ଡିସେମ୍ବରରୁ କ୍ୟାପିଟାଲ ହସ୍ପିଟାଲ ଓ ଏମ୍ସରେ ଟେଣ୍ଟ୍‌ ନାଇଟ୍‌ ଆଶ୍ରୟସ୍ଥଳୀ

Advertisment
ଡିସେମ୍ବରରୁ କ୍ୟାପିଟାଲ ହସ୍ପିଟାଲ ଓ ଏମ୍ସରେ ଟେଣ୍ଟ୍‌ ନାଇଟ୍‌ ଆଶ୍ରୟସ୍ଥଳୀ

Medical Dialogues

ଭୁବନେଶ୍ୱର: ସୋ ଆମ ଆଇ ଫାଉଣ୍ଡେସନ ଓ ସ୍ୱୟମ୍ଭୁ ସୋସିଆଲ୍ ଫାଉଣ୍ଡେସନ୍‌ ପକ୍ଷରୁ କଟକ ଭୁବନେଶ୍ୱର କମିସନରେଟ୍ ପୁଲିସ୍‌ ସହଯୋଗରେ ଡିସେମ୍ବର ପହିଲାରୁ ‘ସୋ ଆମ ଆଇ ରେଣ୍ଡରିଂ ଆସିଷ୍ଟାନ୍ସ’ ସେବା ତଥା ଟେଣ୍ଟ୍‌ ନାଇଟ୍‌ ଆଶ୍ରୟସ୍ଥଳୀ କ୍ୟାପିଟାଲ ହସ୍ପିଟାଲ ଓ ଏମ୍ସ ପରିସରରେ ଆରମ୍ଭ ହେବ। ପ୍ରାଥମିକସ୍ତରରେ ପ୍ରାୟ ୨୦୦ ଲୋକଙ୍କୁ ଏହି ସେବା ଯୋଗାଇ ଦିଆଯିବ। ଏହି ସୁବିଧା ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟ ମଧ୍ୟ ପାଇପାରିବେ ବୋଲି ଆଜି ହୋଟେଲ କେଶରୀରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।

ସାମ୍ବାଦିକ ସମ୍ମିଳନୀରେ କେରଳ ପୂର୍ବତନ ଶାସନ ସଚିବ ପି.କେ ମହାନ୍ତି କହିଛନ୍ତି ଯେ କ୍ୟାପିଟାଲ ହସ୍ପିଟାଲ ଓ ଏମ୍ସକୁ ବହୁ ଦୂରଦୂରାନ୍ତରୁ ହଜାର ହଜାର ଗରିବ ରୋଗୀ ଚିକିତ୍ସା ପାଇଁ ଆସନ୍ତି। କିନ୍ତୁ ସେମାନଙ୍କୁ ଓପିଡି ଟିକେଟ୍ ପାଇବାକୁ ପୂର୍ବ ରାତିରୁ ଧାଡ଼ିରେ ଛିଡ଼ା ହେବାକୁ ପଡ଼ୁଛି। ଖୋଲା ଆକାଶ ତଳେ ବୃଦ୍ଧ, ଶିଶୁ ରୋଗୀମାନେ ଅପେକ୍ଷା କରୁଛନ୍ତି। ଶୀତ ଓ ବର୍ଷା ଦିନର ମାସରେ ସେମାନଙ୍କର ସମସ୍ୟା ଆହୁରି ଜଟିଳ ହୋଇଯାଏ। ତେଣୁ ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟଙ୍କ କଷ୍ଟକୁ ହୃଦୟଙ୍ଗମ କରି ପ୍ରାଥମିକ ପର୍ଯ୍ୟାୟରେ ୨୦୦ ଜଣଙ୍କ ପାଇଁ ଟେଣ୍ଟ୍‌ ନାଇଟ୍ ଆଶ୍ରୟସ୍ଥଳ କରିବାକୁ ଲକ୍ଷ୍ୟ ରଖାଯାଇଛି।

publive-image Telegraph India

ସେହିପରି ଅଳ୍ପ କିଛି ବାୟୋଡିଗ୍ରେଡେବ୍‌ଲ ଟଏଲେଟ୍ ନିର୍ମାଣ କରାଯିବ। ଦ୍ୱିତୀୟ ପର୍ଯ୍ୟାୟରେ ଏମ୍‌ସ ନିକଟରେ ଏକ ୫୦/୬୦ ଶଯ୍ୟା ବିଶିଷ୍ଟ ଆବାସ ସୁବିଧା ସ୍ଥାପନ କରିବାକୁ ଚେଷ୍ଟା କରାଯିବ ବୋଲି ସୂଚନା ଦିଆଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ସୋ ଆମ ଆଇ ଫାଉଣ୍ଡେସନ ଟ୍ରଷ୍ଟି ତଥା ‘ସାଇରାମ’ ପଦକ୍ଷେପର ମୁଖ୍ୟ ବନ୍ଦନା ଗୁପ୍ତା, ଶିଳ୍ପପତି ଅଜୟ ଅଗ୍ରୱାଲ, ‘ସୋ ଆଇ ଆମ୍’ର ପ୍ରତିଷ୍ଠାତା ପିନାକୀ ମହାନ୍ତି, ପ୍ରୀତି ଗୁପ୍ତା, ଧୀରେନ୍ଦ୍ର କର, ସ୍ମୃତି ବନ୍ଦନା ଗୁପ୍ତା, ଅରବିନ୍ଦ ଅଗ୍ରୱାଲ, ସୁନିତା ମହାନ୍ତି, ପୁନମ୍ ମହାପାତ୍ର, ରେଣୁ ଅଗ୍ରୱାଲ୍‌, ପୁରୀ ଅଗ୍ରୱାଲ୍ ଏବଂ ଚିଦାତ୍ମିକା ଖଟୁଆ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe