ପୁଣି କେବିଏନ୍ ଗୋଷ୍ଠୀର ଆତଙ୍କ: ମୁଣ୍ଡ ଫଟାଇ ଜଣେ ଗିରଫ, ୩ ଫେରାର

Advertisment
ତୀରମାଡ଼ ଘଟଣାରେ ଅଭିଯୁକ୍ତ ଗିରଫ

Times of India

ଭୁବନେଶ୍ବର : ଗୋଟିଏ ପଟେ ପୁଲିସ କେବିଏନ୍ ଗ୍ୟାଙ୍ଗ୍‌କୁ ଗିରଫ କରିବାକୁ ଲାଗିପଡ଼ିଛି; ଅପରପଟେ ଗ୍ୟାଙ୍ଗ ସଦସ୍ୟ ଆତଙ୍କରାଜ ଜାରି ରଖିଛନ୍ତି। ଜଣେ ଯୁବକ ସିଆର୍‌ପିସ୍ଥିତ ଏକ ପେଟ୍ରୋଲ ପମ୍ପ୍ ନିକଟରେ ତେଲ ପକାଇବା ସମୟରେ ଅଶ୍ଳୀଳ ଶବ୍ଦ କହିବାକୁ ନେଇ ୪ଜଣ ଯୁବକ ତାଙ୍କ ନିସ୍ତୁକ ମାଡ଼ ମାରିବା ସହିତ ମୁଣ୍ଡକୁ କାଠଫାଳିଆରେ ପିଟି ଫଟାଇ ଦେଇଛନ୍ତି। ଏନେଇ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଶିରିପୁର ରଙ୍ଗଣୀ ବସ୍ତିର ସମୀର ସ୍ବାଇଁକୁ ଗିରଫ କରିଛି।

ଖବର ଅନୁଯାୟୀ, ନୂଆପଲ୍ଲୀର ସନ୍ତୋଷ ସ୍ବାଇଁ ଓ ତାଙ୍କ ସହଯୋଗୀ ଗତ ମଙ୍ଗଳବାର ବିଳମ୍ବିତ ରାତିରେ ସିଆର୍‌ପିସ୍ଥିତ ପେଟ୍ରୋଲ ପମ୍ପରେ ତେଲ ପକାଇବାକୁ ଆସିଥିଲେ। ତେଲ ପକାଇବା ପରେ ଟଙ୍କା ଫେରସ୍ତକୁ ନେଇ ଝଗଡ଼ା କରିଥିଲେ। ଏହି ସମୟରେ କେବିଏନ୍ ଗ୍ୟାଙ୍ଗ୍‌ର ଅନ୍ଧାରୁଆର ଭୋଳା ଓରଫ୍ ଅବିନାଶ, ସମୀର ଓ ତାଙ୍କ ୨ ସହଯୋଗୀ ଗାଡ଼ି ସାଇଡ୍ କରି ସେପଟେ ଝଗଡ଼ା ଲାଗିବାକୁ କହିଥିଲେ। ଏତିକିରେ ସନ୍ତୋଷ ଉତ୍‌କ୍ଷିପ୍ତ ହୋଇ ଆମେ ଲୋକାଲ୍ ଛୁଆ କହି ଅବିନାଶ ଓ ତାଙ୍କ ସହଯୋଗୀଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ। ଫଳରେ କେବିଏନ୍ ଗୋଷ୍ଠୀ ପିଲା ପ୍ରତି ଆକ୍ରମଣ କରି ସନ୍ତୋଷଙ୍କୁ ପିଟିବା ସହ କାଠ ଫାଳିଆରେ ଆକ୍ରମଣ କରି ତାଙ୍କ ମୁଣ୍ଡ ଫଟାଇ ଦେଇଥିଲେ। ଖବର ପାଇ ପୁଲିସ ଜଣଙ୍କୁ ଗିରଫ କରିଥିବା ବେଳେ ଅବିନାଶ ଓ ତାଙ୍କର ୨ ସହଯୋଗୀ ଫେରାର୍ ଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe