ଚେକିଂବେଳେ ଟ୍ରାଫିକ୍‌ ପୁଲିସ ହଟହଟା

Advertisment
ଚେକିଂବେଳେ ଟ୍ରାଫିକ୍‌ ପୁଲିସ ହଟହଟା

ଭୁବନେଶ୍ବର : ଟ୍ରାଫିକ୍‌ ପୁଲିସ୍‌ର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି‌ ସୋମବାର ସଂଧ୍ୟାରେ ସହିଦନଗର ଫାଣ୍ଡି ନିକଟ ଏକ ଗଳିରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ସାଧାରଣ ଲୋକ ଓ ପୁଲିସ୍ ମଧ୍ୟରେ କଥା କଟାକଟି ହୋଇଥିଲା। ଏପରିକି ସ୍ଥାନୀୟ ଲୋକେ ପୁଲିସ୍‌କୁ ଘେରି ଯାଇଥିଲେ। ତେବ‌େ ଖବର ପାଇ ସହିଦ ନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବାରୁ ସ୍ଥିତି ଆୟତ୍ତ ହୋଇଥିଲା ଓ ଏକ ବଡ଼ ଅଘଟଣ ଟଳି ଯାଇଥିଲା।

ସୂଚନାନୁଯାୟୀ, ଅମାନିଆ ଗାଡ଼ି ଚାଳକଙ୍କୁ ସାବାଡ୍‌ କରିବା ପାଇଁ କମିସନରେଟ୍‌ ଟ୍ରାଫିକ୍‌ ପୁଲିସ୍‌ ଜିରୋ ଟଲରାନ୍ସ ନୀତି ଆପଣାଇଛି। ବାରମ୍ବାର ସଚେତନତା ପରେ ମଧ୍ୟ କିଛି ଉଚ୍ଛୃଙ୍ଖଳ ଯୁବକ ବିନା ହେଲମେଟ୍‌ରେ ବାଇକ୍‌ ଚଳାଉଛନ୍ତି। ବେପରୁଆ ଗାଡ଼ି ଚାଳନା କରି ନିଜ ଜୀବନ ସହ ଅନ୍ୟମାନଙ୍କ ଜୀବନ ପ୍ରତି ମଧ୍ୟ ବିପଦ ସୃଷ୍ଟି କରୁଛନ୍ତି। ଟ୍ରାଫିକ୍‌ ପୁଲିସ୍‌ ହାତରେ ଯେପରି ଧରା ନପଡ଼ିବେ, ମୁଖ୍ୟରାସ୍ତାରେ ନ ଯାଇ ସହରର ଗଳି କନ୍ଦିରେ ଯାତାୟାତ କରୁଛନ୍ତି। ଏଭଳି ଅମାନିଆଙ୍କୁ ସାବାଡ୍‌ କରିବା ପାଇଁ ପୁଲିସ୍‌ ଏବେ ମୁଖ୍ୟ ରାସ୍ତା ସମତେ ଗଳିକନ୍ଦିରେ ବି ଅତର୍କିତ ଡେରା ପକାଉଛି।

ସୋମବାର ଦିନ କିଛି ଟ୍ରାଫିକ୍‌ ପୁଲିସ୍‌ ସହିଦନଗର ଫାଣ୍ଡି ନିକଟ ଏକ ଗଳିରେ ଡେରା ପକାଇଥିଲେ। ତେବ‌େ ସ୍ଥାନୀୟ କିଛି ଲୋକ ଏହାକୁ ପ୍ରବଳ ବିରୋଧ କରିଥିଲେ। ଏହା ପୁଲିସ୍‌ର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ବୋଲି ଅଭିଯୋଗ କରିବା ସହ ପୁଲିସକୁ ସେଠାରୁ ଚାଲିଯିବା ପାଇଁ କହିଥିଲେ। କିନ୍ତୁ ପୁଲିସ୍‌ ନିଜ ଜିଦ୍‌ରେ ଅଟଳ ରହିବାରୁ ଉତ୍ତେଜନା ଦେଖା‌ ଦେଇଥିଲା। ଉତ୍ତ୍ୟକ୍ତ ଲୋକ‌େ ପୁଲିସକୁ ଘେରି ଯାଇଥିଲେ। ତେବ‌େ ଖବର ପାଇ ସହିଦନଗର ଥାନା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଆୟତ୍ତ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe