ଜାତୀୟ ରାଜପଥରେ ବଢ଼ୁଛି ଲୁଟେରାଙ୍କ ଆତଙ୍କ

Advertisment

ଲୋକେ ଭୟଭୀତ, ଲହୁଲୁହାଣ କରି ମୋବାଇଲ୍‌ ଓ ଟଙ୍କା ଛଡ଼ାଇନେଲେ

ଲୋକେ ଭୟଭୀତ, ଲହୁଲୁହାଣ କରି ମୋବାଇଲ୍‌ ଓ ଟଙ୍କା ଛଡ଼ାଇନେଲେ

ସମ୍ବଲପୁର ସହରରେ ଚେନ୍‌ ଲୁଟେରା ଆତଙ୍କ: ୨ ଘଣ୍ଟାରେ ୩ ମହିଳାଙ୍କ ବେକରୁ ଝାମ୍ପି ନେଲେ

Navbharat Times

ଭୁବନେଶ୍ୱର : ଏଣିକି ଲୋକ ଜାତୀୟ ରାଜପଥରେ ଯିବାକୁ ଭୟ କଲେଣି। କାରଣ ରାତି ଯେତେ ବଢ଼ୁଛି ଜାତୀୟ ରାଜପଥ ଲୁଟେରାଙ୍କ ଆତଙ୍କ ସେତେ ବଢ଼ୁଛି। ଯିଏ ହାବୁଡ଼ରେ ପଡ଼ିଲା ତାକୁ ଆକ୍ରମଣ କରିବାକୁ ପଛାଉ ନାହାନ୍ତି। କାହା ମୁଣ୍ଡରେ ବନ୍ଧୁକ ଲଗାଇ ଟଙ୍କା, ଗହଣା ଲୁଟୁଛନ୍ତି ତ କାହାକୁ ଭୁଜାଲି, ଖଣ୍ଡା ଭଳି ମାରଣାସ୍ତ୍ରରେ ଭୟଭୀତ କରୁଛନ୍ତି। ଜାତୀୟ ରାଜପଥରେ ଆତଙ୍କ ରଚିଥିବା ଏଭଳି ଲୁଟେରା ଗ୍ୟାଙ୍ଗ ଏବେ ରାଜଧାନୀର ରାଜପଥରେ ସକ୍ରିୟ ହୋଇ ଉଠିଛନ୍ତି। ପ୍ରତିଦିନ କେଉଁଠି ନା କେଉଁଠି ଏଭଳି ଭୟଭୀତ କରାଇ ଲୋକଙ୍କୁ ଲୁଟୁଛନ୍ତି। ନା ଅଛି ସେମାନଙ୍କୁ ପୁଲିସର ଭୟ ନା ଗିରଫଦାରୀର ଚିନ୍ତା। ତେଣୁ ପୁଲିସକୁ ଚ୍ୟାଲେଞ୍ଚ କଲା ଭଳି ବେଧଡ଼କ ଭାବେ କରୁଛନ୍ତି ଲୁଟ୍‌ପାଟ୍‌।

ମଙ୍ଗଳବାର ରାତିରେ ମଙ୍ଗରାଜ ପଏଣ୍ଟ ଜାତୀୟ ରାଜପଥରେ ଜଣେ ବ୍ୟକ୍ତିଙ୍କୁ ଅଟକାଇ ନିସ୍ତୁକ ମାଡ଼ ମାରିବା ପରେ ତାଙ୍କୁ ଲହୁଲୁହାଣ କରି ମୋବାଇଲ୍‌ ଓ ଟଙ୍କା ଛଡ଼ାଇ ନେଇଛନ୍ତି ଏହି ଲୁଟେରା ଗ୍ୟାଙ୍ଗ୍। ପୂର୍ବରୁ ମଧ୍ୟ ଏଭଳି ଅନେକ ଘଟଣାର ନଜିର ରହିଛି। ସୂଚନା ମୁତାବକ, ମଙ୍ଗଳବାର ରାତି ପାଖାପାଖି ୯ଟା ସମୟରେ ଜିଜିପି କଲୋନିର ଲକ୍ଷ୍ମୀକାନ୍ତ ପଣ୍ଡା ନାମକ ଜଣେ ବ୍ୟକ୍ତି ସାଇ ମନ୍ଦିର ଅଞ୍ଚଳରୁ କାମ ସାରି ଘରକୁ ଫେରୁଥିଲେ। ତେବେ ଏହି ସମୟରେ ୩ଜଣ ଯୁବକ ଏକ ବାଇକ୍‌ରେ ତାଙ୍କୁ ପିଛା କରିଥିଲେ। କିଛି ବାଟ ପିଛା କରିବା ପରେ ଯୁବକମାନେ ତାଙ୍କ ଆଗକୁ ଯାଇ ମାରଣାସ୍ତ୍ର ଦେଖାଇ ଗାଡ଼ି ସାଇଡ୍‌ କରିବାକୁ କହିଥିଲେ। ସେ ଅଟକିବା ମାତ୍ରେ ଯୁବକମାନେ ଅଚାନକ ଆକ୍ରମଣ କରିଥିଲେ। ମୁହଁ, ମୁଣ୍ଡକୁ ଆକ୍ରମଣ ବେଳେ ଲକ୍ଷ୍ମୀକାନ୍ତ ହାତ ଦେଖାଇଥିଲେ। ଆକ୍ରମଣ ଯୋଗୁଁ ତାଙ୍କ ହାତ ଏବଂ ଶରୀରେ କ୍ଷତ ସୃଷ୍ଟି ହୋଇଥିଲା। ମାଡ଼ ମାରି ରକ୍ତାକ୍ତ କରିବା ପରେ ତାଙ୍କଠାରୁ ଦୁଇଟି ମୋବାଇଲ୍‌, ୫ହଜାର ଟଙ୍କା, କେତେକ ଗୁରୁତ୍ବପୂର୍ଣ୍ଣ କାର୍ଡ ଛଡ଼ାଇ ନେଇଥିଲେ। ଏନେଇ ସେ ସହିଦନଗର ଥାନାରେ ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe