ଆଜି ସଂଧ୍ୟା ସୁଦ୍ଧା ମରିଥିବା ନାବାଳିକା ଡେଙ୍ଗୁରେ ମରିଛନ୍ତି ନା ନାହିଁ, ତାହା ଜଣାପଡ଼ିବ: ବିଏମସି କମିସନର

Advertisment
କଲବଲ କଲାଣି ଡେଙ୍ଗୁ: ୯ମାସରେ ସାଢ଼େ ୩ ହଜାର ଆକ୍ରାନ୍ତ

Times of India

ଭୁବନେଶ୍ୱର: ରାଜଧାନୀରେ ପ୍ରଥମ ଡେଙ୍ଗୁ ମୃତ୍ୟୁକୁ ବିଏମସି କମିସନର ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ଡେଙ୍ଗୁ ମୃତ୍ୟୁ ନେଇ ତାଙ୍କ ପାଖରେ କୌଣସି ଖବର ନାହିଁ। ଦୈନିକ ସର୍ଭିଲାନ୍ସ ଚାଲିଛି। ଗତକାଲି ସୁଦ୍ଧା ବିଏମସି ୪୫୦ ରୁ ଅଧିକ ଘରେ ସର୍ଭିଲାନ୍ସ କରିଛି । ରାଜଧାନୀରେ ବର୍ତ୍ତମାନ ପର୍ଯ୍ୟନ୍ତ ୩୯୧ କ୍ୟୁମୁଲେଟିଭ୍ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ବିଶେଷ କରି ଭୁବନେଶ୍ୱରର ନର୍ଥ ଜୋନ୍ ରେ ମୋଟ ୫୬ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ୱାର୍ଡ ନମ୍ବର ୧୪, ୧୭, ୭ ଓ ୪୨ରେ ବେଶୀ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଛନ୍ତି। ଡେଙ୍ଗୁ ରୋଗୀ ମୃତ୍ୟୁ ଖବର ପରେ ବୋଲି ବିଏମସିର ଟିମ୍ ତାଙ୍କ ଘରକୁ ଯାଇଛି।

ମୃତକଙ୍କ ଟେଷ୍ଟିଂ କେଉଁଠି ଓ କେଉଁଥିରେ କରିଥିଲେ କିଛି ସ୍ୱାସ୍ଥ୍ୟ ସମସ୍ୟା ଥିଲା କି ନାହିଁ। ଏସବୁ ତନାଘନା ଚାଲିଛି । ଆଜି ସଂଧ୍ୟା ସୁଦ୍ଧା ମରିଥିବା ନାବାଳିକା ଡେଙ୍ଗୁରେ ମରିଛନ୍ତି ନା ନାହିଁ ତାହା ଜଣାପଡ଼ିବ ବୋଲି କହିଛନ୍ତି କମିସନର୍।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe