ବର୍ଷକର ଶିଶୁକୁ ଏକ୍ସପାଏରି ସିରପ୍‌ ଦେବାକୁ ନେଇ ଉତ୍ତେଜନା

Advertisment
ବର୍ଷକର ଶିଶୁକୁ ଏକ୍ସପାଏରି ସିରପ୍‌ ଦେବାକୁ ନେଇ ଉତ୍ତେଜନା

ବାଲିଅନ୍ତା : ବାଳକାଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଜି ପୂର୍ବାହ୍ନରେ କାର୍ଯ୍ୟରତ ସ୍ୱାସ୍ଥ୍ୟକର୍ମୀ ଜଣେ ବର୍ଷକର ଶିଶୁକନ୍ୟାକୁ ଏକ୍ସପାଏରି ଭିଟାମିନ ‘ଏ’ ସିରପ୍‌ ଖାଇବାକୁ ଦେବା ନେଇ ଭୀଷଣ ଉତ୍ତେଜନା ପ୍ରକାଶ ପାଇଛି। ହେଲେ ପିଲାର ମାଆ ସରୋଜିନୀ ସାହୁ ସିରପ୍‌ ସିସିକୁ ଯାଞ୍ଚ କରି ଏହାର ବିରୋଧ କରିଥିଲେ। ଏ ସଂପର୍କରେ ଜାଣିବା ପରେ ନିଜ ନିଜ ପିଲାକୁ ନେଇ ଟିକା ଦେବାକୁ ଡାକ୍ତରଖାନା ଆସିଥିବା ସବୁ ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକ ଏସଂପର୍କରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ସ୍ୱାସ୍ଥ୍ୟ ଅଧିକାରୀ ପ୍ରଦୀପ କୁମାର ସାହୁଙ୍କୁ ନିକଟରେ ଅଭିଯୋଗ କରିଥିଲେ।

ଅଭିଯୋଗ ପାଇ ଶ୍ରୀ ସାହୁ ଏକ୍ସପାଏରି ସିସି ଜବତ କରିବା ସହ ଏନେଇ କାର୍ଯ୍ୟରତ କର୍ମଚାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେମାନଙ୍କୁ ପ୍ରତିଶ୍ରୁତି ଦେବାପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଅନ୍ୟପକ୍ଷରେ ଶ୍ରୀ ସାହୁଙ୍କ ସହ ଘଟଣା ସଂପର୍କରେ ଯୋଗାଯୋଗ କରିବାରୁ ସେ ଏଭଳି ଅଭିଯୋଗକୁ ସ୍ୱୀକାର କରିବା ସହ ଏହି ଔଷଧର ସମୟ ଅବଧି ଡିସେମ୍ବର ମାସ ଶେଷ ସୁଦ୍ଧା ରହିଥିଲା ବୋଲି କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe