ଆଜିଠୁ ଏମ୍‌ସ ଓପିଡି ବନ୍ଦ, ବଢ଼ିଲା ଅଣକୋଭିଡଙ୍କ ଦୁର୍ଦଶା

କୋଭିଡ୍‌ ଶଯ୍ୟା ୧୭୦କୁ ବୃଦ୍ଧି, ଅକ୍ସିଜେନ ନଷ୍ଟ ନକରିବାକୁ ଚିଠି

ଏମ୍ସ ବାୟୋକେମେଷ୍ଟ୍ରି ବିଭାଗ ପଦୋନ୍ନତି ବିବାଦ: ଆପତ୍ତି ଉଠାଇଲା ଫାକଲ୍‌ଟି ଆସୋସିଏସନ୍‌

DNA India

ଭୁବନେଶ୍ବର: ସୋମବାରଠାରୁ ବନ୍ଦ ହେବ ଏମ୍‌ସ ଓପିଡି। ଏଥିସହିତ ବଢ଼ିବ ଅଣକୋଭିଡ୍‌ଙ୍କ ଦୁର୍ଦ୍ଦଶା। କୋଭିଡ୍‌ ରୋଗୀଙ୍କ ପାଇଁ ପ୍ରସ୍ତୁତ ଶଯ୍ୟା ସଂଖ୍ୟା ୧୭୦କୁ ବୃଦ୍ଧି କରାଯାଇଛି। ଏଥିମଧ୍ୟରେ ୨୦ଶଯ୍ୟାର ଆଇସିୟୁ ସମାନ ସଂଖ୍ୟକ ଭେଣ୍ଟିଲେଟର୍‌ ରହିଛି। ଅନ୍ୟ ଦିଗରେ ଦ୍ବିତୀୟ ଲହରରେ କୋଭିଡ୍‌ ଯୋଗୁଁ ଡାକ୍ତରଖାନାର ସମୁଦାୟ ୫୦ ଡାକ୍ତର, ସ୍ବାସ୍ଥ୍ୟକର୍ମୀ ଆକ୍ରାନ୍ତ ହୋଇ ସାରିଥିବା ଜଣାପଡ଼ିଛି।

କର୍କଟ, ପ୍ରସୂତି ସହିତ ୧୦ ପ୍ରକାର ଜରୁରୀକାଳୀନ ଚିକିତ୍ସା ବ୍ୟବସ୍ଥା ବ୍ୟତୀତ ଏମ୍ସ ଡାକ୍ତରଖାନା ଅଣକୋଭିଡଙ୍କ ବନ୍ଦ କରି ଦିଆଯାଇଛି। ଏଥିଯୋଗୁଁ ଅତି ଜରୁରୀ ଅସ୍ତ୍ରୋପଚାର ବ୍ୟତୀତ ଦୁଇ ଦିନ ହେଲା ପୂର୍ବରୁ ଦିଆଯାଇଥିବା ଅସ୍ତ୍ରୋପଚାର ତାରିଖକୁ ବାତିଲ କରାଯାଇଥିଲା। ଏହା ସତ୍ତ୍ବେ ବର୍ତ୍ତମାନ ମଧ୍ୟ ଡାକ୍ତରଖାନାରେ ୬୦୦ ଅଣକୋଭିଡ ରୋଗୀ ଚିକିତ୍ସାଧୀନ ରହିଛନ୍ତି। ବର୍ତ୍ତମାନ ଡାକ୍ତରଖାନାରେ ବଢୁଥିବା କୋଭିଡ ଆକ୍ରାନ୍ତଙ୍କ ଦୃଷ୍ଟିରେ ରଖି କୋଭିଡ ଚିକିତ୍ସା ସେବାକୁ ବୃଦ୍ଧି ଉପରେ ଗୁରୁତ୍ବ ଦିଆଯାଇଛି। ଡାକ୍ତରଖାନା ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ୨ ସପ୍ତାହରେ ଏମ୍ସ କୋଭିଡ ଡାକ୍ତରଖାନାରେ ଚିକିତ୍ସାଧୀନ ବେଳେ ସମୁଦାୟ ୪ ଜଣଙ୍କ ମୃତ୍ୟୁ ହୋଇଛି। ବର୍ତ୍ତମାନ ଏଠାରେ ୧୧୦ ରୋଗୀ ଚିକିତ୍ସାଧୀନ ରହିଛନ୍ତି। ଏଥିମଧ୍ୟରୁ ୧୮ ଜଣ ଆଇସିୟୁ ରହିଛି। ମାତ୍ର ୪ ଦିନରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ୨୮ରୁ ଅଧିକ ବୃଦ୍ଧି ପାଇଛି। ଏହି ଡାକ୍ତରଖାନାରେ ସର୍ବାଧିକ ୬୫୦ରୁ୭୫୦ ଶଯ୍ୟା ବ୍ୟବସ୍ଥା ହୋଇ ପାରିବ। ଡାକ୍ତର, ସ୍ବାସ୍ଥ୍ୟ କର୍ମଚାରୀଙ୍କ କ୍ଷମତା ଅନୁସାରେ ଆହୁରି ଅଧିକ ସଂଖ୍ୟକ ଶଯ୍ୟା କୋଭିଡ ଆକ୍ରାନ୍ତଙ୍କ ବ୍ୟବହାର କରାଯିବ।

ଏଥିପାଇଁ ମଧ୍ୟ ଆଲୋଚନା ଚାଲିଥିବା ଜଣାପଡ଼ିଛି। ରାଜ୍ୟ ବାହାରେ ଅନେକ ରାଜ୍ୟରେ ଅକ୍ସିଜେନ ସଙ୍କଟ ରହିଛି। ଏମ୍ସରେ ତରଳ ଅକ୍ସିଜେନ ଟାଙ୍କି, ପର୍ଯ୍ୟାପ୍ତ ଅକ୍ସିଜେନ ସିଲିଣ୍ଡର ବ୍ୟବସ୍ଥା ରହିଛି। ଏହା ସତ୍ତ୍ବେ ଅକ୍ସିଜେନ ବରବାଦ ନକରିବା ପାଇଁ ବରିଷ୍ଠ ଡାକ୍ତର ପ୍ରଶାନ୍ତ ମହାପାତ୍ର ସମସ୍ତ ସହଯୋଗୀଙ୍କୁ ପତ୍ର ଜରିଆରେ ଅନୁରୋଧ କରିଛି। ସୂଚନା ଅନୁଯାୟୀ, କେନ୍ଦ୍ର ସରକାରଙ୍କ ନିର୍ଦେଶରେ ଡାକ୍ତର ପ୍ରଶାନ୍ତ ମହାପାତ୍ର ମହାରାଷ୍ଟ୍ରର କୋଭିଡ ପରିଚାଳନାରେ ସହଯୋଗ କରୁଥିଲେ। ଗତ ସପ୍ତାହରେ ସେଠାରୁ ଫେରିଛନ୍ତି। ଅକ୍ସିଜେନ ବରବାଦ କରିବା ମଧ୍ୟ ଅକ୍ସିଜେନ ସଙ୍କଟର ଅନ୍ୟତମ କାରଣ ହୋଇପାରେ ବୋଲି କିଛି ବରିଷ୍ଠ ଡାକ୍ତର କହୁଛନ୍ତି। ଏଥିସହିତ ଆଗାମୀ ଦିନରେ ଗ୍ଲୋବ୍ସ ସଙ୍କଟକୁ ଆଶଙ୍କା କରି କର୍ମଚାରୀମାନଙ୍କୁ ଥରେ ବ୍ୟବହାର କରି ଗ୍ଲୋବ୍ସ ଫିଙ୍ଗିବା ବଦଳରେ ଧୋଇ ଏକାଧିକ ଥର ବ୍ୟବହାର କରିବା ପାଇଁ ନିର୍ଦେଶ ଜାରି ରହିଛି। ଅନ୍ୟଦିଗରେ ଅଣକୋଭିଡ ରୋଗୀଙ୍କୁ ଏମ୍ସ ବିଶେଷ ଆଶ୍ବସ୍ତ କରି ନାହିଁ। ଦୈନିକ ୩ ହଜାର ଅଣକୋଭିଡ ରୋଗୀ ଏଠାକୁ ଆସିଥାଆନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶ ଗୁରୁତର ଅବସ୍ଥାରେ ଆସିଥାଆନ୍ତି।

ସେମାନଙ୍କ ପାଇଁ ସ୍ବାସ୍ଥ୍ୟ ଆପ, ଟେଲିମେଡିସିନ ସେବାର ଉପଯୋଗ କରିବାକୁ ପରାମର୍ଶ ଦିଆଯାଇଛି। ଓପିଡି ସମୟ ପର୍ଯ୍ୟନ୍ତ ଅଧିକରୁ ଅଧିକ ଡାକ୍ତରଙ୍କୁ ଏଥିରେ ନିଯୁକ୍ତି ଦିଆଯିବ ବୋଲି କୁହାଯାଇଛି। ପୁରୁଣା ରୋଗୀ ଟେଲିମେଡିସିନ, ସ୍ବାସ୍ଥ୍ୟ ଆପ ଜରିଆରେ ନିଜ ଅସୁବିଧା ଜଣାଇଲେ, ଡାକ୍ତରମାନେ ତାଙ୍କ ପୁରୁଣା ରେକର୍ଡ ଦେଖି ଚିକିତ୍ସା ବ୍ୟବସ୍ଥା କରିପାରିବେ ବୋଲି କର୍ତ୍ତୃପକ୍ଷ କହିଛନ୍ତି। ଅନ୍ୟଦିଗରେ ନୂତନ ରୋଗୀଙ୍କ ପାଇଁ ଏହା ବେଶି କାର୍ଯ୍ୟକ୍ଷମ ହେବ ନାହିଁ ଏହା ସ୍ପଷ୍ଟ ଅଟେ। ଏମାନଙ୍କ ପ୍ରତି ଡାକ୍ତରଖାନା ଯେତିକି ବ୍ୟବସ୍ଥା କରିବା କଥା କରିପାରିନଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe