Advertisment

Unit 1 Market: ୟୁନିଟ୍‌ ୧ ହାଟରେ ଉତ୍ତେଜନା: ଜବରଦଖଲ ଉଚ୍ଛେଦ ବେଳେ ଦୁଇଗୋଷ୍ଠୀ ମୁହାଁମୁହିଁ, ଥାନା ଭିତରେ ପଶିଲେ ଆନ୍ଦୋଳନକାରୀ

Advertisment

ବିଏମସି ପକ୍ଷରୁ ଜବରଦଖଲ ଉଚ୍ଛେଦକୁ ବିରୋଧ କରି ଆଜି ୟୁନିଟ ୧ ହାଟରେ ଉତ୍ତେଜନା ଦେଖାଦେଇଛି। ଉଚ୍ଛେଦ ନାଁରେ ନିଆଁ ଲଗାଇ ଦୋକାନ ପୋଡ଼ାଯାଉଥିବା ଦୋକାନୀମାନେ ଅଭିଯୋଗ କରିଥିଲେ।

ବିଏମସି ପକ୍ଷରୁ ଜବରଦଖଲ ଉଚ୍ଛେଦକୁ ବିରୋଧ କରି ଆଜି ୟୁନିଟ ୧ ହାଟରେ ଉତ୍ତେଜନା ଦେଖାଦେଇଛି। ଉଚ୍ଛେଦ ନାଁରେ ନିଆଁ ଲଗାଇ ଦୋକାନ ପୋଡ଼ାଯାଉଥିବା ଦୋକାନୀମାନେ ଅଭିଯୋଗ କରିଥିଲେ।

shfsfhfh

ଭୁବନେଶ୍ବର: ବିଏମସି ପକ୍ଷରୁ ଜବରଦଖଲ ଉଚ୍ଛେଦକୁ ବିରୋଧ କରି ଆଜି ୟୁନିଟ ୧ ହାଟରେ ଉତ୍ତେଜନା ଦେଖାଦେଇଛି। ଉଚ୍ଛେଦ ନାଁରେ ନିଆଁ ଲଗାଇ ଦୋକାନ ପୋଡ଼ାଯାଉଥିବା ଦୋକାନୀମାନେ ଅଭିଯୋଗ କରିଥିଲେ। ଏହାସହିତ ଜାନୁଆରି ୧୯ ତାରିଖ ରାତିରେ ୟୁନିଟ ୧ ମାର୍କେଟରେ ନିଆଁ ଲଗାଇଥିବା ବ୍ୟକ୍ତିଙ୍କୁ ଗିରଫ ଦାବିରେ କ୍ୟାପିଟାଲ ଥାନାରେ ଲିଖିତ ଅଭିଯୋଗ କରିବା ସହିତ ବିରୋଧ ପ୍ରଦର୍ଶନ କରିଥିଲେ। ଆନ୍ଦୋଳନକାରୀ ନିଖିଳ ଉତ୍କଳ କ୍ଷୁଦ୍ର ବ୍ୟବସାୟୀ ଓ ଭେଣ୍ଡିଂ ଜୋନ୍‌ ସୁରକ୍ଷା ମହାସଂଘ ସମ୍ପାଦକ ଦୀପକ ମହାପାତ୍ର କ୍ୟାପିଟାଲ ଥାନା ନିକଟରେ ଦଉଡ଼ି ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ସ୍ଥାନୀୟ ବ୍ୟବସାୟୀମାନେ ତାଙ୍କୁ ଉଦ୍ଧାର କରି ସଙ୍ଗେ ସଙ୍ଗେ କ୍ୟାପିଟାଲ୍‌ ହସପିଟାଲ୍‌ରେ ଭର୍ତ୍ତି କରିଥିଲେ। 

Poison: ପ୍ରଶାସନ ସାମନାରେ ବିଷ ପିଇଲେ ଦୋକାନୀ: ଜବରଦଖଲ ଉଚ୍ଛେଦ ବେଳେ ଅଘଟଣ, ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର

ଅଭିଯୋଗ ମୁତାବକ, ଗତକାଲି ରାତିରେ ଜଣେ ବ୍ୟକ୍ତି ୟୁନିଟ୍‌ ୧ ମାକେର୍ଟ ମଧ୍ୟରେ ବିଭିନ୍ନ ଦୋକାନର ଫଟୋ ଉଠାଉଥିବା ବେଳେ କିଛି ମହିଳା ଦେଖି ପାଟି କରିବାରୁ ସେ ସେଠାରୁ ଫେରାର ହୋଇଯାଇଥିଲା। ଆଜି ସକାଳେ ବିଏମ୍‌ସି ଟିମ୍‌ ୟୁନିଟ ୧ ଭେଣ୍ଡିଂ ଜୋନ୍‌ ‌ଉଚ୍ଛେଦ ସମୟରେ ସେହି ବ୍ୟକ୍ତି ଜଣକ ତାଙ୍କ ସହିତ ଆସି ଫଟୋ ଉଠାଉଥିଲେ। ଏତିକି ବେଳେ କିଛି ଲୋକ ଓ ମହିଳାମାନେ ବିରୋଧ କରିବାରୁ ଅଭିଯୁକ୍ତ ତାଙ୍କୁ ଗାଳିଗୁଲଜ କରିବା ସହିତ ଗତ ୧୯ ତାରିଖରେ ନିଆଁ ସେ ଲଗାଇଥିଲା ବୋଲି କହିଥିଲା। ଏଥିରେ ଉତ୍ତ୍ୟକ୍ତ ‌‌ଦୋକାନୀମାନେ ତାକୁ ଧରି କ୍ୟାପିଟାଲ ଥାନାରେ ପହଞ୍ଚିଥିଲେ। କିନ୍ତୁ ଅଭିଯୁକ୍ତ ସେଠାରୁ ଫେରାର ହୋଇଯାଇଥିଲା। ଏହାଦେଖି ଦୋକାନୀମାନେ ଅଧିକ ଉତ୍ତ୍ୟକ୍ତ ହୋଇପଡ଼ିଥିଲେ। ଗତ ୧୯ ତାରିଖର ସିସିଟିଭି ଫୁଟେଜ୍‌ ଯାଞ୍ଚ କରିବା ସହିତ ନିଆଁ ଲଗାଇଥିବା ବ୍ୟକ୍ତିକୁ ଗିରଫ କରିବାକୁ ଥାନାରେ ଦାବି କରିଥିଲେ। ପୁଲିସ ଅଭିଯୁକ୍ତମାନଙ୍କୁ ସୁରକ୍ଷା ଦେଉଥିବା ଅଭିଯୋଗ କରିବାରୁ ଉ‌ତ୍ତେଜନା ବୃଦ୍ଧି ପାଇଥିଲା।

NCERT books: ଏନ୍‌ସିଇଆର୍‌ଟି ପୁସ୍ତକ ଉପରେ ରୋକ୍: ସମସ୍ତ କପି ଜବତ ନିର୍ଦ୍ଦେଶ, ଅନ୍‌ଲାଇନ୍‌ ସେୟାର ଉପରେ କଟକଣା

ଅଭିଯୁକ୍ତକୁ ଗିରଫ ନ କଲେ ଦୋକାନୀମାନେ ସମୂହ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଥିଲେ। ଏହାପରେ ପୁଲିସ ଥାନା ଭିତରକୁ ନେଇ ସେମାନଙ୍କୁ ବୁଝାସୁଝା କରି ପଠାଇ ଦେଇଥିଲା। ପରେ କ୍ୟାପିଟାଲ ଥାନା ନିକଟରେ ନିଖିଳ ଉତ୍କଳ କ୍ଷୁଦ୍ର ବ୍ୟବସାୟୀ ଓ ଭେଣ୍ଡିଂ ଜୋନ୍‌ ସୁରକ୍ଷା ମହାସଂଘ ସମ୍ପାଦକ ଦୀପକ ମହାପାତ୍ର ବେକରେ ରଶି ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ସ୍ଥାନୀୟ ବ୍ୟବସାୟୀମାନେ ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ପରେ ପ୍ରାୟ ୧୨୭ ଜଣ ଦୋକାନୀ ଥାନାରେ ଧାରଣାରେ ବସି ରହିଥିଲେ। ପୁଲିସ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବା ସହିତ ଏତଲା ରଖିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe