ଅର୍ଡର ବିଳମ୍ବକୁ ନେଇ ରେସ୍ତୋରାଁରେ ଉତ୍ତେଜନା

ଅର୍ଡର ବିଳମ୍ବକୁ ନେଇ ରେସ୍ତୋରାଁରେ ଉତ୍ତେଜନା

ଭୁବନେଶ୍ବର : ରବିବାର ସନ୍ଧ୍ୟାରେ ଏସ୍‌ପ୍ଲାନେଡ୍‌ ମଲ୍‌ସ୍ଥିତ ଏକ ରେସ୍ତୋରାଁରେ ଡେଲିଭରି ବୟମାନେ ପାଟିତୁଣ୍ଡ କରିଥିଲେ। ଅର୍ଡର ବିଳମ୍ବକୁ ନେଇ ସେମାନେ ଅସନ୍ତୋଷ ପ୍ରକାଶ କରିବାରୁ ହୋ-ହଲ୍ଲା ପର୍ଯ୍ୟନ୍ତ କଥା ଯାଇଥିଲା। ତେବେ ଗଣ୍ଡଗୋଳ ପରିସ୍ଥିତି ଉପୁଜିବା ପୂର୍ବରୁ ସହିଦନଗର ଥାନା ପୁଲିସ ସେଠାରେ ପହଞ୍ଚି ବୁଝାସୁଝା କରିବା ପରେ ସ୍ଥିତି ସୁଧୁରିଥିଲା।

ଡେଲିଭରି ବୟମାନଙ୍କ ଅଭିଯୋଗ ଅନୁସାରେ ରେସ୍ତୋରାଁ ପରିଚାଳକ ସେମାନଙ୍କୁ ବିଳମ୍ବରେ ଅର୍ଡର ଦେଉଛନ୍ତି। କିନ୍ତୁ ଗ୍ରାହକଙ୍କୁ ମେସେଜ୍ କରି ଠିକ୍‌ ସମୟରେ ଅର୍ଡର ଡେଲିଭରି ହୋଇଛି ବୋଲି ଜଣାଉଛନ୍ତି। ଫଳରେ ଗ୍ରାହକମାନେ ସେମାନଙ୍କୁ ଗାଳିମନ୍ଦ କରିବା ସହ ଧମକଚମକ ଦେଉଛନ୍ତି। ନିୟମାନୁସାରେ ଡେଲିଭରି ବୟମାନେ ଠିକ୍‌ ସମୟରେ ଡେଲିଭରି ଦେଲେ, ସେମାନଙ୍କୁ ଗ୍ରାହକ ସନ୍ତୁଷ୍ଟି ବାବଦରେ ୫ ପଏଣ୍ଟ ରେଟିଂ ମିଳିଥାଏ। ଯାହା ଫଳରେ ତାଙ୍କୁ ଡେଲିଭରି ପିଛା ବୋନ୍‌ସ ଆକାରରେ ୧୦ଟଙ୍କା ଅଧିକ ମିଳିଥାଏ। କିନ୍ତୁ ଏଠାରେ ପରିଚାଳକଙ୍କ ପାଇଁ ସେମାନଙ୍କୁ ବୋନ୍‌ସ ଟଙ୍କା ମିଳୁନାହିଁ, ବରଂ ଗ୍ରାହକମାନଙ୍କଠାରୁ ଗାଳି ମିଳୁଛି ବୋଲି ସେମାନେ ଅଭିଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe