୧୮ତମ ଉଦ୍ୟୋଗ ସପ୍ତାହ ଉଦ୍‌ଯାପିତ

Advertisment
୧୮ତମ ଉଦ୍ୟୋଗ ସପ୍ତାହ ଉଦ୍‌ଯାପିତ

ଭୁବନେଶ୍ବର: ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍(ୟୁସିସିଆଇଏଏଲ୍)ପକ୍ଷରୁ ଆୟୋଜିତ ୧୮ତମ ଉଦ୍ୟୋଗ ସପ୍ତାହ ଆଜି ସନ୍ଧ୍ୟାରେ ଉଦ୍‌ଯାପିତ ହୋଇଯାଇଛି। ୟୁସିସିଆଇ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ସଭାରେ ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟରେ ଉଦ୍ୟୋଗ କ୍ଷେତ୍ରରେ ଅନେକ ମହିଳା ଓ ଯୁବପିଢ଼ି ଆକୃଷ୍ଟ ହୋଇ ଏହାକୁ ଅଲଗା ସ୍ତରରେ ପହଞ୍ଚାଇଛନ୍ତି ବୋଲି କହିଥିଲେ। ତେଣୁ ନୂଆ କରି ଉଦ୍ୟୋଗ କ୍ଷେତ୍ରରେ ପାଦ ଥାପୁଥିବା ଲୋକଙ୍କୁ ଉତ୍ସାହିତ କରିବା ସହ ଅଧିକ ଗୁରୁତ୍ବ ଦେବା ଉପରେ ରାଜ୍ୟପାଳ ପରାମର୍ଶ ଦେଇଥିଲେ।

ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଡ. ରମେଶ ଚନ୍ଦ୍ର ପଣ୍ଡା ଯୋଗଦେଇ ଏମ୍‌ଏସ୍‌ଏମ୍‌ଇ ଶିଳ୍ପ ଉପରେ ବକ୍ତବ୍ୟ ରଖିଥିଲେ। ସେହିଭଳି ସମ୍ମାନିତ ଅତିଥି ଭାବେ ଓଡ଼ିଶା ଓ ଛତିଶଗଡ଼ ବେଦାନ୍ତ ଲିମିଟେଡ୍‌ର ସଭାପତି ଡ. ତପନ କୁମାର ଚାନ୍ଦ, ୟୁସିସିଆଇର ସଭାପତି ବ୍ରହ୍ମା ମିଶ୍ର, ଅଶୋକ ଶାରଦାଙ୍କ ସମେତ ବହୁ ବରିଷ୍ଠ ଉଦ୍ୟୋଗପତି ଯୋଗଦେଇ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ଉଦ୍ୟୋଗିତାରେ ପାରଦର୍ଶିତା ହାସଲ କରିଥିବା କିଛି ପ୍ରମୁଖ ଶିଳ୍ପପତିଙ୍କୁ ୟୁସିସିଆଇଏଏଲ୍ ପକ୍ଷରୁ ସମ୍ମାନିତ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe