ପ୍ରଶାସନ ଶୁଣିଲାନି, ପାଣି ଯୋଗାଇଲେ ସମାଜସେବୀ

Advertisment

ବାଲିଅନ୍ତା ବ୍ଲକ୍‌ ପୂରଣ ପଞ୍ଚାୟତ ଅଧୀନ ଏରକଣ୍ଟା ଗ୍ରାମରେ ୩ ବର୍ଷ ହେଲା ପିଇବା ପାଣି ସମସ୍ୟା ଲାଗି ରହିଛି। ପ୍ରତ୍ୟେକ ଗ୍ରୀଷ୍ମଋତୁ ସମୟରେ ଜଳ ସଂକଟ ଉତ୍କଟ ହୋଇପଡ଼େ। ୩ ବର୍ଷ ତଳେ ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା କାମ ଚାଲିଥିବା ବେଳେ ମାଟିତଳେ ବିଛା ଯାଇଥିବା....

fddfvvc

ବାଲିଅନ୍ତା: ବାଲିଅନ୍ତା ବ୍ଲକ୍‌ ପୂରଣ ପଞ୍ଚାୟତ ଅଧୀନ ଏରକଣ୍ଟା ଗ୍ରାମରେ ୩ ବର୍ଷ ହେଲା ପିଇବା ପାଣି ସମସ୍ୟା ଲାଗି ରହିଛି। ପ୍ରତ୍ୟେକ ଗ୍ରୀଷ୍ମଋତୁ ସମୟରେ ଜଳ ସଂକଟ ଉତ୍କଟ ହୋଇପଡ଼େ। ୩ ବର୍ଷ ତଳେ ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା କାମ ଚାଲିଥିବା ବେଳେ ମାଟିତଳେ ବିଛା ଯାଇଥିବା ଅଧ କିମି ପର୍ଯ୍ୟନ୍ତ ପାଇପ୍‌ଲାଇନ ନଷ୍ଟ ହୋଇଯାଇଥିଲା। ଗାଁରେ ଥିବା ୩ଟି ନଳକୂପରୁ ଲୌହମିଶ୍ରିତ ପାଣି ବାହାରୁଥିବାରୁ ପାଣି ବ୍ୟବହାର ଅନୁପଯୋଗୀ ହୋଇପଡିଛି।

ଗ୍ରାମବାସୀ ଏ ସମ୍ପର୍କରେ ବିଭାଗୀୟ ସହକାରୀ ଯନ୍ତ୍ରୀ ଓ ସରପଞ୍ଚଙ୍କୁ ଜଣାଇ ଆସୁଥିଲେ ମଧ୍ୟ ସେମାନେ କୌଣସି ପଦକ୍ଷେପ ନେଉ ନଥିବା ଅଭିଯୋଗ ହୋଇଛି। ଏବେ ଖରାଦିନେ ଗ୍ରାମବାସୀଙ୍କ ପାଣି ସମସ୍ୟାର ସମାଧାନ ନେଇ ଯୁବ ସମାଜସେବୀ ବ୍ରହ୍ମାନନ୍ଦ ସ୍ୱାଇଁ, ପ୍ରଦୀପ୍ତ ମହାନ୍ତି, ଅଜୟ ସାହୁଙ୍କ ସହ ଅନ୍ୟ ଉତ୍ସାହୀ ଯୁବକ ଗ୍ରାମବାସୀଙ୍କୁ ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦେଇଛନ୍ତି। ପ୍ରଶାସନ ପାଣି ସମସ୍ୟାର ସମାଧାନ ନକରିବା ପର୍ଯ୍ୟନ୍ତ ସେମାନେ ଜଳ ଯୋଗାଣ ସେବା ଜାରି ରଖିବେ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe