Odisha Bytes
ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜନ୍ମଦିନରେ ସୋସିଆଲ ମିଡିଆ ମାଧ୍ୟମରେ ଶୁଭେଚ୍ଛାର ସୁଅ ଛୁଟିଥିଲା। ବଲିଉଡ୍ର ବଡ଼ ବଡ଼ ସେଲେବ୍ରିଟିମାନେ ମଧ୍ୟ ମୋଦୀଜୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ। ଓଡ଼ିଆ ଅଭିନେତା ସବ୍ୟସାଚୀ ମିଶ୍ର ମଧ୍ୟ ଏହି ଅବକାଶରେ ପ୍ରଧାନମନ୍ତ୍ରୀଙ୍କୁ ଟ୍ବିଟ୍ କରି ଜନ୍ମଦିନ ଶୁଭେଚ୍ଛା ଜଣାଇଥିବା ବେଳେ ପ୍ରଧାନମନ୍ତ୍ରୀ ରି-ଟ୍ବିଟ୍ କରି ଧନ୍ୟବାଦ ଜଣାଇଛନ୍ତି। ଏନେଇ ସବ୍ୟସାଚୀ କହିଛନ୍ତି, ଯେବେ ପ୍ରଥମଥର ପାଇଁ ଜୀବନରେ କୌଣସି ଏକ ଘଟଣା ଘଟେ, ତାହା ସ୍ମୃତି ହୋଇଯାଏ। ମୋ ସ୍ମୃତିର ଅଂଶୀଦାର ହୋଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ବହୁତ ବହୁତ ଧନ୍ୟବାଦ। ସେ ଏକଥା ବି କହିଛନ୍ତି, ଓଡ଼ିଆ ଅଭିନେତା ଭାବେ ମୋତେ ପ୍ରଧାନମନ୍ତ୍ରୀ ପ୍ରତ୍ୟୁତ୍ତର ରଖିବା ମୋ ପାଇଁ ସର୍ବଦା ସ୍ମରଣୀୟ ହୋଇ ରହିବ।
Follow Us