ରେଳଡବା କାରଖାନା ଶ୍ରମିକ କଂଗ୍ରେସ ଶାଖାର ବାର୍ଷିକ ଅଧିବେଶନ: ନୂତନ କାର୍ଯ୍ୟକର୍ତ୍ତା ନିର୍ବାଚିତ

Advertisment
ରେଳଡବା କାରଖାନା ଶ୍ରମିକ କଂଗ୍ରେସ ଶାଖାର ବାର୍ଷିକ ଅଧିବେଶନ: ନୂତନ କାର୍ଯ୍ୟକର୍ତ୍ତା ନିର୍ବାଚିତ

ଚନ୍ଦ୍ରଶେଖରପୁର: ମଞ୍ଚେଶ୍ୱରସ୍ଥିତ ପୂର୍ବତଟ ରେଳପଥ ଅଧୀନ ରେଳଡବା ମରାମତି କାରଖାନାର ଶ୍ରମିକ କଂଗ୍ରେସ ଶାଖାର ଦ୍ୱିବାର୍ଷିକ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଉପଦେଷ୍ଠା ଅଶୋକ ନାହାକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଅଧିବେଶନରେ ମୁଖ୍ୟ ଅତିଥି ଭାବେ ପୂର୍ବତଟ ରେଳପଥ ଶ୍ରମିକ କଂଗ୍ରେସର ସାଧାରଣ ସମ୍ପାଦକ ରମେଶ ଚନ୍ଦ୍ର ସାହୁ ଯୋଗ ଦେଇ କାର୍ଯ୍ୟରତ ଶ୍ରମିକଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ। ଅଧିବେଶନ ପୂର୍ବରୁ ମଞ୍ଚେଶ୍ୱର ରେଳଡବା ମରାମତି କାରଖାନାରେ କୋଭିଡ୍‌ରେ ମୃତ୍ୟୁବରଣ କରିଥିବା ଦୁଇ ଜଣ କର୍ମଚାରୀଙ୍କ ଉଦ୍ଦେଶ୍ୟରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା।

ଏହି ଅଧିବେଶନରେ ଜୋନ୍‌ କୋଷାଧ୍ୟକ୍ଷ ଆଶୁତୋଷ ମହାନ୍ତି, ଶାଖାର ସାଧାରଣ ସମ୍ପାଦକ ବି.ଏନ୍‌. ରାୟ, ହେଡ କ୍ୱାର୍ଟର ସାଧାରଣ ସମ୍ପାଦକ ସଞ୍ଜୟ ଦାଶ, ଭୁବନେଶ୍ୱର ଷ୍ଟେସନ ସାଧାରଣ ସମ୍ପାଦକ ପ୍ରତାପ ମହାନ୍ତି, ଅରବିନ୍ଦ ବାରିକ, ପଞ୍ଚଦତ୍ତ ସେନାପତି, ବିଜୟ ପ୍ରଧାନ, ପ୍ରକାଶ ଚନ୍ଦ୍ର ମହାନ୍ତି ଉପସ୍ଥିତ ଥିଲେ। ଏହି ଅବସରରେ ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଗୋଲକ ଚନ୍ଦ୍ର ସାହୁ ସଭାପତି ହୋଇଥିବା ବେଳେ କାର୍ଯ୍ୟକାରୀ ସଭାପତି ଭାବେ ସୁରେନ୍ଦ୍ର ନାଥ ନାୟକ, ଉପସଭାପତି ମାନସ ରଞ୍ଜନ ବେହେରା, ଦେବେନ୍ଦ୍ର କୁମାର ସାହୁ, ଶାଖା ସମ୍ପାଦକ କ୍ଷୀରୋଦ କୁମାର ସେନାପତି, ସହ ଶାଖା ସମ୍ପାଦକ ଅଜୟ କୁମାର ମଲ୍ଲିକ, ପ୍ରଦୀପ କୁମାର ଲେଙ୍କା, ମନୋରଞ୍ଜନ ରଣା, ରବୀନ୍ଦ୍ର କୁମାର ପ୍ରଧାନ, ନାରାୟଣ ପ୍ରସାଦ ଦାଶ, କମଲେଶ କୁମାର ଓ ଶାଖା କୋ‌ଷାଧ୍ୟକ୍ଷ ଭାବେ ବିଭୂତି ଭୂଷଣ ବରାଳ ନିର୍ବାଚିତ ହୋଇଥିଲେ। ମୁଖ୍ୟ ଉପଦେଷ୍ଠା ଅଶୋକ କୁମାର ନାହାକଙ୍କୁ ଏନ୍‌ଏଫ୍‌ଆଇଆରର କାର୍ଯ୍ୟକାରୀ କମିଟି ମେମ୍ବର ଭାବେ ନିର୍ବାଚିତ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe