ଟେଣ୍ଡର୍‌ରେ ଦୁର୍ନୀତି ଅଭିଯୋଗ, ଓଏସ୍‌ଆରଟିସି କାର୍ଯ୍ୟାଳୟରେ ଉତ୍ତେଜନା

ଟେଣ୍ଡର୍‌ରେ ଦୁର୍ନୀତି ଅଭିଯୋଗ, ଓଏସ୍‌ଆରଟିସି କାର୍ଯ୍ୟାଳୟରେ ଉତ୍ତେଜନା

ଭୁବନେଶ୍ୱର: ବସ୍‌ ଟେଣ୍ଡର ଦେବାରେ ଦୁର୍ନୀତି ଅଭିଯୋଗରେ ଆଜି ଓଏସ୍‌ଆରଟିସି କାର୍ଯ୍ୟାଳୟ ସମ୍ମୁଖରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ୫୦ରୁ ଊର୍ଦ୍ଧ୍ବ ଆବେଦନକାରୀ ହୋ ହଲ୍ଲା କରିବାରୁ କିଛି ସମୟ ପାଇଁ ଟେଣ୍ଡର ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି। ପରେ ସିଏମ୍‌ଡି ଅରୁଣ ବୋଥ୍ରା ଆନ୍ଦୋଳନରତ ଆବେଦନକାରୀଙ୍କୁ ବୁଝାସୁଝା କରିବାରୁ ପରିସ୍ଥିତି ଶାନ୍ତ ହୋଇଥିଲା।

ଅଭିଯୋଗ ମୁତାବକ, ଓଏସ୍‌ଆରଟିସିର ବସ୍‌ଗୁଡ଼ିକ ଟେଣ୍ଡର ଦିଆଯାଉଛି। ଲୋକମାନେ ବସ୍‌ନେଇ ବିଭିନ୍ନ ରୁଟ୍‌ରେ ଚଳାଇ ଓଏସ୍‌ଆରଟିସିକୁ ଅର୍ଥ ପୈଠ କରିବେ। ୧୫ଟି ରୁଟ୍‌ରେ ବସ୍‌ ନେଇ ଚଳାଇବା ପାଇଁ ଡକାଯାଇଥିବା ଟେଣ୍ଡରର ଆଜି ଖୋଲିବାକୁ ସମୟ ଦିଆ ଯାଇଥିଲା। ଏଥିପାଇଁ ପାଖାପାଖି ୮୦ ଜଣ ଆବେଦନ କରିଥିଲେ। ହେଲେ ଟେଣ୍ଡରକୁ ସମସ୍ତ ଆବେଦନକାରୀଙ୍କ ସମ୍ମୁଖରେ ଖୋଲା ନଯାଇ ଅଫିସ ଭିତରେ ଖୋଲାଯାଇଥିଲା। ଫଳରେ ସେଥିରେ ଦୁର୍ନୀତି ହେଉଥିବା ଅଭିଯୋଗ କରି ଆବେଦନକାରୀମାନେ ହୋ ହଲ୍ଲା କରିଥିଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ ଏଭଳି ଅବସ୍ଥା ଜାରି ରହିଥିଲା। ପରେ ଅଧିକାରୀମାନେ ବାହାରକୁ ଆସି ସମସ୍ତଙ୍କ ସମ୍ମୁଖରେ ଟେଣ୍ଡର ସମ୍ବନ୍ଧରେ ବିସ୍ତୃତ ବିବରଣୀ ରଖିବା ସହ ପରେ ଟେଣ୍ଡର ବାବଦରେ ସମସ୍ତ ତଥ୍ୟ ଇମେଲ୍‌ ଜରିଆରେ ସମସ୍ତ ଆଦେନାକରୀଙ୍କ ପାଖରେ ପହଞ୍ଚାଇବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe