ଅପାର୍ଟମେଣ୍ଟରେ ଆତଙ୍କ ଘଟଣା: ୨୪ଘଣ୍ଟା ପରେ ବି ଅପରାଧୀଙ୍କ ଟେର୍‌ ପାଉନି ପୁଲିସ

ଖୋର୍ଦ୍ଧାରୁ କାର୍‌ ଜବତ, ସିସିଟିଭିରେ ଦୁର୍ବୃତ୍ତ

ରାଜନୈତିକ ତିକ୍ତତା: ସରପଞ୍ଚଙ୍କ ସ୍ବାମୀଙ୍କୁ ପ୍ରାଣାନ୍ତକ ଆକ୍ରମଣ

Sambad English

ଭୁବନେଶ୍ୱର : ଅବସରପ୍ରାପ୍ତ ଅଧିକାରୀଙ୍କ ଘରେ ତାଲା ପକାଇଲେ। ସିକ୍ୟୁରିଟି ଗାର୍ଡଙ୍କୁ ବାନ୍ଧି ନିସ୍ତୁକ ପିଟିଲେ। ଟ୍ରିମର୍‌ ଛଡ଼ାଇ ଲଣ୍ଡା କଲେ। ଜଣେ କି ଦୁଇ ଜଣ ନୁହେଁ; ୧୦ରୁ ଅଧିକ ଯୁବକ ରାତି ଅଧରେ ଏମିତି ମ‌ାରପିଟ୍‌ କରି ଆପାର୍ଟମେଣ୍ଟରେ ଆତଙ୍କ ଖେଳାଇଲେ। ସହିଦନଗର ଥାନା ବମିଖାଲ୍‌ ସୁରେଖା ଭିଲ୍ଲା ଆପାର୍ଟମେଣ୍ଟରେ ଯୁବକମାନେ ଏଭଳି ଉତ୍ପାତ କରି ଗୋଟିଏ କାର୍‌ ଓ ସ୍କୁଟି ନେଇଗଲେ। ଏଭଳି ଏକ ସମ୍ବେଦନଶୀଳ ଘଟଣାର ୨୪ ଘଣ୍ଟା ପରେ ବି ପୁଲିସ ସେମାନଙ୍କ ଟେର୍‌ ପାଉନାହିଁ। ଅନ୍ଧାରରେ ବାଡ଼ି ବୁଲାଉଛି।

ଅନ୍ୟପଟେ ଦୁର୍ବୃତ୍ତମାନେ ଖୋର୍ଦ୍ଧା ନିକଟରେ କାର୍‌କୁ ଛାଡ଼ି ଯାଇଥିବା ଜଣା ପଡ଼ିବା ପରେ ପୁଲିସ ସେଠାରୁ କାର୍‌କୁ ଜବତ କରିଛି। ସବୁଠୁ ବଡ଼କଥା ହେଲା; ସୋମବାର ବିଳମ୍ବିତ ରାତି ୩ଟାରେ ସେମାନେ ଏଭଳି ଆତଙ୍କ ରଚିଥିଲେ। ସେମାନେ ସିସିଟିଭିଗୁଡ଼ିକୁ କଭର କରିଦେଇଥିବାରୁ ସେମାନଙ୍କୁ ଚିହ୍ନଟ କରିବା ପୁଲିସ ପାଇଁ ଚିନ୍ତାର ବିଷୟ ପାଲଟିଥିଲା। ହେଲେ ଆଜି ଜଣା ପଡ଼ିଛି ଯେ ଦୁର୍ବୃତ୍ତମାନେ ସିସିଟିଭି ଗୁଡ଼ିକୁ କଭର କରିଦେଇଥିଲେ ବି କେତେକ ସିସିଟିଭିକୁ ଜାଣିପାରି ନଥିଲେ। ଆଉ ସେଗୁଡ଼ିକୁ କଭର କରିନଥିଲେ। ଯେଉଁଥିରେ ସେମାନଙ୍କ ଉତ୍ପାତର ଫୁଟେଜ୍‌ ରହିଛି। କେତେକ ଦୁର୍ବୃତ୍ତ ହେଲ୍‌ମେଟ୍‌ ପିନ୍ଧି ଥିବା ବେଳେ କେତେକ ମୁଖା ପିନ୍ଧିଛନ୍ତି। ତେବେ ସେମାନେ କିଏ? କାହିଁକି ଅବସରପ୍ରାପ୍ତ ଅଧିକାରୀଙ୍କୁ ଟାର୍ଗେଟ୍‌ କଲେ? ଏହା ପଛରେ କ’ଣ କାରଣ ରହିଛି? ଏସବୁ ଏବେ ବି ଅସ୍ପଷ୍ଟ ରହିଛି। ଦୁର୍ବୃତ୍ତମାନଙ୍କୁ ଗିରଫ ପରେ ଘଟଣା ଉପରୁ ପର୍ଦ୍ଦା ହଟିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe