‘ସାହୋ’ର ମର୍ଣ୍ଣିଂ ସୋ’ ବାତିଲ୍‌, ଆଇନକ୍ସରେ ଉତ୍ତେଜନା

Advertisment
‘ସାହୋ’ର ମର୍ଣ୍ଣିଂ ସୋ’ ବାତିଲ୍‌, ଆଇନକ୍ସରେ ଉତ୍ତେଜନା

ଖଣ୍ଡଗିରି : ଶୁକ୍ରବାର ମୁକ୍ତିଲାଭ କରିଥିବା ବଲିଉଡ୍‌ର ନୂଆ ଚଳଚ୍ଚିତ୍ର ‘ସାହୋ’ର ମର୍ଣ୍ଣିଂ ସୋ’ ବାତିଲ୍‌ ହେବା ଯୋଗୁଁ ପାତ୍ରପଡ଼‌ା ଆଇନକ୍ସରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଅନ୍‌ଲାଇନ୍‌ରେ ଟିକେଟ୍ କିଣି ସକାଳୁ ଫିଲ୍ମ ଦେଖିବାକୁ ଆସିଥିବା ପ୍ରାୟ ୩ ଶହ ଦର୍ଶକ ପ୍ରବଳ ପାଟିତୁଣ୍ଡ କରିଥିଲେ। ଗଣ୍ଡଗୋଳ ଆଶଙ୍କାରେ କର୍ତ୍ତୃପକ୍ଷ ତମାଣ୍ଡୋ ଥାନା ପୁଲିସର ସହଯୋଗ ଲୋଡ଼ିଥିଲେ। ମର୍ଣ୍ଣିଂ ସୋ’ର ଦର୍ଶକମା‌ନଙ୍କୁ ମାଟିନ୍ ସୋ’ ଦେଖିବା ସୁଯୋଗ ମିଳିବ ବୋଲି ପ୍ରତିଶ୍ରୁତି ପାଇବା ପରେ ପରିସ୍ଥିତି ନିୟନ୍ତ୍ରଣାଧୀନ ‌ହୋଇଥିଲା।

ସୂଚନାନୁସାରେ ପାତ୍ରପଡ଼ାସ୍ଥିତ ଡିଏନ୍‌ ରେଗାଲିଆ ମଲ୍ ଆଇନକ୍ସରେ ଆଜି ସକାଳ ୮.୪୫ରେ ଚଳଚ୍ଚିତ୍ର ‘ସାହୋ’ ମୁକ୍ତିଲାଭ କରିବାର ଥିଲା। ମାତ୍ର ହାର୍ଡ ଡିସ୍କରେ ତ୍ରୁଟି ଯୋଗୁଁ ଚଳଚ୍ଚିତ୍ରଟି ଡାଉନ୍‌ଲୋଡ୍‌ ହୋଇ ପାରିନଥିଲା। ତେଣୁ ବାଧ୍ୟ ହୋଇ ହଲ୍‌ କର୍ତ୍ତୃପକ୍ଷ ଏହି ସୋ’କୁ ବାତିଲ୍‌ କରିବା ସହ ଦର୍ଶକମାନଙ୍କୁ ଟିକେଟ୍‌ ଦାମ୍ ଫେରସ୍ତ କରିବେ ବୋଲି ଘୋଷଣା କରିଥିଲେ। କିନ୍ତୁ ଏଥିରେ ଦର୍ଶକମାନଙ୍କ ମନ ବୁଝିନଥିଲା। ସେମାନେ ହଲ୍‌ ସମ୍ମୁଖରେ ହୋ-ହଲ୍ଲା କରିବା ସହ ଧାରଣାରେ ବସିଥିଲେ। ଖବର ପାଇ ତମାଣ୍ଡୋ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ଓ ହଲ୍‌ କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ ଉତ୍ତ୍ୟକ୍ତ ଦର୍ଶକମାନଙ୍କ ସହ ଆଲୋଚନା କରିଥିଲା। ଶେଷରେ ଉକ୍ତ ଦର୍ଶକମାନଙ୍କୁ ମାଟିନ୍‌ ସୋ’ ଦେଖିବାର ସୁଯୋଗ ମିଳିବ ଓ ଏହି ସୋ’ ଦେଖିବାକୁ ସମୟ ଦେଇନପାରୁଥିବା ଲୋକଙ୍କୁ ଟିକେଟ୍‌ ଦାମ୍ ଫେରସ୍ତ କରାଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ଉତ୍ତେଜନା ଥମିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe