ସର୍ବଭାରତୀୟ ଯୋଗିନୀ ମହୋତ୍ସବ ‘ଝରିଏଲ୍’ ଉଦ୍‌ଯାପିତ

Advertisment
ସର୍ବଭାରତୀୟ ଯୋଗିନୀ ମହୋତ୍ସବ ‘ଝରିଏଲ୍’ ଉଦ୍‌ଯାପିତ

ଭୁବନେଶ୍ବର: ବଲାଙ୍ଗୀର ଜିଲ୍ଲାର ସାଂସ୍କୃତିକ ଅନୁଷ୍ଠାନ ‘କଳାଶ୍ରୀ ଆର୍ଟ ଏକାଡେମି’ ଆନୁକୂଲ୍ୟରେ ପଞ୍ଚଦଶତମ ସର୍ବଭାରତୀୟ ଯୋଗିନୀ ମହୋତ୍ସବ ‘ଝରିଏଲ୍‌’ ଆଜି ଜୟଦେବ ଭବନଠାରେ ଉଦ୍‌ଯାପିତ ହୋଇଯାଇଛି। ଏହି ଅବସରରେ ପ୍ରଖ୍ୟାତ ତବଲା ବାଦକ ପଣ୍ଡିତ ଉମେଶ ଚନ୍ଦ୍ର କର ଫାଉଣ୍ଡେସନର ଲୋକାର୍ପଣ ହୋଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଖଣ୍ଡପଡ଼ା ରାଜା ବିଭୂତି ଭୂଷଣ ସିଂ ମର୍ଦ୍ଦରାଜ, ସମ୍ମାନିତ ଅତିଥି ଭାବେ ଭୁବନେଶ୍ବର ମ୍ୟୁଜିକ୍‌ ସର୍କଲ୍‌ର ସଭାପତି ଅରବିନ୍ଦ ବେହେରା, ଓଟିଡିସିର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଯୋଗଦେଇ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ପୁରସ୍କାରପ୍ରାପ୍ତ ଗୁରୁ ଆଲୋକ ଦାସଙ୍କ ପ୍ରଚେଷ୍ଟା ଦ୍ବାରା ଆଗାମୀ ଦିନରେ ‘ଝରିଏଲ୍‌ ମହୋତ୍ସବ’ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ପ୍ରସାର ଲାଭ କରିବ ବୋଲି ମତପ୍ରକାଶ କରିଥିଲେ।

ଏହି ଅବସରରେ ବାଦ୍ୟ ବିନୋଦ କ୍ଷେତ୍ରମୋହନ କର ସ୍ମୃତି ସମ୍ମାନରେ ଆକାଶବାଣୀ କଟକର ଅବସରପ୍ରାପ୍ତ ତବଲା ବାଦକ ପଣ୍ଡିତ ହରମୋହନ ଖୁଣ୍ଟିଆ, କଣ୍ଠଶିଳ୍ପୀ ମୀରା ପଣ୍ଡା, ବଦ୍ରି ମିଶ୍ର, ମଞ୍ଜୁଶ୍ରୀ ତ୍ରିପାଠୀ, କୃଷ୍ଣପ୍ରିୟା କର, ସୀତାର ବାଦକ ସୁବୀର କୁମାର ମିତ୍ର, ଆକାଶବାଣୀ ତବଲା ଶିଳ୍ପୀ ଗୁରୁ ସୁକେଶ କୁମାର ତ୍ରିପାଠୀ, ବେହେଲା ବାଦକ ଗୁରୁ ଅତନୁ କୁମାର ରାଉତ, ଗୁରୁ ପ୍ରଶାନ୍ତ କୁମାର ପାଢୀ, ଗିଟାର ବାଦକ ଗୁରୁ ବିଶ୍ବମୋହନ ମିଶ୍ର, ତବଲା ଗୁରୁ ଅଧ୍ୟାପକ ବିନୋଦ ବିହାରୀ ରାଉତଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସୁଶ୍ରୀ ଆରାଧନା ଦାସ ବେହେଲାରେ ରାଗ ‘ଦେଶ’ ପରିବେଷଣ କରିଥିବା ବେଳେ ତବଲା ସଙ୍ଗତ କରିଥିଲେ ମାତୃପ୍ରସାଦ ପଣ୍ଡା। ଗୁରୁ ବିଶ୍ବମୋହନ ମିଶ୍ର ଗିଟାର ବାଦନ କରିଥିବା ବେଳେ ତବଲା ସଙ୍ଗତ କରିଥିଲେ ଗୁରୁ ସୁରେଶ କୁମାର ବେହେରା। ଅନ୍ତିମ ପର୍ଯ୍ୟାୟରେ ଅଧ୍ୟାପକ ବିନୋଦ ବିହାରୀ ରାଉତଙ୍କ ସଂଯୋଜନା ଓ ନିର୍ଦ୍ଦେଶନାରେ ବୃନ୍ଦ ତବଲା ବାଦନ କରାଯାଇଥିଲା। ଏଥିରେ ଗୁରୁ ପ୍ରଶାନ୍ତ କୁମାର ପାଢ଼ୀ ବେହେଲା ଏବଂ ଗୌରହରି ମାହାଳିକ ହାରମୋନିୟମରେ ସହଯୋଗ କରିଥିଲେ। ଅନୁଷ୍ଠାନର ପ୍ରତିଷ୍ଠାତା ଗୁରୁ ଆଲୋକ ଦାସ ଓ ଉତ୍କଳ ସଂଗୀତ ମହାବିଦ୍ୟାଳୟର ପ୍ରଫେସର ପ୍ରଦୀପ କୁମାର ଦାସ ସଂଯୋଜନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe