର କ୍ୱାର୍ଟର୍ସ, ୮ଟି ଥ୍ର୍ରିଆର କ୍ୱାର୍ଟର୍ସ ଭଙ୍ଗାଯିବ। ଏହି କୋଠାଗୁଡ଼ିକ ଭାଙ୍ଗିବା ପାଇଁ ମେ’ ୨୦ ତାରିଖଠାରୁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଅନୁମତି ଦିଆସରିଛି। ଏହା ବ୍ୟତୀତ ଓଏଫ୍‌ଡିସିର ଏକ କାଠ ଗୋଦାମ ମଧ୍ୟ ଭଙ୍ଗାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe