ଶୁକଶାରି ମନ୍ଦିର ପାଖରୁ ବଡ଼ବଡ଼ ଗଛ କାଟିଦେଲା ଏଏସ୍ଆଇ

Advertisment
ଶୁକଶାରି ମନ୍ଦିର ପାଖରୁ ବଡ଼ବଡ଼ ଗଛ କାଟିଦେଲା ଏଏସ୍ଆଇ

ପୁରୁଣା ଭୁବନେଶ୍ୱର: ଶୁକଶାରି ମନ୍ଦିର ନିକଟରୁ ଏଏସ୍‌ଆଇ ୪ଟି ବଡ଼ବଡ଼ ଗଛ କାଟି ଦେଇଥିବାରୁ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ପୁଣି ଏହି ଗଛ କାଟିବାକୁ ବନ ବିଭାଗ ଅନୁମତି ଦେଇଥିବାରୁ ପରିବେଶବିତ୍‌ମାନେ ଚିନ୍ତା ପ୍ରକଟ କରିଛନ୍ତି। ସୂଚନାଯୋଗ୍ୟ ଶୁକଶାରି ମନ୍ଦିର ଖନନ କାର୍ଯ୍ୟ ଜାରି ରହିଛି। ମାଟି ତଳେ ପୋତି ହୋଇ ରହିଥିବା କୀର୍ତ୍ତରାଜିର ପୁନରୁଦ୍ଧାର ପାଇଁ ଖନନ ଚାଲିଛି। ତେଣୁ ଉକ୍ତ ଅଞ୍ଚଳକୁ ସାଧାରଣ ଲୋକଙ୍କ ପ୍ରବେଶ ଉପରେ ବାରଣ କରାଯାଇଛି।

ଏହି ଅବସ୍ଥାରେ ପୁଲିସ ଉପସ୍ଥିତିରେ ଗଛ କଟାଯାଇଛି। ଖନନ ବେ‌ଳେ ଗଛ ପଡ଼ି ଐତିହ୍ୟ ନଷ୍ଟ ହେବା ଆଶଙ୍କାରେ ଗଛ କଟା ଯାଇଛି ବୋଲି ଏଏସ୍‌ଆଇ ପକ୍ଷରୁ ସଫେଇ ଦିଆଯାଇଛି। କିନ୍ତୁ ଏହାକୁ ସ୍ଥାନୀୟ ଲୋକେ ଗ୍ରହଣ କରିପାରିନାହାନ୍ତି। ଏନେଇ ଏଏସ୍ଆଇର ସଂଗ୍ରାହଧୀକ୍ଷକ ସୁଶାନ୍ତ ଗୋଚ୍ଛାୟତ କହିଛନ୍ତି ଯେ ଗଛ ପଡ଼ିଲେ ମନ୍ଦିର ନଷ୍ଟ ହୋଇଯିବ ବୋଲି ଗଛଗୁଡ଼ିକ କାଟି ଦିଆଯାଇଛି। ଏନେଇ ମଞ୍ଚେଶ୍ବର ଫରେଷ୍ଟ ଆସିଷ୍ଟାଣ୍ଡ୍‌ ରେଞ୍ଜରଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ କିଛି କହିବାକୁ ମନା କରି ଦେଇଛନ୍ତି। ତେବେ ଏନେଇ ଏକାମ୍ର ଜନ ଜାଗରଣ ମଞ୍ଚ ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି ଭୀଷ୍ମନାରାୟଣ ନାୟକ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe