ରାତି ଅଧରେ ବନ୍ଧୁକ ଦେଖାଇ ଆତଙ୍କ: ଯୁବକ ଗିରଫ, ବନ୍ଧୁକ ଓ ବାଇକ୍‌ ଜବତ

Advertisment
ବନ୍ଧୁକ ଦେଖାଇ ପୁଲିସଠାରୁ ଲୁଟି ନେଲେ ଦଶ ଲକ୍ଷ

ଭୁବନେଶ୍ବର: ବାଟରେ ଯାଉଥିବା ଲୋକଙ୍କୁ ଯାହାକୁ ପାରିଲା ତାକୁ ଅଟକାଇଲା। ବନ୍ଧୁକ ଦେଖାଇ ଧମକ ଚମକ ଦେଲା। ରାତି ଅଧରେ ଓସ୍କାର ସିଟି ଛକ ଅଞ୍ଚଳରେ ଜଣେ ଯୁବକଙ୍କ ଏଭଳି କାଣ୍ଡ ସମସ୍ତଙ୍କୁ ଆତଙ୍କିତ କରିଥିଲା। ତା’ର ଉତ୍ପାତ ଦେଖି ଲୋକ ଭୟରେ କିଛି ସମୟ ପାଇଁ ଯିବା ଆସିବା ବି ବନ୍ଦ କରିଦେଇଥିଲେ। ଖବର ପାଇ ଲକ୍ଷ୍ମୀସାଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ବାଲିଅନ୍ତା ଥାନା ନହରକଣ୍ଟା ଅଞ୍ଚଳର ଟୁଲୁ ବେହେରା ଓରଫ ରାଜ (୨୯)କୁ ଗିରଫ କରିଛି। ପୁଲିସ ତା’ଠାରୁ ଗୋଟିଏ ଦେଶୀ ବନ୍ଧୁକ, ବୁଲେଟ୍‌ ଏବଂ ୨ଟି ମୋବାଇଲ୍‌ ଫୋନ୍‌ ଜବତ କରିଛି।

ସୂଚନା ମୁତାବକ, ଶୁକ୍ରବାର ରାତିରେ ରାଜ ନିସାଶକ୍ତ ଅବସ୍ଥାରେ ବୁଲେଟ୍‌ ଧରି ଓସ୍କାର ସିଟି ଛକ ଆଡ଼କୁ ଯାଇଥିଲା। ସେଠାରେ ରାସ୍ତାରେ ଯାଉଥିବା ଲୋକଙ୍କୁ ବନ୍ଧୁକ ଦେଖାଇ ଅଟକାଇ ଗାଳିଗୁଲଜ କରିବା ସହ ଟଙ୍କା ମୋବାଇଲ୍‌ ଛଡ଼ାଛଡ଼ି କରିଥିଲା। ତା’ର ଆତଙ୍କ ଦେଖି ଲୋକମାନେ ପୁଲିସକୁ ଜଣାଇଥିଲେ। ଖବର ପାଇ ଲକ୍ଷ୍ମୀସାଗର ଥାନା ପୁଲିସର ଏକ ଟିମ୍‌ ସେଠାରେ ପହଞ୍ଚିଥିଲା। ହେଲେ ତା’ ନିଶା ଏତେ ଚଢ଼ିଯାଇଥିଲା ଯେ ପୁଲିସକୁ ବି ଚିହ୍ନି ପାରିନଥିଲା। ପୁଲିସକୁ ବନ୍ଧୁକ ଦେଖାଇ ମାରି ଦେବାକୁ ଧମକ ଦେଇଥିଲା। ବହୁ ସମୟ ଧରି କସରତ ପରେ ପୁଲିସ ତାକୁ କାବୁ କରିଥିଲା। ଏନେଇ ପୁଲିସ ଏକ ମାମଲା ରୁଜୁ କରି ତାକୁ କୋର୍ଟଚାଲାଣ କରିଛି।
ପ୍ରକାଶ ଥାଉ କି, ଏହି ଦୁର୍ଦ୍ଦାନ୍ତ ଅଭିଯୁକ୍ତ ନାମରେ କମିସନରେଟ୍‌ ପୁଲିସର ବିଭିନ୍ନ ଥାନାରେ ଏକାଧିକ ଆପରାଧିକ ମାମଲା ରହିଛି। ଲକ୍ଷ୍ମୀସାଗର ଥାନରେ ଗୋଟିଏ ମାମଲା ଥିବା ବେଳେ ବାଲିଅନ୍ତା ଥାନାରେ ୨୦୧୮ ମସିହାରେ ୨ଟି ଓ ୨୦୧୯ମସିହାରେ ଗୋଟିଏ ଆପରାଧିକ ମାମଲା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe