ବସ୍ତିରେ ଉତ୍ତେଜନା ବଢ଼ାଉଛନ୍ତି ହଟସ୍ପଟ୍‌ ଫେରନ୍ତା

Advertisment

ବସ୍ତିରେ ରହୁଥିବା ହସ୍ପିଟାଲ କର୍ମଚାରୀଙ୍କ ପାଇଁ କଡ଼ା ନିୟମ, ଏଣିକି ୧୪ଦିନିଆ ଡ୍ୟୁଟି କରିବେ

ବସ୍ତିରେ ରହୁଥିବା ହସ୍ପିଟାଲ କର୍ମଚାରୀଙ୍କ ପାଇଁ କଡ଼ା ନିୟମ, ଏଣିକି ୧୪ଦିନିଆ ଡ୍ୟୁଟି କରିବେ

ବସ୍ତିବାସିନ୍ଦାଙ୍କ ଜମି ଅଧିକାର ଆଇନ ସଂକଳ୍ପ ହେଉ, ୧୬ରେ ବସ୍ତି ସୁରକ୍ଷା ମଞ୍ଚର ବିକ୍ଷୋଭ

Telegraph India

ଚନ୍ଦ୍ରଶେଖରପୁର : ରାଜଧାନୀରେ ମାଡ଼ି ଚାଲିଛି ମହାମାରୀ କରୋନା। ୩ ଶହରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ସାରିଲେଣି। ତେଣୁ ବିଭିନ୍ନ କଲୋନିରୁ ବସ୍ତି ପର୍ଯ୍ୟନ୍ତ ସବୁଠାରେ ଭୟର ବାତାବରଣ। ଏଭଳି ସ୍ଥିତିରେ ରାଜ୍ୟର ହଟସ୍ପଟ୍‌ ଅଞ୍ଚଳରୁ ରାଜଧାନୀର ବିଭିନ୍ନ ବସ୍ତିକୁ ଫେରୁଥିବା ଶ୍ରମିକମାନଙ୍କୁ ନେଇ ଉତ୍ତେଜନା ବଢ଼ୁଛି। ‌ସେମାନେ ସଙ୍ଗରୋଧରେ ନ ରହିବାକୁ ଅଡ଼ି ବସୁଥିବାରୁ ଗଣ୍ଡ‌ଗୋଳ ହେଉଛି। କଥା ହାତାହାତି ପର୍ଯ୍ୟନ୍ତ ଯାଉଛି। ଏଭଳି ମାମଲାକୁ ନେଇ ପ୍ରତିଦିନ ଚନ୍ଦ୍ରଶେଖରପୁର ଓ ଇନ୍‌ଫୋସିଟି ଥାନାରେ ଭିଡ଼ ହେଉଥିବା ଦେଖିବାକୁ ମିଳୁଛି।

ଲକ୍‌ଡାଉନ୍ କୋହଳ ହେବା ପରେ ରାଜଧାନୀରେ ନିର୍ମାଣ କାମଧନ୍ଦା ଆରମ୍ଭ ହୋଇଯାଇଥିବାରୁ ଗାଁକୁ ପଳାଇଥିବା ଲୋକେ ପୁଣି ରାଜଧାନୀ ମୁହାଁ ହୋଇଛନ୍ତି। ତେବେ ଗଞ୍ଜାମ ଭଳି ହଟସ୍ପଟ୍‌ ଜିଲ୍ଲାରୁ ଫେରୁଥିବା ଲୋକଙ୍କୁ ନେଇ ବସ୍ତିମାନଙ୍କରେ ଗଣ୍ଡ‌ଗୋଳ ବଢ଼ୁଛି। ସେମାନଙ୍କଠାରୁ ମହାମାରୀ କରୋନା ସଂକ୍ରମଣ ହେବା ଆଶଙ୍କା ହେବ ବୋଲି ବସ୍ତିବାସିନ୍ଦାମାନେ ଅଭିଯୋଗ କରୁଛନ୍ତି। ତେଣୁ ସେମାନଙ୍କୁ ସଙ୍ଗରୋଧରେ ରହିବାକୁ ସାହି ଲୋକେ କହୁଛନ୍ତି। କିନ୍ତୁ ଦୀର୍ଘ ୩ ମାସ ଧରି ବେରୋଜଗାର ହୋଇ ପଡ଼ିଥିବା ଗାଁ ଫେରନ୍ତା ଶ୍ରମିକ ପୁଣି ଦୁଇ ସପ୍ତାହ ବସି ରହିବାକୁ ଇଛା କରୁନାହାନ୍ତି। ସେମାନେ ନିଜ ଘରେ ରହି କାମଧନ୍ଦାକୁ ଯିବେ ବୋଲି ଜିଦ୍‌ କରୁଛନ୍ତି। ଏଣେ ବସ୍ତିଲୋକେ ସେମାନଙ୍କୁ କରୋନା ଭୂତାଣୁ ବାହାକ ଭଳି ବ୍ୟବହାର କରୁଛନ୍ତି। ଚନ୍ଦ୍ରଶେଖରପୁର ଓ ଇନ୍‌ଫୋସିଟି ଥାନା ଅଧୀନ ପ୍ରାୟ ସବୁ ବସ୍ତିରେ ଏହା ଏବେ ଏକ ନିତିଦିନିଆ ଘଟଣା ହୋଇଛି। ବିନା ଲକ୍ଷଣରେ କାହାକୁ କରୋନା ଆକ୍ରାନ୍ତ ଭଳି ଘୃଣା ନ କରିବାକୁ ପୁଲିସ ବୁଝାଉଥିଲେ ମଧ୍ୟ ଲୋକେ ମାନିବାକୁ ନାରାଜ। ପୂର୍ବରୁ ବିନା ଲକ୍ଷଣରେ ବହୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ବସ୍ତିକୁ ସଂକ୍ରମଣରୁ ରକ୍ଷା କରିବାକୁ ଗାଁ ଫେରନ୍ତା ଶ୍ରମିକମାନେ ସଙ୍ଗରୋଧରେ ନ ରହିଲେ ଗଣ୍ଡ‌ଗୋଳ ହେବ ବୋଲି ବସ୍ତିଲୋକେ ସିଧାସଳଖ କହୁଛନ୍ତି। କିଛି କିଛି ବସ୍ତିରେ ଏଭଳି ମାମଲାକୁ ନେଇ ଗୋଷ୍ଠୀ ସଂଘର୍ଷ ମଧ୍ୟ ଦେଖାଗଲାଣି।

publive-image Maternal Child Survival Program

ବସ୍ତିରେ ରହୁଥିବା ହସ୍ପିଟାଲ କର୍ମଚାରୀଙ୍କ ପାଇଁ କଡ଼ା ନିୟମ, ଏଣିକି ୧୪ଦିନିଆ ଡ୍ୟୁଟି କରିବେ
ଭୁବନେଶ୍ବର : ବସ୍ତିରେ ରହୁଥିବା ଘରୋଇ ହସ୍ପିଟାଲ କର୍ମଚାରୀଙ୍କ ପାଇଁ ବିଏମ୍‌ସି ନିୟମ କଡ଼ାକଡ଼ି କରିଛି। ଏଣିକି ବସ୍ତିରେ ରହୁଥିବା ଲୋକ ୧୪ ଦିନିଆ ଡ୍ୟୁଟି କରିବାକୁ ବିଏମ୍‌ସି ପକ୍ଷରୁ ଗାଇଡଲାଇନ୍ ଜାରି ହୋଇଛି।

ନିର୍ଦ୍ଦେଶନାମାରେ କୁହାଯାଇଛି ଯେ ସମସ୍ତ ଘରୋଇ ହସ୍ପିଟାଲ/ନର୍ସିଂହୋମ୍‌ ବସ୍ତିରେ ରହୁଥିବା କର୍ମଚାରୀଙ୍କର ଏକ ଡାଟାବେସ୍‌ ପ୍ରସ୍ତୁତ କରିବେ। ସେମାନଙ୍କୁ ହସ୍ପିଟାଲ/ନର୍ସିଂହୋମ୍‌ରେ ଏକସଙ୍ଗେ ୧୪ଦିନିଆ ଡ୍ୟୁଟି ଦିଆଯିବ। ଏହି ୧୪ଦିନ ଏହି କର୍ମଚାରୀ ହସ୍ପିଟାଲ ପରିସରରେ ରହିବେ। ସେଠାରେ ସେମାନଙ୍କର ରହିବା, ଖାଇବା ବ୍ୟବସ୍ଥା କରାଯିବ। ୧୪ଦିନ ପରେ ସେମାନଙ୍କର କୋଭିଡ୍‌ ପରୀକ୍ଷା ହେବ। ନେଗେଟିଭ୍ ବାହାରିଲେ ସେମାନଙ୍କୁ ଘରକୁ ଛଡ଼ାଯିବ। ଏହାପରେ ୧୪ଦିନ ପାଇଁ ଆଉ ଏକ ସିଫ୍ଟ ହେବ। ଏଥିରେ ଯଦି ବସ୍ତି କର୍ମଚାରୀ ଥିବେ, ତେବେ ସେମାନଙ୍କର ପ୍ରଥମେ କୋଭିଡ୍‌ ପରୀକ୍ଷା ହେବ। ନେଗେଟିଭ୍ ବାହାରିଲେ, ସେମାନେ କାମରେ ଯୋଗଦେବେ। ୧୪ ଦିନ ପରେ ସେମାନଙ୍କ ଡ୍ୟୁଟି ସରିଲେ କୋଭିଡ୍‌ ପରୀକ୍ଷା କରି ଘରକୁ ଯିବେ। ଗାଇଡ୍‌ଲାଇନ୍‌ ଯେପରି କଡ଼ାକଡ଼ି ପାଳନ ହେବ, ସେଥିପାଇଁ ହସ୍ପିଟାଲ କର୍ତ୍ତୃପକ୍ଷ ଜଣେ ନୋଡାଲ ଅଧିକାରୀଙ୍କୁ ନିଯୁକ୍ତ କରିବେ। ଏହି ଅଧିକାରୀ ହସ୍ପିଟାଲର ସିଫ୍ଟ ତାଲିକା ଜନସ୍ବାସ୍ଥ୍ୟ ଅଧିକାରୀଙ୍କୁ ଦେବେ ବୋଲି କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe