ରୋଗୀ ମୃତ୍ୟୁରୁ ହସ୍ପିଟାଲରେ ଉତ୍ତେଜନା

Advertisment
୪ଦଫା ଦାବି ନେଇ ପିଏଲ୍‌ପି ୱାର୍କର୍ସ ଆସୋସିଏସନ୍‌ର ଧାରଣା

Clipartix

ଚନ୍ଦ୍ରଶେଖରପୁର : ଚିକିତ୍ସା ଅବହେଳାରୁ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭି‌ଯୋଗ କରି ଆଜି ମୃତକଙ୍କ ସଂପର୍କୀୟମାନେ ନାଲ୍‌କୋ ଛକ ନିକଟ ଏକ ଘରୋଇ ହସ୍ପିଟାଲ୍‌ରେ ହୋହଲ୍ଲା କରିବା ସହ ଭଙ୍ଗାରୁଜା କରିଥିଲେ। ଖବର ପାଇ ଚନ୍ଦ୍ରଶେଖରପୁର ଥାନା ପୁଲିସ ଘଟଣାସ୍ଥଳରୁ ରୋଗୀ ସଂପର୍କୀୟଙ୍କୁ ଥାନାକୁ ନେଇଯାଇଥିଲା। ପ୍ରାୟ ୩ ଘଣ୍ଟା ପରେ ଥାନା ଅଧିକାରୀ ବିଶ୍ବରଂଜନ ନାୟକ ସେମାନଙ୍କୁ ଛାଡ଼ିଥିଲେ। ସଂଧ୍ୟାରେ ପରିବାରଲୋକ ଶବ ନେଇ ନିଜ ଘର ଦଶପଲ୍ଲାକୁ ଫେରିଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ହୃଦ୍‌ରୋଗରେ ପୀଡ଼ିତ ଫକୀର ମୋହନ ସାହୁ ନାମକ ଜଣେ ବ୍ୟକ୍ତି ୪ ଦିନ ତଳେ କଳିଙ୍ଗ ହସ୍ପିଟାଲ୍‌ରେ ଭର୍ତି ହୋଇଥିଲେ। ସେତେବେଳେ ପରିବାର ଲୋକଙ୍କ ପକ୍ଷରୁ ହସ୍ପିଟାଲ୍‌ରେ ୪ଲକ୍ଷ ଟଙ୍କା ଜମା କରାଯାଇଥିଲା। ମାତ୍ର ଫକୀରଙ୍କ ସ୍ବାସ୍ଥ୍ୟବସ୍ଥା ଅଧିକ ଖରାପ ହୋଇପଡ଼ିବା ସହ ମଙ୍ଗଳବାର ତାଙ୍କର ମୃତ୍ୟୁ ହୋଇଯାଇଥିଲା। ‌‌‌‌ସେହି ରାତିରେ ହସ୍ପିଟାଲ୍ କର୍ମଚାରୀ ପରିବାରଲୋକଙ୍କୁ ଆଉ ୭୦ ହଜାର ଟଙ୍କା ଜମା କରିବା ପାଇଁ କହିଥିଲେ। ଆଜି ସକାଳେ ହସ୍ପିଟାଲ୍ କର୍ମଚାରୀ ଅବଶିଷ୍ଟ ଟଙ୍କା ଦେଇ ଶବ ନେବା ପାଇଁ କହିଥିଲେ। ଏନେଇ ପରିବାରଲୋକ ବିରୋଧ କରିବା ସହ ଗତକାଲି ରାତିରେ କାହିଁକି ରୋଗୀ ମୃତ୍ୟୁ ସୂଚନା ଦିଆଗଲା ନାହିଁ ବୋଲି ପ୍ରଶ୍ନ କରିଥିଲେ। ଏନେଇ ହସ୍ପିଟାଲ୍ କର୍ମଚାରୀ ଓ ମୃତକଙ୍କ ସଂପର୍କୀୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଖବର ପାଇ ପୁଲିସ ମୃତ ଫକୀରଙ୍କ ପୁଅ ପ୍ରଶାନ୍ତ ସାହୁ, ପ୍ରଦୀପ ସାହୁ ଓ ସଂଜୀବ ସାହୁଙ୍କୁ ଥାନାରେ ଅଟକ ରଖି ସଂଧ୍ୟାରେ ଛାଡ଼ିଥିଲା। ପରେ ସେମାନେ ମୃତଦେହ ନେଇ ଦଶପଲ୍ଲା ଫେରି ଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe