ଆରମ୍ଭ ହେବ କୁକୁର ବନ୍ଧ୍ୟାକରଣ ଠିକା ସଂସ୍ଥା ପାଇଁ ଟେଣ୍ଡର

Advertisment

ଗତ ମେ’ ମାସରୁ ବନ୍ଦ ଥିବା କୁକୁର ବନ୍ଧ୍ୟାକରଣ ଆରମ୍ଭ ହେବାକୁ ବାଟ ଫିଟିଛି। ଏ ନେଇ ଠିକା ସଂସ୍ଥା ଚୟନ କରିବାକୁ ବିଏମ୍‌ସି ଟେଣ୍ଡର ଡାକିଛି। ଫେବ୍ରୁଆରି ସୁଦ୍ଧା ଠିକା ସଂସ୍ଥା ଚୟନ ହେବ।

ଗତ ମେ’ ମାସରୁ ବନ୍ଦ ଥିବା କୁକୁର ବନ୍ଧ୍ୟାକରଣ ଆରମ୍ଭ ହେବାକୁ ବାଟ ଫିଟିଛି। ଏ ନେଇ ଠିକା ସଂସ୍ଥା ଚୟନ କରିବାକୁ ବିଏମ୍‌ସି ଟେଣ୍ଡର ଡାକିଛି। ଫେବ୍ରୁଆରି ସୁଦ୍ଧା ଠିକା ସଂସ୍ଥା ଚୟନ ହେବ।

କଳିଙ୍ଗବିହାରରେ ବୁଲା କୁକୁର ଆତଙ୍କ

ଭୁବନେଶ୍ବର: ଗତ ମେ’ ମାସରୁ ବନ୍ଦ ଥିବା କୁକୁର ବନ୍ଧ୍ୟାକରଣ ଆରମ୍ଭ ହେବାକୁ ବାଟ ଫିଟିଛି। ଏ ନେଇ ଠିକା ସଂସ୍ଥା ଚୟନ କରିବାକୁ ବିଏମ୍‌ସି ଟେଣ୍ଡର ଡାକିଛି। ଫେବ୍ରୁଆରି ସୁଦ୍ଧା ଠିକା ସଂସ୍ଥା ଚୟନ ହେବ। ଟେଣ୍ଡର ନେବାର ୬ ମାସ ମଧ୍ୟରେ ସମ୍ପୃକ୍ତ ସଂସ୍ଥା ପିଆର୍‌ସି(ପ୍ରୋଜେକ୍ଟ ରେକଗ୍‌ନାଇଜେସନ ସାର୍ଟିଫିକେଟ୍‌) ଯୋଗାଡ଼ କରିବ। ନ କରିପାରିଲେ ଟେଣ୍ଡର ବାତିଲ ହେବ ବୋଲି ସର୍ତ୍ତ ରଖିଛି ବିଏମ୍‌ସି। ଏଠାରେ ସୂଚନାଇ ଦିଆଯାଇପାରେ, ଏବିସି କାର୍ଯ୍ୟକ୍ରମ ପରିଚାଳନା କରୁଥିବା ସଂସ୍ଥା ଭେଟ୍‌ସ୍‌ ଫର ଆନିମଲ୍‌ସ୍‌ର ପିଆରସି ନଥିବାରୁ ମାମଲା ହାଇକୋର୍ଟରେ ପହଞ୍ଚିଥିଲା।

ସଂସ୍ଥା ଏହି ପ୍ରମାଣପତ୍ର ଭାରତୀୟ ପ୍ରାଣୀ ମଙ୍ଗଳ ପରିଷଦ(ଆନିମଲ ୱେଲ୍‌ଫେୟାର ବୋର୍ଡ ଅଫ୍‌ ଇଣ୍ଡିଆ) ପକ୍ଷରୁ ସଂଗ୍ରହ ନ କରିପାରିବାରୁ ଅପରେସନ ବନ୍ଦ ହୋଇଯାଇଥିଲା। ଫଳରେ ମଞ୍ଚେଶ୍ବରରେ ଲକ୍ଷଲକ୍ଷ ଟଙ୍କା ବ୍ୟୟରେ ପ୍ରସ୍ତୁତ କରାଯାଇଥିବା କୁକୁର ଅପରେସନ କେନ୍ଦ୍ରରେ ତାଲା ଝୁଲିଥିଲା। ଏବେ ପ୍ରବାସୀ ଭାରତୀୟଙ୍କ ପାଇଁ ସହରରୁ କୁକୁର ଧରାଯାଇଥିଲା। ବିଏମ୍‌ସି ୪ ଜଣ ଡାକ୍ତରଙ୍କୁ ଆଣିଥିଲେ ମଧ୍ୟ ବନ୍ଧ୍ୟାକରଣ ବନ୍ଦ ଥିବାରୁ ସେମାନେ ଏହି କୁକୁର ଧରା ଓ ଯତ୍ନ କାମରେ ଲାଗିଥିଲେ। ଏବେ ପିଆର୍‌ସି ବାଧ୍ୟତାମୂଳକ କରାଯାଇଥିବାରୁ ଏହି କାର୍ଯ୍ୟକ୍ରମ ବିନା ବାଧ‌ାରେ ଚାଲିବ ବୋଲି ଆଶା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe