ଚନ୍ଦ୍ରଶେଖରପୁର ସାହିତ୍ୟ ସଂସଦର ୪୨ତମ ଅଧିବେଶନ

Advertisment
ଚନ୍ଦ୍ରଶେଖରପୁର ସାହିତ୍ୟ ସଂସଦର ୪୨ତମ ଅଧିବେଶନ

ଭୁବନେଶ୍ବର: ସାହିତ୍ୟ ଧର୍ମଶାସ୍ତ୍ର ନୁହେଁ, ଦର୍ଶନ ନୁହେଁ କିମ୍ବା ଫ୍ରୟେଡୀୟ ପର୍ଣ୍ଣଗ୍ରାଫି ନୁହେଁ ବୋଲି ଚନ୍ଦ୍ରଶେଖରପୁର ସାହିତ୍ୟ ସଂସଦର ୪୨ତମ ଅଧିବେଶନରେ ଉଦ୍‌ଘାଟକ ଭାବେ ଯୋଗଦେଇ କହିଛନ୍ତି ଉତ୍କଳ ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ତଥା ବରିଷ୍ଠ ସାହିତ୍ୟିକ ପ୍ରଫେସର ଗୋକୁଳାନନ୍ଦ ଦାସ। ଶ୍ରୀଜୟଦେବ ଶିକ୍ଷାକେନ୍ଦ୍ରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସାହିତ୍ୟିକ, ଶିକ୍ଷାବିତ୍‌ ପ୍ରଫେସର ପ୍ରୀତୀଶ ଆଚାର୍ଯ୍ୟ ସଭାପତିତ୍ବ କରିଥିଲେ। ଅଧ୍ୟାପକ ଅଜୟ ପଟ୍ଟନାୟକଙ୍କ ଗଳ୍ପ ସଂକଳନ ‘ସମୟର ଚକ୍ର’, ସଂସଦର ପ୍ରତିଷ୍ଠାତା ସମ୍ପାଦକ କବି ବସନ୍ତ ମାଝିଙ୍କ ଦଶମ କବିତା ସଂକଳନ ‘କବିତା ଶତକ’ ଏବଂ ସଂସଦର ମୁଖପତ୍ର ‘ଚିହ୍ନ-୪୧’ ଲୋକାର୍ପିତ ହୋଇଥିଲା। ପୁସ୍ତକଦ୍ବୟକୁ ସମୀକ୍ଷା କରିଥିଲେ କବି ପ୍ରଫେସର ଅଶୋକ ମହାନ୍ତି ଓ ସତ୍ୟାନନ୍ଦ ସ୍ବାଇଁ।

ସ୍ବାଗତ ଅଭିଭାଷଣ ଦେଇଥିଲେ ପ୍ରଦୀପ କୁମାର ପାଣି। ଏହା ପୂର୍ବରୁ ଆୟୋଜିତ କବିତା ପାଠୋତ୍ସବରେ କବି ମାନଗୋବିନ୍ଦ ବାରିକ ସଭାପତିତ୍ବ କରିଥିଲେ ଏବଂ କବି ଲଳିତା ମହାପାତ୍ର, କ୍ଷଣପ୍ରଭା ମହାନ୍ତି, ଡ. ରଶ୍ମି ଦାସ ସଂଯୋଜନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର ଅଭୟ ବେହେରା, ଶଶୀଭୂଷଣ ରଥ, ଦୁର୍ଗାଚରଣ ଷଡ଼ଙ୍ଗୀ, ପ୍ରକାଶ ମଙ୍ଗରାଜ, ବିଜୟଲକ୍ଷ୍ମୀ ମହାନ୍ତି ପଟ୍ଟନାୟକ, ସଞ୍ଜୟ ମହାନ୍ତି, ମହେନ୍ଦ୍ର ମଲ୍ଲିକ, ରମେଶ ପ୍ରସାଦ ମହାନ୍ତି, ପ୍ରିୟମ୍ବଦା ସାମଲ, ରଶ୍ମି କର, ଶମ୍ଭୁନାଥ ରାଉଳ, ସୁରେନ୍ଦ୍ର ପଣ୍ଡା, ମନୋରମା ମିଶ୍ର ପ୍ରମୁଖଙ୍କ ସମେତ ଶତାଧିକ କବି ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିଲେ କବି ବିଶ୍ବାମିତ୍ର ମିଶ୍ର। ରଶ୍ମି ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe