ମୁକ୍ତ ସାମ୍ବାଦିକତା ବନାମ ସାମ୍ବାଦିକ ସୁରକ୍ଷା ଉପରେ ଆଲୋଚନାଚକ୍ର

Advertisment

‘ଆଶାପ୍ରଦୀପ’ ସମ୍ବାଦପତ୍ରର ୧୮ତମ ବାର୍ଷିକ ସମାରୋହ

‘ଆଶାପ୍ରଦୀପ’ ସମ୍ବାଦପତ୍ରର ୧୮ତମ ବାର୍ଷିକ ସମାରୋହ

ମୁକ୍ତ ସାମ୍ବାଦିକତା ବନାମ ସାମ୍ବାଦିକ ସୁରକ୍ଷା ଉପରେ ଆଲୋଚନାଚକ୍ର

ଭୁବନେଶ୍ବର: ସ୍ଥାନୀୟ ପାନ୍ଥନିବାସ ସମ୍ମିଳନୀ କକ୍ଷରେ ‘ଆଶାପ୍ରଦୀପ’ ସମ୍ବାଦପତ୍ରର ୧୮ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ସାଂସଦ ପ୍ରସନ୍ନ କୁମାର ପାଟ୍ଟଶାଣୀ ଯୋଗ ଦେଇଥିବା ବେଳେ ଭୁବନେଶ୍ବର ମେୟର ସୁଲୋଚନା ଦାସ ଉଦ୍‌ଘାଟକ ତଥା ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇଥିଲେ।

ଆଶାପ୍ରଦୀପର ସମ୍ପାଦିକା ବ୍ରାହ୍ମୀପ୍ରିୟା ସାମନ୍ତରାୟଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରର ପ୍ରସଙ୍ଗ ଥିଲା ‘ମୁକ୍ତ ସାମ୍ବାଦିକତା ବନାମ ସାମ୍ବାଦିକ ସୁରକ୍ଷା’। ଅନ୍ୟତମ ଅତିଥିମାନଙ୍କ ମଧ୍ୟରେ ମୁଖ୍ୟବକ୍ତା ଭାବେ ବିଧାୟକ ଅରବିନ୍ଦ ଢାଲି, ବରିଷ୍ଠ ସାମ୍ବାଦିକ ବିଭୂତି ଭୂଷଣ କର, ସଞ୍ଜୟ କୁମାର ଦାସ, ଚଳଚ୍ଚିତ୍ର ନିର୍ଦ୍ଦେଶକ ତଥା ପ୍ରଯୋଜକ ରଜନୀକାନ୍ତ ସାମନ୍ତରାୟ, ପର୍ଯ୍ୟବେକ୍ଷକର ସମ୍ପାଦକ ପବିତ୍ର ମୋହନ ସାମନ୍ତରାୟ, ବରିଷ୍ଠ ସାମ୍ବାଦିକ ଶିଶିର ଭଟ୍ଟମିଶ୍ର, ସମାଜସେବୀ ମମତା ବିଶ୍ବାାଳ ପ୍ରମୁଖ ଯୋଗ ଦେଇ ସାମ୍ବାଦିକମାନଙ୍କ ସୁରକ୍ଷା ସହ ମୁକ୍ତ ଓ ଅବାଧ ସାମ୍ବାଦିକତା ଉପରେ ମତ ଉପସ୍ଥାପନ କରିଥିଲେ। ବରିଷ୍ଠ ସାମ୍ବାଦିକ ସ୍ବର୍ଗତ ଦିଲ୍ଲୀପ ଶତପଥୀଙ୍କ ସ୍ମୃତିରେ ତୃତୀୟ ଦିଲ୍ଲୀପ ଶତପଥୀ ସ୍ମାରକୀ ପୁରସ୍କାର ନନ୍ଦିଘୋଷ ଟିଭିର ସମ୍ପାଦକ ଶିଶିର ଭଟ୍ଟମିଶ୍ରଙ୍କୁ ପ୍ରଦାନ କରାଯାଇଥିଲା। ଏହାସହ ଦୈନିକ ‘ସମ୍ବାଦ’ର ସାମ୍ବାଦିକ ସନ୍ତୋଷ କୁମାର ତ୍ରିପାଠୀ, ମହିଳା ଶିଳ୍ପଦ୍ୟୋଗୀ ଆରତୀ ମିଶ୍ର, ସାମ୍ବାଦିକ ବିଭୂତି ଭୂଷଣ କର, ଆଇନଜୀବୀ ପ୍ରତିଭା ବର୍ମା, କନକ ଟିଭିର ସାମ୍ବାଦିକ ସୌମ୍ୟ ରଞ୍ଜନ ନାୟକ, ଅନନ୍ତ କୁମାର ପଟ୍ଟନାୟକ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ଆଶାପ୍ରଦୀପ ସମ୍ବାଦପତ୍ରର ସ୍ବତନ୍ତ୍ର ସଂଖ୍ୟା ଉନ୍ମୋଚିତ ହୋଇଥିଲା। ଲେଖିକା ରେଣୁବାଳା ଦଳାଇ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe