ଭୁବନେଶ୍ବର: ରାଜଧାନୀବାସୀଙ୍କ ପାଇଁ ଖୁସି ଖବର। ସହରର ବାୟୁ ଧୀରେ ଧୀରେ ସ୍ବାଭାବିକ ସ୍ତରକୁ ଫେରୁଛି। ଗତ ୨୪ ଘଣ୍ଟା ମଧ୍ୟରେ ସହରର ବାୟୁ ପ୍ରଦୂଷଣ ମଧ୍ୟମ ସ୍ତରରେ ରହିଛି। ଦୁଇ ମାସ ପରେ ପ୍ରଥମ ଥର ପାଇଁ ଏଭଳି ସ୍ଥିତି ଉପୁଜିଥିବା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। କେବଳ ଭୁବନେଶ୍ବର ନୁହେଁ, ତାଳଚେର ବ୍ୟତୀତ ରାଜ୍ୟର ଅନ୍ୟ ସମସ୍ତ ସହରର ବାୟୁର ଗୁଣବତ୍ତା ଭଲ କିମ୍ବା ସନ୍ତୋଷଜନକ ସ୍ତରରେ ରହିଛି। ଗୁରୁବାର ଅପରାହ୍ଣ ୪ଟାରୁ ଆଜି ଅପରାହ୍ଣ ୪ଟା ମଧ୍ୟରେ ତାଳଚେରର ଏକ୍ୟୁଆଇ ମାତ୍ରା ୨୧୦ ଥିବା ବେଳେ ଭୁବନେଶ୍ବରରେ ୧୭୮, ଅନୁଗୁଳରେ ୧୨୫, ବାରିପଦାରେ ୧୧୪, ବ୍ୟାସନଗରରେ ୧୬୧, କଟକରେ ୧୫୭, ରାଉରକେଲାରେ ୧୦୦ ରହିଥିଲା।  କେନ୍ଦୁଝରରେ ୮୬ ଓ ବାଲେଶ୍ବରରେ ୯୭ ରହିବା ସହ ସନ୍ତୋଷଜନକ ସ୍ତରରେ ରହିଥିଲା।

Advertisment

Greenland acquisition issue: ଗ୍ରୀନ୍‌ଲାଣ୍ଡ୍‌ ଅକ୍ତିଆର ପ୍ରସଙ୍ଗ: ଆମେରିକାକୁ ଜବାବ ଦେଲା ଡେନମାର୍କ ‘ଆଗ ଗୁଳି, ପରେ ପଚାରିବୁ’

ସନ୍ତୋଷଜନକ ସ୍ତରକୁ ଫେରିଲା ୭ ଦିନିଆ କଟକଣା
ଜାରି ରହିବ: ଜଙ୍ଗଲ ମନ୍ତ୍ରୀ 
ରାସ୍ତାରେ ପାଣି ସିଞ୍ଚିଲା ମହାନଗର ନିଗମ

ଭୁବନେଶ୍ବରରେ ଅନ୍‌ଲାଇନ୍‌ରେ ମନିଟରିଂ ହେଉଥିବା ଦୁଇଟି ଷ୍ଟେସନ ତଥା ଲିଙ୍ଗରାଜ ମନ୍ଦିର ଓ ପଟିଆରେ ବାୟୁ ପ୍ରଦୂଷଣ ସନ୍ତୋଷଜନକ ସ୍ତରରେ ରହିଥିଲା। ପଟିଆ ଅଞ୍ଚଳରେ ପିଏମ୍‌୨.୫ ମାତ୍ରା ସକାଳ ୮ଟା, ୯ଟା ଓ ରାତି ୮ଟାରେ ବାୟୁ ପ୍ରଦୂଷଣ ସ୍ତର ମଧ୍ୟମଧରଣ ରହିଥିଲା। ଲିଙ୍ଗରାଜ ମନ୍ଦିର ଅଞ୍ଚଳରେ ଗତକାଲି ରାତି ୧୧ଟାରୁ ୫ଟା ମଧ୍ୟରେ ଖରାପ ଓ ଅତ୍ୟଧିକ ଖରାପ ସ୍ତରରେ ରହିଥିଲା। ରାତି ୧୨ଟାରେ ଏକ୍ୟୁଆଇ ସ୍ତର ୩୩୫ରେ ପହଞ୍ଚିଥିଲା। ତେବେ ଆଜି ପୂର୍ବାହ୍ନ ୧୧ଟା ବେଳକୁ ସନ୍ତୋଷଜନକ ସ୍ତରକୁ ଫେରିଥିଲା, ଯାହାକି ସନ୍ଧ୍ୟା ୭ଟା ଯାଏ ଲାଗିରହିଥିଲା। ରାତି ୮ଟା ବେଳକୁ ପୁଣିଥରେ ଖରାପ ହୋଇଥିଲା। ଗତ ୨୪ ଘଣ୍ଟା ଭିତରେ ଏହି ଅଞ୍ଚଳରେ ହାରାହାରି ବାୟୁ ପ୍ରଦୂଷଣ ୧୭୨ ରହିଥିବା ବେଳେ ସର୍ବୋଚ୍ଚ ୩୩୫ ଓ ସର୍ବନିମ୍ନ ଆଜି ଅପରାହ୍ଣ ୬ଟାରେ ୩୦ରେ ଭଲ ସ୍ତରରେ ରହିଥିଲା। ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଧୂଳି ଉଡ଼ୁଥିବା ସହରର ପ୍ରମୁଖ ରାସ୍ତାରେ ପାଣି ସିଞ୍ଚନ ହୋଇଛି। ପୁରୁଣା ଭୁବନେଶ୍ବର ଓ ପଟିଆ ବ୍ୟତୀତ ପଳାଶୁଣୀ, ସାଲିଆସାହି, ଖଣ୍ଡଗିରି ଅଞ୍ଚଳରେ ବାୟୁ ପ୍ରଦୂଷଣ ମାତ୍ରା ଅଧିକ ରହିଥିବା ସୂଚନା ମିଳିଛି।

ED vs Mamata: ଇଡି ବନାମ ମମତା ବିବାଦ ତେଜିଲା: ହାଇକୋର୍ଟରେ ବିଶୃଙ୍ଖଳା, ଶୁଣାଣି ସ୍ଥଗିତ

ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ସିଂଖୁଣ୍ଟିଆ କହିଛନ୍ତି ଯେ ବାୟୁ ପ୍ରଦୂଷଣ ସ୍ତର ହ୍ରାସ ପାଇଛି। ତାଳଚେର ବ୍ୟତୀତ ଅନ୍ୟ ସମସ୍ତ ସହରର ଏକ୍ୟୁଆଇ ମାତ୍ରା ଯଥେଷ୍ଟ ହ୍ରାସ ପାଇଛି। ବାୟୁ ପ୍ରଦୂଷଣ ରୋକିବାକୁ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ମିଳିତ ଭାବେ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ଜିଲ୍ଲା ଓ ମହାନଗର ସ୍ତରରେ ଅଧିକାରୀମାନେ ନିୟମିତ ଭାବେ ସମୀକ୍ଷା କରିବା ସହ ବିଭିନ୍ନ ପଦକ୍ଷେପ ନେଉଥିବାରୁ ବାୟୁ ପ୍ରଦୂଷଣ କମିଛି। ତଥାପି ୫ଟି ଯାକ ସହରରେ ୭ ଦିନିଆ କଟକଣା ଜାରି ରହିଛି। ଆଗାମୀ ଦିନରେ ବାୟୁ ପ୍ରଦୂଷଣ କରୁଥିବା ସଂସ୍ଥାଗୁଡ଼ିକ ଉପରେ ଚଢ଼ଉକୁ ଅଧିକ ବ୍ୟାପକ କରାଯିବ। ଜୁନ୍‌ ମାସ ପର୍ଯ୍ୟନ୍ତ ଆମେ ସ୍ଥିତି ଉପରେ ନଜର ରଖିବୁ।