୧୨ ବର୍ଷ ପ୍ରତୀକ୍ଷାର ଅନ୍ତ ହେବ: ମାସକରେ ସରିବ ମଣ୍ଡପବସ୍ତି ଗୃହନିର୍ମାଣ ପ୍ରକଳ୍ପ

Advertisment

୨୦୧୩ ମସିହାରୁ ଘର ଦେବେ ଦେବେ କହି ମଣ୍ଡପବସ୍ତି ବାସିନ୍ଦାଙ୍କୁ ଭଣ୍ଡାଇ ଚାଲିଛି ବିଏମ୍‌ସି। କେତେବେଳେ ଠିକାଦାରକୁ କାରଣ ଦର୍ଶାଅ ନୋଟିସ୍‌ ଓ କେତେବେଳେ ଧାରଣା, ଆନ୍ଦୋଳନ ଯୋଗୁ କାମ ବନ୍ଦ ହେବା ଭଳି ସମସ୍ୟା

୨୦୧୩ ମସିହାରୁ ଘର ଦେବେ ଦେବେ କହି ମଣ୍ଡପବସ୍ତି ବାସିନ୍ଦାଙ୍କୁ ଭଣ୍ଡାଇ ଚାଲିଛି ବିଏମ୍‌ସି। କେତେବେଳେ ଠିକାଦାରକୁ କାରଣ ଦର୍ଶାଅ ନୋଟିସ୍‌ ଓ କେତେବେଳେ ଧାରଣା, ଆନ୍ଦୋଳନ ଯୋଗୁ କାମ ବନ୍ଦ ହେବା ଭଳି ସମସ୍ୟା

gggdcvg

ଭୁବନେଶ୍ବର: ୨୦୧୩ ମସିହାରୁ ଘର ଦେବେ ଦେବେ କହି ମଣ୍ଡପବସ୍ତି ବାସିନ୍ଦାଙ୍କୁ ଭଣ୍ଡାଇ ଚାଲିଛି ବିଏମ୍‌ସି। କେତେବେଳେ ଠିକାଦାରକୁ କାରଣ ଦର୍ଶାଅ ନୋଟିସ୍‌ ଓ କେତେବେଳେ ଧାରଣା, ଆନ୍ଦୋଳନ ଯୋଗୁ କାମ ବନ୍ଦ ହେବା ଭଳି ସମସ୍ୟା ଯୋଗୁ ୧୨ ବର୍ଷ ହେଲା ଘର ସ୍ବପ୍ନ ଦେଖୁଛନ୍ତି ଏହି ବସ୍ତିବାସିନ୍ଦା। ତେବେ ଏହାକୁ ଗୁରୁତ୍ବର ସହ ନେଇଛନ୍ତି ସରକାର। ମାସେ ଭିତରେ ବାକି ରହିଥିବା ଘର ତିଆରି କରି ଦେଢ଼ମାସ ମଧ୍ୟରେ ସମସ୍ତ ହିତାଧିକାରୀଙ୍କୁ ଯୋଗାଇ ଦେବାକୁ ଯୋଜନା ହୋଇଛି। ଉଷାପାଢ଼ୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏଭଳି ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। 

୨୦୧୩ ମସିହାରେ ମଣ୍ଡପବସ୍ତିରେ ଗୃହନିର୍ମାଣ ପ୍ରକଳ୍ପ(ଇନ୍‌-ସିଟୁ) ପ୍ରତଷ୍ଠା କରି ରାଜୀବ ଆବାସ ଯୋଜନାରେ ସାମିଲ୍‌ ହୋଇଥିବା ବସ୍ତିବାସିନ୍ଦାଙ୍କୁ ଘର ଯୋଗାଇ ଦେବାକୁ ଯୋଜନା ହୋଇଥିଲା। ୪ ମହଲା ବିଶିଷ୍ଟ କୋଠାରେ ୪ଶହ ଫ୍ଲାଟ୍‌ ନିର୍ମାଣ କରିବାକୁ ଯୋଜନା ଥିଲା। ନିକଟ ଅତୀତରେ ଏଥିମଧ୍ୟରୁ ୧୬୦ଟି ୟୁନିଟ୍‌ ସମ୍ପୂର୍ଣ୍ଣ ହୋଇଥିଲା। ସେଥିରୁ ୧୫୩ ଜଣ ହିତାଧିକାରୀଙ୍କୁ ଆବଣ୍ଟନ କରାଯାଇଥିଲା। ଏବେ ବି ୨୪୦ ୟୁନିଟ୍‌ ନିର୍ମାଣ କରିବାକୁ ବାକି ଅଛି। ଏହି ଘର ତିଆରି କରିବାକୁ ବ୍ରିଜ୍‌ ଆଣ୍ଡ ରୁଫ୍‌ ଇଣ୍ଡିଆ ଲିମିଟେଡ୍‌ ସଂସ୍ଥା ଦାୟିତ୍ବ ନେଇଥିଲା। କିନ୍ତୁ ଏହି ସଂସ୍ଥା ଅନ୍ୟଜଣଙ୍କୁ ନିର୍ମାଣ କାର୍ଯ୍ୟ ସବ୍‌ଲେଟ୍‌ କରିଦେବାରୁ ବିବାଦ ହୋଇଥିଲା। ଯେଉଁ ଅବଧିରେ ସରିବା କଥା ତାହା ହୋଇ ପାରିଲା ନାହିଁ। ଏଥିପାଇଁ ଆନ୍ଦୋଳନ ଧାରଣା ଦିଆଯିବା ସହ ବିଏମ୍‌ସି କାର୍ଯ୍ୟାଳୟ ଘେରଉ ହୋଇଥିଲା। ବିଏମ୍‌ସି ଏହି ସଂସ୍ଥାକୁ କଳା ତାଲିକାଭୁକ୍ତ କରିବାକୁ କର୍ପୋରେସନରେ ନିଷ୍ପତ୍ତି ନେବା ସହ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଥିଲା। ସଂସ୍ଥା କାରଣ ଦର୍ଶାଅ ନୋଟିସ୍‌ର ଉତ୍ତର ଲେଖିବା ପରେ ପୁଣି ଥରେ କାମ ଆରମ୍ଭ ହୋଇଛି। ପୂର୍ବରୁ ଏହାର ପ୍ରକଳ୍ପ ମୂଲ୍ୟ ୨୧.୫୧ କୋଟି ଥିବା ବେଳେ ଏବେ ଏହା ବଢ଼ି ୨୯.୧୯ କୋଟିରେ ପହଞ୍ଚିଛି। ମାସେ ମଧ୍ୟରେ ସଂସ୍ଥା ଏହି ପ୍ରକଳ୍ପ ସାରିବାକୁ ଲିଖିତ ପ୍ରତିଶ୍ରୁତି ଦେଇଛି। ନିର୍ମାଣ ସରିବାର ୧୫ ଦିନ ଭିତରେ ବା ଏପ୍ରିଲ୍‌ ୧୫ ସୁଦ୍ଧା ଆବଣ୍ଟନ କରିବାକୁ ବିଏମ୍‌ସିକୁ କୁହାଯାଇଛି। 

ଏପ୍ରିଲ ୧୫ ସୁଦ୍ଧା ଆବଣ୍ଟନ
ହିତାଧିକାରୀଙ୍କୁ କମ୍‌ ସୁଧରେ ମଳିବ ‌ଋଣ

ସେହିଭଳି ଚନ୍ଦ୍ରଶେଖରପୁର ବୁଦ୍ଧବିହାର ଆଫର୍ଡେବୁଲ୍‌ ହାଉସିଂ ପ୍ରକଳ୍ପ(ଏଏଚ୍‌ପି)ରେ ଗୃହନିର୍ମାଣ ପାଇଁ ୨୦୧୭ରେ ଟେଣ୍ଡର ହୋଇଥିଲା। ୮ ବର୍ଷ ହେବ ଏହା ମଧ୍ୟ ସରୁନାହିଁ। ଏହାକୁ ବିଡିଏ ପ୍ରସ୍ତୁତ କରୁଛି। ୧୫୫ କୋଟିର ଏହି ପ୍ରକଳ୍ପରେ ୨୬୦୦ ଫ୍ଲାଟ୍‌ ରହିଛି। ପରମିତ୍ର ସ୍ମାର୍ଟ ଇନ୍‌ଫ୍ରା ପ୍ରାଇଭେଟ୍‌ ଲିମିଟେଡ୍‌ ପ୍ରକଳ୍ପ ନିର୍ମାଣ ଶେଷ କରି ବିଡିଏକୁ ହସ୍ତାନ୍ତର କରିବା ପରେ ସେଥିରୁ ୭୩୮ଟି ୟୁନିଟ୍‌ ଆବଣ୍ଟନ କରାଯାଇଛି। ଗତ ୨୦୨୩ ମସିହା ନଭେମ୍ବର ମାସରେ ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ହିତାଧିକାରୀଙ୍କୁ ଚାବି ହସ୍ତାନ୍ତର କରିଥିଲେ। ସେବେଠାରୁ ଦୁଇ ବର୍ଷ ହେବ ଆବଣ୍ଟନ ହୋଇ ପାରୁନାହିଁ। ବାକି ଘରଗୁଡ଼ିକୁ ଆବଣ୍ଟନ କରିବା ପାଇଁ ବିଡିଏ ଉଦ୍ୟମ ଆରମ୍ଭ କରିଥିବା ଦର୍ଶାଇଛି। 

ଉଭୟ ପ୍ରକଳ୍ପରେ ହିତାଧିକାରୀଙ୍କୁ ଅର୍ଥ ବାଧକ ହୋଇଥିବା ଦେଖାଯାଇଛି। ଆର୍ଥିକ ଦୁର୍ବଳ ଶ୍ରେଣୀ ଘର ପାଇଁ ୧.୫୦ ଲକ୍ଷ ଓ ଏଏଚ୍‌ପି ପାଇଁ ୧.୨୦ ଲକ୍ଷ ଦେବାକୁ ପଡ଼ୁଥିବାରୁ ହିତାଧିକାରୀ ଦେଇପାରୁନାହାନ୍ତି। ସେମାନଙ୍କୁ କମ୍‌ ସୁଧରେ ଋଣ ମଧ୍ୟ ମିଳୁନାହିଁ। ଏହାକୁ ନେଇ ମାନସମନ୍ଥନ ହେବା ପରେ ଓଡ଼ିଶା ସହରାଞ୍ଚଳ ଗୃହନିର୍ମାଣ ମିସନ(ଓୟୁଏଚ୍‌ଏମ୍‌) ଆର୍ଥିକ ସଂସ୍ଥାମାନଙ୍କ ସହ ସମନ୍ବୟ ରକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପାଇଲଟ୍‌ ପ୍ରକଳ୍ପ ଭାବରେ ୬ଶହ ଲୋକଙ୍କ ପାଇଁ ସହଜରେ ଋଣ ଯୋଗାଇବା ବ୍ୟବସ୍ଥା କରିବାକୁ କୁହାଯାଇଛି। ୩୦ ଦିନ ମଧ୍ୟରେ ଏହି ୬ଶହ ଲୋକ ଋଣ ପାଇବେ ଓ ଘର ନେବେ ବୋଲି କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe