ପ୍ରଶାସନ ଶୁଣିଲାନି: ରାସ୍ତା ମରାମତି କଲେ ଗ୍ରାମବାସୀ

Advertisment
ପ୍ରଶାସନ ଶୁଣିଲାନି: ରାସ୍ତା ମରାମତି କଲେ ଗ୍ରାମବାସୀ

ଧଉଳି: ବାଲିଅନ୍ତା ବ୍ଲକ ସରକଣା ପଞ୍ଚାୟତ ଅଧୀନ ଦଣ୍ଡିଲୋ (ଜୟିନାବାଦ) ଗ୍ରାମକୁ ଭଲ ରାସ୍ତା ନାହିଁ। ରାସ୍ତାଠୁ ବଳିପଡ଼ିଛି ଗାଁ ଭିତରୁ ବର୍ଷାଜଳ ନିଷ୍କାସନ ସମସ୍ୟା। ରାସ୍ତା ଢଳେଇ କରିବା ସହିତ ବର୍ଷାଜଳ ନିଷ୍କାସନ ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ଅନେକ ବାର ସରକଣା ପଞ୍ଚାୟତ ସରପଞ୍ଚ ବିଷ୍ଣୁପ୍ରିୟା ସାହୁ ଓ ବିଡିଓଙ୍କୁ ଅବଗତ କରାଯାଇଛନ୍ତି। ହେଲେ ବ୍ଲକ ପ୍ରଶାସନ କିମ୍ବା ପଞ୍ଚାୟତ ଲୋକଙ୍କ ସମସ୍ୟା ସମାଧାନ ନେଇ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯୋଗ ହେଉଛି। ଚଳିତ ଲଗାଣ ବର୍ଷାରେ ଗାଁ ଭିତରେ ୩ ଫୁଟ୍‌ ଉଚ୍ଚରେ ବର୍ଷାପାଣି ଠିଆ ହୋଇଥିଲା। ‌ଆଜି ଲୋକେ ମଟର ପକାଇ ପାଣି ଶୁଖାଇଥିଲେ। ସମାଜସେବୀ ସୁଶାନ୍ତ ସାହୁଙ୍କ ସହାୟତାରେ ଜେସିବି ଲଗାଇ ଗୋଟିଏ ପାର୍ଶ୍ବରେ ରାସ୍ତା ଖୋଳି ଅରିଙ୍ଗଳ ମାଇନର କେନାଲ କଲଭର୍ଟକୁ ପାଣି ଛଡ଼ା ଯାଇଥିଲା। ଏହାସହିତ ବାଲି, ଗୋଡ଼ି ପକାଇ ରାସ୍ତା ମରାମତି କରିଥିଲେ।

ସୂଚନାଯୋଗ୍ୟ ଦୀର୍ଘ ୧୫ ବର୍ଷ ତଳେ ୨୦୦ ଫୁଟ ବିଶିଷ୍ଟ ଉକ୍ତ ରାସ୍ତାକୁ କଂକ୍ରିଟ କରାଯାଇଥିଲା। ହେଲେ ରକ୍ଷଣାବେକ୍ଷଣ ଅଭାବରୁ ଏବେ ରାସ୍ତାରୁ କଂକ୍ରିଟ ଉଠିଗଲାଣି। ସେହିପରି ବିଲଡର୍‌ ସରକାରୀ ଜମି ଜବରଦଖଲ କରିବା ପରେ ବର୍ଷାଜଳ ନିଷ୍କାସନ ମୁଖ୍ୟ ସମସ୍ୟା ହୋଇଛି। ରାସ୍ତାର ଗୋଟିଏ ପାର୍ଶ୍ବରେ ଡ୍ରେନ ନିର୍ମାଣ କରି ନିକଟସ୍ଥ ସଫେଇ ନାଳି ଅଥବା ଅରିଙ୍ଗଳ ମାଇନର କେନାଲରେ ପାଣି ନିଷ୍କାସନ କରାଇବା ଦିଗରେ ପଦକ୍ଷେପ ଗ୍ରହଣ କଲେ ସବୁଦିନ ପାଇଁ ଗାଁର ସମସ୍ୟା ଦୂର ହୋଇପାରନ୍ତା ବୋଲି ଗ୍ରାମବାସୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe