Saliasahi tribal area: ସାଲିଆସାହି ଆଦିବାସୀ ପଡ଼ିଆରେ ପୁଣି ଉତ୍ତେଜନା: ଠେଙ୍ଗାବାଡ଼ି ଧରି ବେପାରୀଙ୍କୁ ଗୋଡ଼ାଇଲେ

Advertisment

ଆଜି ସାଲିଆସାହି ଆଦିବାସୀ ପଡ଼ିଆରେ ପୁଣି ଉତ୍ତେଜନା ଦେଖାଯାଇଥିଲା। ଶହଶହ ସ୍ଥାନୀୟ ଲୋକେ ଠେଙ୍ଗାବାଡ଼ି ଧରି ଅସ୍ଥାୟୀ ହାଟର ବେପାରୀଙ୍କୁ ଗୋଡ଼ାଇବାରୁ ଉତ୍ତେଜନା ଉପୁଜିଥିଲା।

ଆଜି ସାଲିଆସାହି ଆଦିବାସୀ ପଡ଼ିଆରେ ପୁଣି ଉତ୍ତେଜନା ଦେଖାଯାଇଥିଲା। ଶହଶହ ସ୍ଥାନୀୟ ଲୋକେ ଠେଙ୍ଗାବାଡ଼ି ଧରି ଅସ୍ଥାୟୀ ହାଟର ବେପାରୀଙ୍କୁ ଗୋଡ଼ାଇବାରୁ ଉତ୍ତେଜନା ଉପୁଜିଥିଲା।

fshsfhfhf

ଚନ୍ଦ୍ରଶେଖରପୁର: ଆଜି ସାଲିଆସାହି ଆଦିବାସୀ ପଡ଼ିଆରେ ପୁଣି ଉତ୍ତେଜନା ଦେଖାଯାଇଥିଲା। ଶହଶହ ସ୍ଥାନୀୟ ଲୋକେ ଠେଙ୍ଗାବାଡ଼ି ଧରି ଅସ୍ଥାୟୀ ହାଟର ବେପାରୀଙ୍କୁ ଗୋଡ଼ାଇବାରୁ ଉତ୍ତେଜନା ଉପୁଜିଥିଲା। ମୈତ୍ରୀବିହାର ଥାନା ପୁଲିସ ଠିକଣା ସମୟରେ ପହଞ୍ଚିଯିବାରୁ ଏକ ଗୋଷ୍ଠୀ ସଂଘର୍ଷକୁ ରୋକାଯାଇ ପାରିଥିଲା। ଶେଷରେ ବେପାରୀମାନେ ହାଟରୁ ଫେରିଥିଲେ ଏବଂ ଉତ୍ତେଜନା ଥମିଥିଲା। କିଛି ଦିନ ପୂର୍ବେ ଏହି ଅସ୍ଥାୟୀ ହାଟକୁ ଉଚ୍ଛେଦ କରିବା ଦାବିରେ ଶତାଧିକ ଆଦିବାସୀ ମହିଳା ପଡ଼ିଆରେ ଭଙ୍ଗାରୁଜା କରିଥିଲେ। ମହିଳାମାନେ ହାଟ ପାଲିରେ ବନ୍ଧାଯାଇଥିବା ବାଉଁଶ, ବହ୍ଲାକୁ ଉପାଡ଼ିବା ସହ ଜରିପାଲ ସବୁ ଚିରି ଫୋପାଡ଼ି ଦେଇଥିଲେ। 

ଆଦିବାସୀସାହି ବାସିନ୍ଦାଙ୍କ ଅଭିଯୋଗ ଅନୁଯାୟୀ ପଡ଼ିଆଟି ସ୍ଥାନୀୟ ପିଲାଙ୍କ ଖେଳପଡ଼ିଆ ଭାବେ ବ୍ୟବହାର କରାଯାଉଛି। ସାହିର ପିଲାଙ୍କଠାରୁ ଆରମ୍ଭ କରି ଯୁବକମାନେ ବିଭିନ୍ନ ‌ଖେଳ ଅଭ୍ୟାସ କରୁଛନ୍ତି। ମହାମାରୀ କରୋନା ସମୟରେ ବିଏମ୍‌ସି ପ୍ରଶାସନ ଏହି ଖେଳପଡ଼ିଆରେ ଅସ୍ଥାୟୀ ହାଟ କରିବାକୁ ବେପାରୀଙ୍କୁ ଅନୁମତି ଦେଇଥିଲା। ଲକ୍‌ଡାଉନ୍‌ ଥିବାରୁ ପରିବା ବେପାରୀମାନେ ରାସ୍ତାଘାଟରେ ନ ବସି ପଡ଼ିଆରେ ବସି ପନିପରିବା ବିକ୍ରି କରିବାକୁ କୁହାଯାଇଥିଲା। କିନ୍ତୁ ପରେ ବେପାରୀମାନେ ପଡ଼ିଆରେ ସ୍ଥାୟୀ ଦୋକାନ କରିବାକୁ ଲାଗିଲେ। ବାରମ୍ବାର ମନାକରିବା ପରେ ବି ସେମାନେ ହାଟରୁ ହଟିଲେ ନାହିଁ। ଖେଳପଡ଼ିଆକୁ ଜବରଦଖଲ କରିବାକୁ ଉଦ୍ୟମ କଲେ। ତେଣୁ ବାଧ୍ୟହୋଇ ସେମାନେ ବେପାରୀଙ୍କୁ ହଟାଇ ଖେଳପଡ଼ିଆ ବଞ୍ଚାଇବାକୁ ବଳପ୍ରୟୋଗ କରୁଛନ୍ତି। କୌଣସିମତେ ଖେଳପଡ଼ିଆକୁ ହାଟ ପାଇଁ ଛଡ଼ାଯିବ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe